![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/85/Clopidogrel_skeletal_formula.svg/langor-640px-Clopidogrel_skeletal_formula.svg.png&w=640&q=50)
କ୍ଲୋପିଡୋଗ୍ରେଲ
From Wikipedia, the free encyclopedia
କ୍ଲୋପିଡୋଗ୍ରେଲ (ଇଂରାଜୀ ଭାଷାରେ Clopidogrel, ବିକ୍ରୟ ନାମ ପ୍ଲାଭିକ୍ସ/Plavix) ଏକ ଔଷଧ ଯାହା ଉଚ୍ଚ ହୃଦ୍ରୋଗ (heart disease) ଓ ସ୍ଟ୍ରୋକ (stroke) ହେବା ସଙ୍କଟ କମ କରେ । ହୃଦ୍ଘାତ ରୋଗରେ ଓ କରୋନାରି ଧମନୀ ସ୍ଟେଣ୍ଟ (coronary artery stent) ଦିଆଯାଇଥିବା ରୋଗୀଙ୍କୁ ଆସ୍ପିରିନ (aspirin) ଔଷଧ ସହିତ କ୍ଲୋପିଡୋଗ୍ରେଲ (dual antiplatelet therapy) ଦିଆଯାଏ । ଏହା ପାଟିରେ ଦିଆଯାଏ ।[1] କ୍ଲୋପିଡୋଗ୍ରେଲର ପ୍ରଭାବ ୨ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ୫ ଦିନ ପର୍ଯ୍ୟନ୍ତ ରହେ ।[1]
![]() | |
![]() | |
Clinical data | |
---|---|
Trade names | Plavix |
AHFS/Drugs.com | monograph |
MedlinePlus | a601040 |
data |
|
Pregnancy category |
|
Routes of administration | by mouth |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | >50% |
Protein binding | 94–98% |
Metabolism | liver |
Onset of action | 2 hours[1] |
Elimination half-life | 7–8 hours (inactive metabolite) |
Duration of action | 5 days[1] |
Excretion | 50% kidney 46% biliary |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.127.841 ![]() |
Chemical and physical data | |
Formula | C16H16ClNO2S |
Molar mass | 321.82 g/mol |
3D model (JSmol) | |
SMILES
| |
InChI
| |
(verify) |
କ୍ଲୋପିଡୋଗ୍ରେଲର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା, ଅଇ, ସହଜରେ ଆଘାତ ପରେ ଚମ ତଳେ ରକ୍ତ ଜମିଯିବା ଓ ଛାତି ଜ୍ୱାଳା ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ (bleeding) ଓ ଥ୍ରମ୍ବୋଟିକ ଥ୍ରମ୍ବୋସାଇଟୋପେନିକ ପରପ୍ୟୁରା (thrombotic thrombocytopenic purpura) ହୋଇପାରେ ।[1] ଗର୍ଭାବସ୍ଥାରେ କିଛି ଅସୁବିଧା ଦେଖାଯାଇନଥିଲେ ମଧ୍ୟ ଏହା ଉପରେ ଅଧିକ ଅନୁଶୀଳନ ହୋଇପାରିନାହିଁ ।[2] ଆଣ୍ଟିପ୍ଲାଟେଲେଟ ଔଷଧମାନଙ୍କ (antiplatelet agent) ମଧ୍ୟରୁ ଥିଏନୋପିରୁଡିନ (thienopyridine) ଶ୍ରେଶୀରେ କ୍ଲୋପିଡୋଗ୍ରେଲକୁ ରଖାଯାଏ । ପ୍ଲାଟେଲେଟରେ ଥିବା ଏକ ରିସେପ୍ଟର [[ପି୨ୱାଇ୧୨]] (P2Y12) ଉପରେ କ୍ଲୋପିଡୋଗ୍ରେଲ ପ୍ରଭାବ ବିସ୍ତାର କରି ତାହାକୁ ଅପରିବର୍ତ୍ତନୀୟ ଅଚଳ କରିଦିଏ ।[1]
କ୍ଲୋପିଡୋଗ୍ରେଲ ବିଷୟ ପ୍ରଥମେ ସନ ୧୯୮୨ରେ ଲିଖିତ ହୋଇଥିଲା ଓ ସନ ୧୯୯୮ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ୦.୭୭ରୁ ୩୧.୫୯ ଆମେରିକୀୟ ଡଲାର ।[5] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ଖର୍ଚ୍ଚ ହୁଏ ।[6]