ଶରୀରର ମଥା ବା ଯେ କୌଣସି ଅଂଶରୁ କେଶ କ୍ଷୟ From Wikipedia, the free encyclopedia
କେଶହାନୀ, (ଇଂରାଜୀ ଭାଷାରେ ଆଲୋପେସିଆ/ alopecia ବା ଚନ୍ଦାପଣ/ baldness), କହିଲେ ଶରୀରର ମଥା ବା ଯେ କୌଣସି ଅଂଶରୁ କେଶ କ୍ଷୟକୁ ବୁଝାଏ ।[1] ଏଥିରେ ଅତି କମ୍ରେ ମୁଣ୍ଡରୁ କେଶହାନୀ ହୁଏ ।[2] ଦେହର ଗୋଟିଏ ଛୋଟ ସ୍ଥାନ ବା ସମୁଦାୟ ଶରୀରରୁ କେଶ ଝଡ଼ିପାରେ ।[3] ଏଥିରେ ପ୍ରଦାହ ବା କ୍ଷତ ଦାଗ (ସ୍କାର) ହୁଏନାହିଁ ।[2] କେଶହାନୀ ଯୋଗୁ କେତେକ ଲୋକଙ୍କର ମାନସିକ କଷ୍ଟ ହୁଏ । [4]
ସାଧାରଣ କାରଣମାନ: ପୁରୁଷାକୃତି କେଶହାନୀ, ମହିଳାକୃତି କେଶହାନୀ, ଆଲୋପେସିଆ ଏରିଆଟା ଓ ଟେଲୋଜେନ ଇଫ୍ଲୁଭିଅମ (କେଶ ଘନତ୍ୱ କମିଯିବା) । ଜେନେଟିକ ଓ ପୁରୁଷ ହରମୋନ କାରଣ ଯୋଗୁ ପୁରୁଷାକୃତି କେଶହାନୀ ହୁଏ, ମହିଳା କେଶହାନୀ କାରଣ ଅସ୍ପଷ୍ଟ ଅଛି, ଅଟୋଇମ୍ମ୍ୟୁନ କାରଣ ଯୋଗୁ ଆଲୋପେସିଆ ଏରିଆଟା ହୁଏ ଓ ଶାରୀରିକ ତଥା ମାନସିକ ଚାପଯୁକ୍ତ ଘଟଣା ଯୋଗୁ ଟେଲୋଜେନ ଇଫ୍ଲୁଭିଅମ କେଶହାନୀ ହୁଏ । ଗର୍ଭାବସ୍ଥା ପରେ ଟେଲୋଜେନ ଇଫ୍ଲୁଭିଅମ ହେବା ସାଧାରଣତଃ ଦେଖାଯାଏ ।[2]
କେଶ ଟଣା, କେମୋଥେରାପି ଭଳି କେତେକ ଔଷଧ, ଥାଇରଏଡ ହରମୋନ କମ ରହିବା ଯୋଗୁ, ଏଚଆଇଭି/ଏଡ୍ସ ଓ ଲୌହ ଖାଦ୍ୟାଭାବ ତଥା କୁପୋଷଣ ଇତ୍ୟାଦି ଯୋଗୁ ମଧ୍ୟ କେଶହାନୀ ହୁଏ । ପ୍ରଦାହ ଓ ସ୍କାର ଯୋଗୁ ହେଉଥିବା କେଶହାନୀ କାରଣମାନ: କବକ ସଂକ୍ରମଣ, ଲୁପସ୍ ଏରିଦେମାଟୋସସ୍, ରାଡିଏସନ ଥେରାପି ଓ ସାର୍କଏଡୋସିସ୍ ।[2][4] ରୋଗ ନିର୍ଣ୍ଣୟ ଆଂଶିକ ଭାବରେ କେଶହାନୀର ସ୍ଥଳ ଦେଖି କରାଯାଏ ।[2]
ପ୍ୟାଟର୍ନ କେଶହାନୀ (ପୁରୁଷାକୃତି କେଶହାନୀ ଓ ମହିଳାକୃତି କେଶହାନୀ) ଅବସ୍ଥାକୁ ମାନିନେବାକୁ ପଡ଼େ ।[2] ଚିକିତ୍ସା କରିବାକୁ ହେଲେ ମିନୋଡିକ୍ସିଲ (minoxidil) ବା ଫିନାସ୍ଟେରାଇଡ (finasteride) ଔଷଧ ଦିଆଯାଏ ଓ କେଶ ପ୍ରତିରୋପଣ କରାଯାଏ ।[5][6] ଆଲୋପେସିଆ ଏରିଆଟା ନିମନ୍ତେ ପ୍ରଭାବିତ ସ୍ଥାନରେ ସ୍ଟିରଏଡ ଇଞ୍ଜେକସନ ଦିଆଯାଏ, କିନ୍ତୁ ଏହା ସମୟକ୍ରମେ ବାରମ୍ବାର ଦେବାକୁ ପଡ଼େ । କେଶହାନୀ ଏକ ସାଧାରଣ ସମସ୍ୟା । ପ୍ୟାଟର୍ଣ୍ଣ କେଶହାନୀ ୫୦ବର୍ଷ ବୟସ ବେଳକୁ ୫୦ % ପୁରୁଷଙ୍କର ଓ ୨୫% ମହିଳାଙ୍କର ଦେଖାଯାଏ । ଆଲୋପେସିଆ ଏରିଆଟା ଜୀବନର ଯେ କୌଣସି ସମୟରେ ୨% ଲୋକଙ୍କର ହୁଏ ।[2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.