![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/5/5e/Kanhopatra.svg/langor-640px-Kanhopatra.svg.png&w=640&q=50)
କାହ୍ନୋପାତ୍ରା
From Wikipedia, the free encyclopedia
କାହ୍ନୋପାତ୍ରା (ଇଂରାଜୀ ଭାଷାରେ Kanhopatra ବା କାହ୍ମୁପାତ୍ରା Kanhupatra) ଜଣେ ୧୫ଶ ଶତାବ୍ଦୀର ମରାଠୀ ସନ୍ଥ କବୟିତ୍ରୀ ଯାହାଙ୍କୁ ହିନ୍ଦୁ ବର୍କାରି ଜାତିର ଲୋକମାନେ ପୂଜା କରନ୍ତି ।
ସନ୍ଥ କାହ୍ନୋପାତ୍ରା | |
---|---|
![]() ବିଠୋବା ପ୍ରତି କାହ୍ନୋପାତ୍ରା ଗାଉଛନ୍ତି । | |
ଜନ୍ମ | ୧୫ଶ ଶତାବ୍ଦୀ, ସଠିକ୍ ତାରିଖ ଅଜ୍ଞାତ ନଙ୍ଗଲଭେଧା (Mangalvedha), ମହାରାଷ୍ଟ୍ର, ଭାରତ |
ମୃତ୍ୟୁ | ୧୫ଶ ଶତାବ୍ଦୀ, ସଠିକ୍ ତାରିଖ ଅଜ୍ଞାତ ପନ୍ଧରପୁର (Pandharpur), ମହାରାଷ୍ଟ୍ର |
ଉପାଧି/ ସମ୍ମାନ | ସନ୍ଥ (Sant), ମରାଠୀରେ (संत) |
ଦର୍ଶନ | ବର୍କାରି (Varkari) |
କାହ୍ନୋପାତ୍ରାଙ୍କ ବିଷୟରେ ବିଶେଷ କିଛି ଜଣାନାହିଁ ।[1] ପାରମ୍ପରିକ ଗାଥା ଅନୁସାରେ କାହ୍ନୋପାତ୍ରା ଜଣେ ନର୍ତ୍ତକୀ ଓ ଗଣିକା ଥିଲେ । ସେ ବିଦର ବାଦଶାହଙ୍କର ରକ୍ଷିତା ହେବା ଅପେକ୍ଷା ବରକରିସ ଜାତିର ସଂରକ୍ଷକ ଭଗବାନ ବିଠୋବାଙ୍କ ପାଖରେ ମୃତ୍ୟୁ ବରଣ କରିବାକୁ ପସନ୍ଦ କରିଥିଲେ । ପଣ୍ଢରପୁର ବିଠୋବାଙ୍କର ମନ୍ଦିରରେ ସେ ମୃତ୍ୟୁ ବରଣ କରିଥିଲେ । ସେ ଏକମାତ୍ର ଲୋକ (ମହିଳା) ଯାହାଙ୍କର ମନ୍ଦିର ହତା ଭିତରେ ସମାଧି ଅଛି ।
କାହ୍ନୋପାତ୍ରା ମରାଠୀ ଭାଷାରେ ଓଭି ଓ ଅଭଙ୍ଗ କବିତା ଲେଖି ବିଠୋବାଙ୍କୁ ଭକ୍ତି ଅର୍ଘ୍ୟ ଭାବରେ ଅର୍ପଣ କରିଥିଲେ ଯେଉଁଥିରେ ନିଜର ବୃତ୍ତି ଓ ଭକ୍ତି ଦ୍ୱୟକୁ ସମତୁଲ ରଖିବା ଚେଷ୍ଟାର ସଂଘର୍ଷ ବିଷୟ ବର୍ଣ୍ଣନା କରିଛନ୍ତି । କବିତାରେ ସେ ବିଠୋବାକୁ ରକ୍ଷାକର୍ତ୍ତା ହେବାକୁ ଓ ବୃତ୍ତିର ଶିକୁଳିରୁ ମୁକ୍ତ କରିବାକୁ ପ୍ରାର୍ଥନା କରିଛନ୍ତି । ଅଭଙ୍ଗର କବିତା ମଧ୍ୟରୁ କେବଳ ୩୦ଟି ବଞ୍ଚିରହିଛି ଯାହା ଆଜି ବି ଲୋକମାନେ ଗାଉଛନ୍ତି । କେବଳ ନିଜସ୍ୱ ଭକ୍ତି ବଳରେ ଏକମାତ୍ର ବର୍କାରି ମହିଳା ଭାବରେ ସନ୍ଥ ମାନ୍ୟତା ପାଇଥିବା କାହ୍ନୋପାତ୍ରାଙ୍କର କୌଣସି ଗୁରୁ ନଥିଲେ, ନା ପୁରୁଷ ବର୍କାରି ସନ୍ଥ ସହାୟତା ଥିଲା ନା ପରମ୍ପରାର ଜୋର ଥିଲା ।