![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/6/6d/Good_Food_Display_-_NCI_Visuals_Online.jpg/640px-Good_Food_Display_-_NCI_Visuals_Online.jpg&w=640&q=50)
ଖାଦ୍ୟ
From Wikipedia, the free encyclopedia
ଖାଦ୍ୟ ଏକ ପଦାର୍ଥ [1] ଯାହା ଜୀବର ପୋଷଣ ନିମନ୍ତେ ଗ୍ରହଣ କରାଯାଏ । ସାଧାରଣତଃ ଏହା ଉଦ୍ଭିଦ ବା ପ୍ରାଣୀ ଉତ୍ସରୁ ନିଆଯାଏ ଯେଉଁଥିରେ ଶ୍ୱେତସାର, ପୁଷ୍ଟିସାର, ଚର୍ବି, ଜୀବସାର ଓ ଲବଣ ଜାତୀୟ ପଦାର୍ଥ ଥାଏ । ଏହି ପଦାର୍ଥ ସମୂହ ଖାଇବା ବା ପିଇବା ପରେ ଶରୀରରେ ଥିବା ଜୀବକୋଷଦ୍ୱାରା ପରିପାକ ହୋଇ ଶକ୍ତି, ବିକାଶ ଓ ବୃଦ୍ଧି ଜାତ ହୁଏ ।
![Thumb image](http://upload.wikimedia.org/wikipedia/commons/thumb/6/6d/Good_Food_Display_-_NCI_Visuals_Online.jpg/640px-Good_Food_Display_-_NCI_Visuals_Online.jpg)
![Thumb image](http://upload.wikimedia.org/wikipedia/commons/thumb/6/64/Foods_%28cropped%29.jpg/640px-Foods_%28cropped%29.jpg)
![](http://upload.wikimedia.org/wikipedia/commons/thumb/9/99/Wiktionary-logo-en-v2.svg/40px-Wiktionary-logo-en-v2.svg.png)
ଇତିହାସ ଅନୁସାରେ ମାନବ ଦୁଇ ପ୍ରକାର ଉପାୟରେ ଖାଦ୍ୟ ସଂଗ୍ରହ କରୁଥିଲା: ଶିକାର ଓ ଚାଷ । ଅଧୁନା ସତତ ଜନସଂଖ୍ୟା ବୃଦ୍ଧି ହେଉଥିବା ଯୋଗୁ କାରଖାନାରୁ ଅଧିକାଂଶ ଖାଦ୍ୟ ଯୋଗାଣ ହେଉଛି ।
ଖାଦ୍ୟ ନିରାପତ୍ତା ଓ ଖାଦ୍ୟ ସୁରକ୍ଷା ଦ୍ୱୟକୁ ଇଣ୍ଟରନ୍ୟାସନାଲ ଆସୋସିଏସନ ଫର ଫୁଡ ପ୍ରୋଟେକସନ, ୱାର୍ଲଡ ରିସୋର୍ସେସ ଇନଷ୍ଟିଚ୍ୟୁଟ, ୱାର୍ଲଡ ଫୁଡ ପ୍ରୋଗ୍ରାମ, ଫୁଡ ଆଣ୍ଡ ଏଗ୍ରିକଲଚରାଲ ଅର୍ଗାନାଇଜେସନ ଓ ଇଣ୍ଟରନ୍ୟାସନାଲ ଫୁଡ ଇନଫର୍ମେସନ କାଉନସିଲ ସଂସ୍ଥାମାନ ନିୟନ୍ତ୍ରଣ କରନ୍ତି । ଏମାନେ ଜଳ ଯୋଗାଣ, ଜନସଂଖ୍ୟା ବୃଦ୍ଧି, ଖାଦ୍ୟ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ଓ ସ୍ଥିରତା ବିଷୟମାନ ନିୟନ୍ତ୍ରଣ କରନ୍ତି ।
ଇଣ୍ଟରନ୍ୟାସନାଲ କୋଭେନାଣ୍ଟ ଅନ ଇକୋନୋମିକ, ସୋସିଆଲ ଓ କଲଚରାଲ ରାଇଟ (International Covenant on Economic ବା ICESCR) ସଂସ୍ଥା ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ମାନକ ଜୀବନର ଅଧିକାରରେ ଯଥେଷ୍ଟ ଖାଦ୍ୟ ଓ ଭୋକରୁ ମୁକ୍ତି ଏକ ମୌଳିକ ଅଧିକାର ପରିସର ଭୁକ୍ତ କରାଯାଇଛି ଖାଦ୍ୟ ଅଧିକାର (right to food) ଏକ ମାନବ ଅଧିକାର (human right) ଭାବରେ ସ୍ୱୀକୃତ ହୋଇଛି ।