କିଲୋଗ୍ରାମ
From Wikipedia, the free encyclopedia
କିଲୋଗ୍ରାମ (mark: kg) ଓଜନ ମାପର ଏକ SI ମାପକ ଅଟେ । ଏକ କିଲୋଗ୍ରାମର ପରିଭାଷା ଅନୁସାରେ, ଏହା ଅନ୍ତରାଷ୍ଟ୍ରୀୟ ମୂଳରୂପ କିଲୋଗ୍ରାମ, IPK, [1] (IPK; ଯାହା ନିଜ ଫ୍ରେଞ୍ଚ ନାମ ଲୀ ଗ୍ରାଣ୍ଡ K)ଦ୍ୱାରା ଜଣାଯାଏ କି, ଓଜନ ଭାର ବରାବର ରହିଥାଏ ଯାହା କି ଏକ ଲିଟର ଜଳ ପରିମାଣ ସ୍ୱରୂପ ସମାନ ଅଟେ । ଏହା ଏକମାତ୍ର SI ମାପକ ଅଟେ, ଯାହାର ଉପସର୍ଗ (କିଲୋ) ସେହି ନାମର ଭାଗ ଅଟେ ।
୨୦ ମଇ, ୨୦୧୯ ମସିହାପର୍ଯ୍ୟନ୍ତ କିଲୋଗ୍ରାମର ପରିଭାଷା "ପ୍ଲାଙ୍କ ସ୍ଥିରାଙ୍କ" (Planck constant) 6.62607015×10−34 kg⋅m2⋅s−1 ରୂପେ ଆଧାରିତ ହୋଇଥାଏ ।[2][3] ଏକ କିଲୋଗ୍ରାମ ୨.୨ରୁ ଅଳ୍ପ ଅଧିକ ଅଟେ । ଏକ ଟନ ଏକ ହଜାର କିଲୋଗ୍ରାମ ହୋଇଥାଏ । ସମୁଦ୍ର ଗଭୀରତା ଅନୁସାରେ ଏକ ଲିଟର ପାଣିର ଓଜନ ପାଖାପାଖି ୩.୯୮ °C (39.16 °F; 277.13 K) ରୂପେ ଏକ ହଜାର କିଲୋଗ୍ରାମ ହୋଇଥାଏ ,ଏହା ୧୭୯୫ ମସିହାରେ ଗ୍ରାମ ପରିଭାଷାର ଆଧାର ଥିଲା ।
ଦୈନିକ ପ୍ରୟୋଗରେ ଆମେ କିଲୋଗ୍ରାମକୁ ବସ୍ତୁର ଭାର ରୂପେ ଜାଣିଥାଉ, କିନ୍ତୁ ତାହା ଭାର ନହୋଇ ଦ୍ରବ୍ୟମାନର ମାପ ଅଟେ । କୌଣସି ବସ୍ତୁର ଭାର ସେଥିରେ ଲାଗିଥିବା ଗୁରୁତ୍ବାକର୍ଷଣ ବଳର ମାପ ନ୍ୟୁଟନଦ୍ୱାରା ମପା ଯାଇଥାଏ ।[4].
SI ମାପକ ପ୍ରଣାଳୀରେ ବହୁ ମାପକମାନ କିଲୋଗ୍ରାମର ସାପେକ୍ଷ ରୂପେ ପରିଭାଷିତ ହୋଇଥାଏ । ଅତଏବ ଏହାର ସ୍ଥିରତା ମହତ୍ତ୍ୱପୂର୍ଣ୍ଣ ଅଟେ । ଯେତେବେଳେ IPKକୁ ସମୟ ସହିତ ବଦଳିବାକୁ ଲାଗିଲା, ତା'ପରେ CIPM ୨୦୦୫ ମସିହାରେ ଏହା ମତ ରଖିଥିଲେ ଯେ, କିଲୋଗ୍ରାମକୁ ପ୍ରକୃତିର ମୂଳ ସ୍ଥିରାଙ୍କରେ ପରିଭାଷିତ କରାଯାଉ ।[5]