![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/29/Red_Muntjac_%2528Muntiacus_muntjak_curvostylis%2529_%25286963743562%2529.jpg/640px-Red_Muntjac_%2528Muntiacus_muntjak_curvostylis%2529_%25286963743562%2529.jpg&w=640&q=50)
କୁଟୁରା
From Wikipedia, the free encyclopedia
କୁଟୁରା, କୁଟ୍ରା, ଭାରତୀୟ କୁଟୁରା (ଈଂରାଜୀରେ Indian muntjac ବା red muntjac ବା barking deer ଭାବେ ପରିଚିତ, ଜୀବବିଜ୍ଞାନ ନାମ Muntiacus muntjak) ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଥିବା ମଣ୍ଟଜ୍ୟାକ୍ ହରିଣ ପ୍ରଜାତି । IUCN ସଂରକ୍ଷଣ ତାଲିକାରେ ଏହି ହରିଣ Least Concern ବର୍ଗରେ ସ୍ଥାନ ପାଇଛି ।[1]
କୁଟୁରା କୁଟ୍ରା ଭାରତୀୟ କୁଟୁରା | |
---|---|
![]() | |
ଏକ ଅଣ୍ଡିରା କୁଟୁରା | |
Conservation status | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ![]() | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ମାମାଲିଆଫୋର୍ମ୍ସ |
ଶ୍ରେଣୀ: | ମାମାଲିଆ |
Family: | Cervidae |
Subfamily: | Cervinae |
Genus: | Muntiacus |
ଜାତି: | M. muntjak |
ବାଇନୋମିଆଲ ନାମ | |
Muntiacus muntjak (ଏବର୍ହାର୍ଡ୍ ଅଗଷ୍ଟ ୱିଲହେଲ୍ମ୍ ଭୋନ୍ ଜିମ୍ମର୍ମାନ୍, ୧୭୮୦) | |
![]() | |
ଭାରତୀୟ କୁଟୁରାର ଭୌଗୋଳିକ ବ୍ୟାପ୍ତି | |
Synonyms | |
|
କୁଟୁରାର ଲୋମ ଛୋଟ, କୋମଳ ଓ ମାଟିଆ କିମ୍ବା ପାଉଁଶିଆ ରଙ୍ଗର । କିଛି କୁଟୁରାଙ୍କ ଦେହରେ ଏକ ପ୍ରକାରର ଦାଗ ରହିଥାଏ । ଏହି ହରିଣ ପ୍ରଜାତି ସର୍ବଭକ୍ଷୀ । ଘାସ, ଫଳ, କରଡ଼ି, ମଞ୍ଜି, ପକ୍ଷୀଙ୍କ ଅଣ୍ଡା ଓ ଛୋଟ ଛୋଟ ଜୀବମାନଙ୍କୁ ମଧ୍ୟ କୁଟୁରା ଆହରଣ କରିଥାଏ । ଏପରିକି କୁଟୁରାମାନେ ପଚିସଢ଼ି ଯାଇଥିବା ଶବ ଖାଇବା ମଧ୍ୟ ଦେଖାଯାଇଛି । କୌଣସି ଶିକାରୀ ଜୀବର ଉପସ୍ଥିତି ଅନୁଭବ କଲେ ଏମାନେ ଭୁକିବା ପରି ସତର୍କ ଡାକ ଦିଅନ୍ତି । ତେଣୁ ଏହାର ଈଂରାଜୀ ନାମ "ବାର୍କିଂଗ୍ ଡିଅର୍" ("barking deer" - "ଭୋକୁଥିବା ହରିଣ") ଦିଆଯାଇଛି । କ୍ଷୁଦ୍ର ଆକାରର ହରିଣ ପ୍ରଜାତିମାନଙ୍କ ମଧ୍ୟରୁ କୁଟରା ଅନ୍ୟତମ । ଅଣ୍ଡିରା କୁଟୁରାମାନଙ୍କର ଦୁଇଟି ଛୋଟ ଛୋଟ ଶିଙ୍ଗ ରହିଥାଏ । ଅଣ୍ଡିରା କୁଟୁରାମାନଙ୍କର ସ୍ୱାନଦାନ୍ତ ମଧ୍ୟ ରହିଥାଏ ଯାହା ସହଜରେ ଦେଖିହେବ । ନିଜର ଲୁକ୍କାୟିତ ସୁଗନ୍ଧ ଗ୍ରନ୍ଥିର ଉପଯୋଗ କରି ଏମାନେ ନିଜ କ୍ଷେତ୍ର ନିର୍ଦ୍ଧାରଣ ବା ଚିହ୍ନଟ କରନ୍ତି ।[2] ମୁଣ୍ଡର ଉପରେ ଥିବା ଏକ ହାଡ଼ୁଆ ଖୋପରୁ ବାହାରିଥିବା କୁଟୁରାର ଶିଙ୍ଗ ପ୍ରତିବର୍ଷ ପ୍ରାୟ ୧୫ ସେଣ୍ଟିମିଟର୍ ବଢ଼ିଥାଏ । ଅଣ୍ଡିରା କୁଟୁରାମାନେ କ୍ଷେତ୍ର ଚିହ୍ନଟ କରି ତାହାର ନିୟନ୍ତ୍ରଣ କରିଥାନ୍ତି । ଛୋଟ ଆକାର ସତ୍ତ୍ୱେ କୁଟୁରାମାନେ ଆକ୍ରାମକ ହୋଇଥାନ୍ତି । କ୍ଷେତ୍ର ନିୟନ୍ତ୍ରଣ ପାଇଁ ଅଣ୍ଡିରା କୁଟୁରାମାନଙ୍କ ମଧ୍ୟରେ ଘୋର ଯୁଦ୍ଧ ହୋଇଥାଏ ଓ ଲଢ଼ିବା ସମୟରେ ଏମାନେ ନିଜର ଶିଙ୍ଗ ଏବଂ ହାତୀଦାନ୍ତ ପରି ବାହାରିଥିବା ସ୍ୱାନଦାନ୍ତର ବ୍ୟବହାର କରନ୍ତି । ବେଳେବେଳେ ଏହି ସବୁର ଉପଯୋଗ କରି ଏମାନେ ମାଂସଭୋଜୀ ଶିକାରୀ ପ୍ରାଣୀଙ୍କଠାରୁ ମଧ୍ୟ ନିଜର ପ୍ରତିରକ୍ଷା କରିପାରନ୍ତି ।