![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/86/View_on_the_half_way_to_Kayangan_Lake_-_panoramio.jpg/640px-View_on_the_half_way_to_Kayangan_Lake_-_panoramio.jpg&w=640&q=50)
କୋରୋନ୍ ଦ୍ଵୀପ
From Wikipedia, the free encyclopedia
କୋରୋନ୍ ଦ୍ୱୀପ (ଇଂରାଜୀ ଭାଷାରେ Coron Island) ଫିଲାପାଇନ୍ସର ଉତ୍ତର ପାଲାୱାନରେସ୍ଥିତ କାଲାମ୍ୟାନ୍ ଦ୍ୱୀପପୁଞ୍ଜର ତୃତୀୟ ବୃହତ୍ତମ ଦ୍ୱୀପ । ଏହି ଦ୍ୱୀପଟି କୋରୋନ୍ ନାମରେ ଏଠାରେ ରହିଥିବା ଏକ ନଗରପାଳିକାର ଅଂଶ ବିଶେଷ । ଫିଲିପାଇନ୍ସର ରାଜଧାନୀ ମାନିଲାଠାରୁ ଏହା ଦକ୍ଷିଣ-ପଶ୍ଚିମ ଦିଗରେ ୩୧୦ କିଲୋମିଟର ଦୂର । ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳର ଅନେକ ଜାପାନୀ ନୌକା ଭାଙ୍ଗି ଏହି ଅଞ୍ଚଳରେ ବୁଡ଼ି ରହିଛନ୍ତି । ସ୍ୱତନ୍ତ୍ର ପରିସଂସ୍ଥା ଯୋଗୁଁ ଏହି ଅଞ୍ଚଳର ସଂରକ୍ଷଣ ପାଇଁ ଅନେକ ନିୟମ ଲାଗୁ କରାଯାଇଛି ।[1]
Quick Facts Geography, Coordinates ...
![]() କାୟାଂଗାନ ହ୍ରଦ ଯିବା ବେଳର ଦୃଶ୍ୟ | |
Geography | |
---|---|
Coordinates | 11°55′45″N 120°14′30″E |
Archipelago | କାଲାମ୍ୟାନ୍ ଦ୍ୱୀପପୁଞ୍ଜ |
Adjacent bodies of water | ସୁଲୁ ସମୁଦ୍ର |
Area | ୭୧ km୨ (୨୭.୪ sq mi) |
Length | ୨୦ km (୧୨ mi) |
Width | ୯ km (୫.୬ mi) |
Highest elevation | ୬୦୦ m (୨,୦୦୦ ft) [1] |
Administration | |
ଅଞ୍ଚଳ | ମିମାରୋପା |
ପ୍ରାନ୍ତ | ପାଲାୱାନ |
ନଗର | କୋରୋନ |
Demographics | |
Population | ୨୬୪୯ (୨୦୧୦)[2] |
Close
![Thumb image](http://upload.wikimedia.org/wikipedia/commons/thumb/0/0c/Isola_di_coron%2C_baia_nei_pressi_del_lago_kayangan_05.jpg/640px-Isola_di_coron%2C_baia_nei_pressi_del_lago_kayangan_05.jpg)
ଏହି ଦ୍ୱୀପ ଓ ଆଖପାଖର ମାଛ ମରା ଅଞ୍ଚଳରେ ଆଦିମ ତାଗବାନୱା ଜନଜାତିର ଲୋକ ବସବାସ କରି ଆସୁଛନ୍ତି । ୧୯୯୮ ମସିହା ଜୁନ୍ ୫ ତାରିଖରେ ଏହି ଜନଜାତି ସରକାରୀ ମାନ୍ୟତା ପାଇଥିଲା ।[1] ଏହି କୋରୋନ୍ ନଗରପାଳିକାରେ ବାନୁଆଂଗ୍ ଦାନ୍ ଓ କାବୁଗାଓ ନାମକ ଦୁଇଟି ଉପ-ପ୍ରଶାସନ କ୍ଷେତ୍ର ରହିଛି ।[1]