କୋକେନ
From Wikipedia, the free encyclopedia
କୋକେନ, ବା ବେଞ୍ଜୋଏଲମିଥାଇଲେକଗୋନିନ ବା କୋକ (ଇଂରାଜୀ ଭାଷାରେ Cocaine, ବା benzoylmethylecgonine ବା coke, ଏକ ତୀବ୍ର ଉତ୍ତେଜକ ଯାହା ଆମୋଦଦାୟକ ଔଷଧ ରୂପେ ବ୍ୟବହାର ହୁଏ । [9] ଦେହ ମଧ୍ୟକୁ ଏହା ଶୁଙ୍ଘିବା ଦ୍ୱାରା, ପ୍ରଶ୍ୱାସରେ ବା ଶିରାରେ ଇଞ୍ଜେକସନ ସାହାଯ୍ୟରେ ଏହି ଔଷଧ ପ୍ରବେଶ କରେଇଦିଆଯାଏ ଅବାସ୍ତବତା, ତୀବ୍ର ସୁଖ ଅନୁଭବ ବା ଉତ୍ତେଜନା ଇତ୍ୟାଦି ମାନସିକ ପ୍ରଭାବ ଅନୁଭୁତ ହୁଏ । ଏହି ଔଷଧ ନେଲେ ଦ୍ରୁତ ହୃତ ସ୍ପନ୍ଦନ, ଝାଳ ନିଷ୍କାସନ ଓ ବଡ଼ ଆଖି ପୁଅ ଇତ୍ୟାଦି ଲକ୍ଷଣ ପ୍ରକାଶିତ ହୁଏ । [8] ଅତ୍ୟଧିକ ମାତ୍ରାରେ ନେଲେ ଦେହ ଉତ୍ତାପ ବୃଦ୍ଧି, ଓ ଉଚ୍ଚ ରକ୍ତଚାପ ହୁଏ । [10] ଏହା ବ୍ୟବହାର କରିବାର କିଛି ସେକେଣ୍ଡରୁ କିଛି ମିନିଟ ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୋଇ ୫ରୁ ୯୦ ମିନିଟ ପର୍ଯ୍ୟନ୍ତ ରହେ । [8] ଏହାର ଡାକ୍ତରୀ ବ୍ୟବହାର ବହୁତ ଅଳ୍ପ ଅଛି; ଦେହର ସ୍ଥାନୀୟ ଅପରେସନ ସମୟରେ କାଲୁଆ କରିବା ଓ ନାକ ଅପରେସନ ସମୟରେ ରକ୍ତସ୍ରାବ କମ କରିବା । [11]
Clinical data | |
---|---|
Synonyms | Benzoylmethylecgonine Coke |
AHFS/Drugs.com | Micromedex Detailed Consumer Information |
Pregnancy category |
|
Dependence liability | Physical: Yes[1][2] Psychological: High[2] |
Addiction liability | High[3] |
Routes of administration | Topical, oral, insufflation, intravenous |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | Oral: 33%[4] Insufflated: 60[5]–80%[6] Nasal spray: 25[7]–43%[4] |
Metabolism | Hepatic CYP3A4 |
Onset of action | Seconds to minutes[8] |
Elimination half-life | 1 hour |
Duration of action | 5 to 90 minutes[8] |
Excretion | Kidney |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
PDB ligand | |
ECHA InfoCard | 100.000.030 |
Chemical and physical data | |
Formula | C17H21NO4 |
Molar mass | 303.353 g/mol |
3D model (JSmol) | |
Melting point | 98 °C (208 °F) |
Boiling point | 187 °C (369 °F) |
Solubility in water | HCl: 1800–2500 mg/mL (20 °C) |
SMILES
| |
InChI
| |
NY (what is this?) (verify) |
ମସ୍ତିସ୍କର ମେସୋଲିମ୍ବିକ ପାଥୱେ ସ୍ଥାନରେ କୋକେନ ଏକ ନିଶା ଦ୍ରବ୍ୟ ଭାବେ କାମ କରେ । ଅଳ୍ପ ବ୍ୟବହାର ପରେ ଲୋକ କୋକେନ ନିର୍ଭରଶୀଳ ହେବା ସଙ୍କଟ ଜାତ ହୁଏ । [9] ଏହାକୁ ବ୍ୟବହାର କଲେ ଷ୍ଟ୍ରୋକ, ହୃଦଘାତ, ରକ୍ତ ସଂକ୍ରମଣ ଓ ହୃଦ୍ପାତ ରୋଗ ସଙ୍କଟ ଜାତ ହୁଏ ଓ ଏହାର ଧୂମ୍ରପାନ କଲେ ଫୁସଫୁସ ରୋଗ ହୁଏ । [9][12] ରାସ୍ତା କଡରେ ବିକ୍ରି ହେଉଥିବା କୋକେନରେ ଲୋକାଲ ଆନେସଥେଟିକ, କର୍ନଷ୍ଟାର୍ଚ, କୁଇନାଇନ କିମ୍ବା ସୁଗର ମିଶ୍ରିତ ହୋଇଥାଏ ଯାହାଦ୍ୱାରା ଅଧିକ ବିଷାକ୍ତ ହେବା ସମ୍ଭାବନା ରହେ [13] ବାରମ୍ବାର ଏହା ଗ୍ରହଣ କଲେ ଆନନ୍ଦ ଅନୁଭୁତି ଶକ୍ତି କମିଯାଏ ଓ ଅଧିକ ଥକ୍କା ଲାଗେ । [9]
ସେରୋଟୋନିନ–ନରଏପିନେଫ୍ରିନ–ଡୋପାମିନ ରିଅପଟେକ ଇନହିବିଟର ଭାବରେ କୋକେନ କାମ କରେ । ଏହା ଫଳରେ ସେହି ତିନି ନିଉରୋଟ୍ରାନ୍ସମିଟର ସାନ୍ଦ୍ରତା ବଢିଯାଏ । [9] ଏହା ବ୍ଲଡ଼-ବ୍ରେନ ବାରିଅର ଅତିକ୍ରମ କରେ ଓ ଏହାକୁ ଭାଙ୍ଗି ଦେଇପାରେ ।[14][15] ଦକ୍ଷିଣ ଆମେରିକାରେ କୋକା ଗଛର ପତ୍ରରୁ କୋକେନ ପ୍ରସ୍ତୁତ କରାଯାଏ । [8] ସନ ୨୦୧୩ରେ ୪୧୯ କିଲୋ ଆଇନଗତ କୋକେନ ପ୍ରସ୍ତୁତ କରାଯାଇଥିଲା । [16] ଆକଳନରେ ଦେଖାଯାଇଛି ପ୍ରତିବର୍ଷ ବେଆଇନ ମାର୍କେଟରେ ୧୦୦ରୁ ୫୦୦ ବିଲିଅନ ୟୁଏସ ଡଲାରର କାରବାର ହୁଏ । ସାଧାରଣ କୋକେନ ପରିସ୍କାର କରି କ୍ରାକ କୋକେନ ତିଆରି ହୁଏ । [9]
ପୃଥିବୀରେ ଗଞ୍ଜେଇ ପରେ ସର୍ବାଧିକ ବେଆଇନ ଡ୍ରଗ କୋକେନ ବ୍ୟବହାର ହୁଏ । [17] ପ୍ରତି ବର୍ଷ ୧୪ରୁ ୨୧ ନିୟୁତ ଲୋକ ଏହା ବ୍ୟବହାର କରନ୍ତି । ଉତ୍ତର ଆମେରିକାରେ ଏହା ସର୍ବାଧିକ ବ୍ୟବହାର ହୁଏ ଓ ତା ପଛକୁ ୟୁରୋପ ଓ ଦକ୍ଷିଣ ଆମେରିକାରେ ବ୍ୟବହାର ହୁଏ । ବିକଶିତ ଦେଶମାନଙ୍କରେ ୧ରୁ ୩ % ଲୋକ ଜୀବନରେ କେତେବେଳେ ହେଲେ ଥରେ ଏହା ବ୍ୟବହାର କରିଥାଆନ୍ତି । [9] ସନ ୧୯୯୦ରେ କୋକେନ ଯୋଗୁ ୨୪୦୦ ମୃତ୍ୟୁ ହୋଇଥିଲା ବେଳେ ୨୦୧୩ରେ ଏହା ବଢିଯାଇ ୪୩୦୦ ହୋଇଥିଲା । [18] ଆଦିମ କାଳରୁ ପେରୁର ଲୋକମାନେ କୋକା ଗଛର ପତ୍ର ବ୍ୟବହାର କରୁଥିଲେ । [13] ସନ ୧୮୬୦ରେ ପ୍ରଥମେ ପତ୍ରରୁ କୋକେନ ପ୍ରସ୍ତୁତ ହୋଇଥିଲା । [9] ସନ ୧୯୬୧ରୁ ସିଙ୍ଗଲ କନଭେନସନ ଅନ ନାରକୋଟିକ ଡ୍ରଗ ଆବଶ୍ୟକ କରୁଛନ୍ତି; କୋକେନର ଆମୋଦ ବ୍ୟବହାରକୁ କାନୁନୀ ଅପରାଧ ଭାବେ ନିଆଯାଉ ।[19]