![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/2a/Fogseasonwayanad.jpg/640px-Fogseasonwayanad.jpg&w=640&q=50)
କୁହୁଡ଼ି
ବାୟୁମଣ୍ଡଳରେ ଜଳୀୟବାଷ୍ପର ଏକ ପରିବର୍ତ୍ତିତ ଅବସ୍ଥା / From Wikipedia, the free encyclopedia
କୁହୁଡ଼ି (Fog) ବାୟୁମଣ୍ଡଳରେ ଜଳୀୟବାଷ୍ପର ଏକ ପରିବର୍ତ୍ତିତ ଅବସ୍ଥା । ଶୀତଦିନ ରାତିରେ ତାପ ବିକିରଣ କରି ପୃଥିବୀ ଥଣ୍ଡା ହେବା ସଙ୍ଗେ ସଙ୍ଗେ ବାୟୁର ନିମ୍ନ ଭାଗ ଥଣ୍ଡା ହୋଇଯାଏ ଏବଂ ବାୟୁର ତାପମାତ୍ରା ଶିଶିରାଙ୍କ ତଳକୁ ଖସିଯାଏ । ଫଳରେ ବାୟୁରେ ଥିବା ଜଳୀୟବାଷ୍ପ ଘନ ହୋଇଯାଏ ଏବଂ ବାୟୁରେ ଥିବା ଧୂଳିକଣା ଆଦିକୁ ଆଶ୍ରୟ କରି ସୂକ୍ଷ୍ମ ଜଳକଣା ଆକାରରେ ଭୂପୃଷ୍ଠରୁ ଅତି ଅଳ୍ପ ଉଚ୍ଚତାରେ ବାୟୁମଣ୍ଡଳରେ ଭାସିବୁଲେ । ବାୟୁମଣ୍ଡଳରେ ଜଳୀୟବାଷ୍ପର ଏ ପ୍ରକାର ପରିବର୍ତ୍ତିତ ଅବସ୍ଥାକୁ କୁହୁଡ଼ି (Fog) କୁହାଯାଏ ।[1]
![Thumb image](http://upload.wikimedia.org/wikipedia/commons/thumb/2/2a/Fogseasonwayanad.jpg/640px-Fogseasonwayanad.jpg)