ଗାଦିବ୍ରହ୍ମ
ଓଡ଼ିଶାରୁ ପୂଜିତ ହେଉଥିବା ଏକ ମାଟିକୁଦ / From Wikipedia, the free encyclopedia
ସବୁ ଧାର୍ମିକ ଚିନ୍ତାଧାରା, ପୂଜ-ଉପାସନାର ମୂଳତତ୍ତ୍ୱ ହେଉଛି ବିଶ୍ୱାସ । ନିରାକାର ଏକେଶ୍ୱରଙ୍କୁ ଧ୍ୟାନ, ପ୍ରାର୍ଥନ ହେଉ କି ମାଟିକୁଦ କିମ୍ବା ଗ୍ରାମ ଦେବତୀଙ୍କ ପରି ଗଛ ଓ ପଥର ଦେହରେ ସିନ୍ଦୂର ବୋଳି ତାହକୁ ହିଁ ବିଶ୍ୱାସର କେନ୍ଦ୍ର କରାଯାଇପାରେ । ବୌଦ୍ଧ ଦର୍ଶନର ଶୂନ୍ୟବାଦ ମଧ୍ୟ ବିଶ୍ୱାସ ଉପରେ ଆଧାରିତ । ମାଟିକୁଦ ପୂଜା ବା ଗାଦିବ୍ରହ୍ମ ବୋଧହୁଏ ସେହି ଶୂନ୍ୟବାଦର ଏକ ପରିପ୍ରକାଶ । ବାଲେଶ୍ୱର ଜିଲ୍ଲାର ଏହା 'ମୂନିପୂଜା' ନାମରେ ଖ୍ୟାତ । ଗାଦିବ୍ରହ୍ମ କହିଲେ ପତ୍ରପୁଷ୍ପରେ ସୁସଜ୍ଜିତ ଏବଂ ଦେବତା ଜ୍ଞାନରେ ପୂଜିତ ଏକ 'ମାଟିକୁଦ' ।