![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/2f/500_mg_calcium_supplements_with_vitamin_D.jpg/640px-500_mg_calcium_supplements_with_vitamin_D.jpg&w=640&q=50)
କ୍ୟାଲସିଅମ ପରିପୂରକ
From Wikipedia, the free encyclopedia
କ୍ୟାଲସିଅମ ପରିପୂରକ (ଇଂରାଜୀ ବାଷାରେ Calcium supplements) ଏକ ପ୍ରକାର କ୍ୟାଲ୍ସିଅମ ଲବଣ (salts) ଯାହା ଅନେକ ପ୍ରକାର ବେମାରୀରେ ବ୍ୟବହାର ହୁଏ ।[1] ଖାଦ୍ୟରେ ଯଥେଷ୍ଟ କ୍ୟାଲସିଅମ ନଥିଲେ ଏହି ପରିପୂରକ ଆବଶ୍ୟକ ହୁଏ ।[2][3] ଅଳ୍ପ ରକ୍ତ କ୍ୟାଲସିଅମ (low blood calcium), ହାଡ଼ପୋରିଆ ଓ ରିକେଟ ଇତ୍ୟାଦି ରୋଗମାନଙ୍କରେ ଏହା ପାଟିରେ ଦିଆଯାଏ ।[1] ଅଳ୍ପ ରକ୍ତ କ୍ୟାଲସିଅମ ଫଳରେ ମାଂସପେଶୀ ସ୍ପାଜ୍ମ (muscle spasms) ହେଉଥିଲେ, ଅଧିକ ରକ୍ତ ପୋଟାସିଅମ (high blood potassium) ଓ ମ୍ୟାଗନେସିଅମ ବିଷକ୍ରିୟାରେ (magnesium toxicity) ଏହା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ ।[2][4]
![]() 500 milligram calcium supplements made from calcium carbonate | |
Clinical data | |
---|---|
Trade names | Alka-Mints, Calcet, Tums, others |
AHFS/Drugs.com | monograph |
Pregnancy category |
|
Routes of administration | by mouth, intravenous |
ATC code |
|
Identifiers | |
CAS Number | |
ChemSpider |
|
କ୍ୟାଲସିଅମ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ (constipation) ଓ ଅଇ ହୋଇପାରେ । ପାଟିରେ ନେଲେ ସାଧାରଣତଃ ଅଧିକ ରକ୍ତ କ୍ୟାଲସିଅମ (high blood calcium) ହୁଏନାହିଁ । ଖାଦ୍ୟରେ ଥିବା କ୍ୟାଲସିଅମ ଅପେକ୍ଷା ପରିପୂରକ କ୍ୟାଲସିଅମ ଯୋଗୁ ବୃକ୍କ ପଥର (kidney stone) ହେବା ସମ୍ଭାବନା ଅଧିକ । ବୟଃପ୍ରାପ୍ତ ଲୋକର ଦିନକୁ ଏକ ଗ୍ରାମ କ୍ୟାଲସିଅମ ଆବଶ୍ୟକ ହୁଏ । ଅସ୍ଥି (bones), ମାଂସପେଶୀ (muscles), ଓ ସ୍ନାୟୁ (nerves) ନିମନ୍ତେ କ୍ୟାଲସିଅମ ଆବଶ୍ୟକ ହୁଏ ।[1]
ଊନବିଂଶ ଶତାବ୍ଦୀରୁ ଚିକିତ୍ସା କ୍ଷେତ୍ରରେ କ୍ୟାଲସିଅମ ପରିପୂରକର ପ୍ରଚଳନ ହୋଇଆସୁଛି ।[5] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[6] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[3] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ମାସ ବ୍ୟବହାର ନିମନ୍ତେ ଏହି ଔଷଧର ହୋଲସେଲ ମୂଲ୍ୟ ୦.୯୨ରୁ ୪.୭୬ ଆମେରିକୀୟ ଡଲାର ।[7] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ପରିମାଣର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[4] ଜୀବସାର ଘ ବା ଭିଟାମିନ ଡି (vitamin D) ସାଥିରେ ମିଶ୍ରିତ ହୋଇ ମଧ୍ୟ ଏହା ବିକ୍ରୟ ହୁଏ ।[3]