ଗାନ୍ଧୀ ଟୋପି
ଧଳା ରଙ୍ଗର ଖଦି କନାରେ ତିଆରି ଟୋପି / From Wikipedia, the free encyclopedia
ଗାନ୍ଧୀ ଟୋପି ଖଦି କନାରେ ତିଆରି ଏକ ଧଳା ରଙ୍ଗ ଟୋପି । ଏହାର ଆଗ ଓ ପଛ ମୁନିଆ ହୋଇଥାଏ । ଏହା ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ ଗାନ୍ଧୀଜୀ ଏହି ଟୋପି ବ୍ୟବହାର କରୁଥିବାରୁ ଏହି ଟୋପିର ଲୋକପ୍ରିୟତା ବଢ଼ିଥିଲା ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତାମାନେ ଏହି ଟୋପିର ବ୍ୟବହାର କରିବା ଆରମ୍ଭ କରିଥିଲେ ।