ଏହା ଏକ ଔଷଧ ଯାହା କୋଭିଡ-୧୯ ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ । From Wikipedia, the free encyclopedia
କାସିରିଭିମାବ/ଇମଡେଭିମାବ, ଏକ ବେପାର ନାମ ରିଜେନ-କୋଭ (REGEN-COV) ଏକ ଔଷଧ ଯାହା କୋଭିଡ-୧୯ ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ । [6] ଅଧିକ ସଙ୍କଟ ଥିବା ସାମାନ୍ୟରୁ ମଧ୍ୟମ ଧରଣର ରୋଗର ଚିକିତ୍ସାରେ ଏହା ବ୍ୟବହୃତ ହୁଏ । [6] ଓମିକ୍ରନ୍ ଭାରିଆଣ୍ଟ୍ ଥିବା ଲୋକଙ୍କ କ୍ଷେତ୍ରରେ ଏହା ବହୁତ କମ୍ କାମ କରେ । [7] [8] ଏହା ଚର୍ମ ତଳେ କିମ୍ବା ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [6]
Combination of | |
---|---|
Casirivimab | Monoclonal antibody against SARS-CoV-2 |
Imdevimab | Monoclonal antibody against SARS-CoV-2 |
Clinical data | |
Trade names | REGEN-COV, Ronapreve |
Synonyms | REGN-COV2 |
AHFS/Drugs.com | monograph |
data |
|
Pregnancy category |
|
Routes of administration | Intravenous, subcutaneous injection |
Legal status | |
Legal status |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ୍ ନେଇଥିବା ସ୍ଥାନରେ ଇନଫ୍ୟୁଜନ୍ ପ୍ରତିକ୍ରିୟା ଏବଂ ଲାଲ ରଙ୍ଗ ଦେଖାଯାଏ । [6] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍, ଜ୍ୱର ଏବଂ ଶ୍ୱାସକ୍ରିୟା ସମସ୍ୟା ହୋଇପାରେ। [6] ଯଦିଓ ଏହା ଗର୍ଭାବସ୍ଥାରେ ବ୍ୟବହୃତ ହୋଇପାରେ କିନ୍ତୁ ସୁରକ୍ଷା ଅସ୍ପଷ୍ଟ ଅଟେ । [6] ଏଥିରେ ଦୁଇଟି ମୋନୋକ୍ଲୋନାଲ ଆଣ୍ଟିବଡି, କ୍ୟାସିରିଭିମାବ (REGN10933) ଏବଂ ଇମଡେଭିମାବ (REGN10987) ଥାଏ ଯାହା ଜୀବାଣୁ ସହିତ ଅନୁବନ୍ଧିତ ହୋଇ କାର୍ଯ୍ୟକ୍ଷମ ହୋଇଥାଏ । [4] [9]
୨୦୨୧ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ ଅଧୀନରେ ଏହି ମିଶ୍ରଣ ଉପଲବ୍ଧ [6] ଏହା ଅଷ୍ଟ୍ରେଲିଆ, ବ୍ରିଟେନ ଏବଂ ଜାପାନରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ । [10] [11] [1] ଯୁକ୍ତରାଷ୍ଟ୍ରରେ ସରକାର ପ୍ରତ୍ୟେକ ମାତ୍ରାର ଔଷଧକୁ ୨,୧୦୦ ଡଲାରରେ କ୍ରୟ କରି ଲୋକମାନଙ୍କୁ ମାଗଣାରେ ପ୍ରଦାନ କରୁଛନ୍ତି। [12] ଜର୍ମାନୀରେ ଏହା ପ୍ରତି ମାତ୍ରାକୁ ପ୍ରାୟ € ୨,୦୦୦ରେ କିଣାଯାଇଥିଲା | [13]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.