କୁବେର
From Wikipedia, the free encyclopedia
ଯୁଗେ ଯୁଗେ ମନ୍ୟୁଷ୍ୟ ଧନକୁ ପୂଜା କରି ଆସିଛି ଓ ଧନପତିର ଦାସତ୍ୱ ସ୍ୱୀକାର କରିଛି । ଏହି ମର୍ମରେ ବୋଧହୁଏ ନରବାହାନ , ଧନପତି କୁବେରଙ୍କ ପରିକଳ୍ପନା । ବୈଦିକ ବିଶ୍ୱାସରେ ଦିବପାଳମାନଙ୍କ ମଧ୍ୟରେ ସେ ଉତ୍ତର ଦିଗର ଅଧିପତି । କୁବେର ପୁଲଶ୍ୟଙ୍କ ପୁତ୍ର ହୋଇଥିବାରୁ ତାଙ୍କ ଅନ୍ୟନାମ ବୈଶ୍ରବଣ । ଏହା ବ୍ୟତିତ ତାଙ୍କ କୁତ୍ସିତ ରୂପଯୋଗୁଁ ସେ କୁବେର , ଧନପତି ଯୋଗୁ ଧନଦ, ଅଷ୍ଟନିଧିର ପ୍ରଭୁ ହେଇଥିବାରୁ ନିଧିପତି, ଯକ୍ଷମାନଙ୍କ ରାଜା ହେଇଥିବାରୁ ଯକ୍ଷପତି ବା ଯକ୍ଷେନ୍ଦ୍ର, ଗୁହ୍ୟିକମାନଙ୍କ ସ୍ୱାମୀ ହେଇଥିବାରୁ ଗୁହ୍ୟପତି ନାମରେ ମଧ୍ୟ ପରିଚିତ । [1]