ଏହି ରୋଗରେ ମସ୍ତିଷ୍କର ନିମ୍ନ ଭାଗରେ ଥିବା କାଭେରନସ ସାଇନସରେ ରକ୍ତ ଜମାଟ ବାନ୍ଧିଥାଏ ଯେଉଁଠାରୁ ରକ୍ତ ନିଷ୍କା From Wikipedia, the free encyclopedia
କାଭେରନସ ସାଇନସ ଥ୍ରୋମ୍ବୋସିସ ( CST ) ରୋଗରେ ମସ୍ତିଷ୍କର ନିମ୍ନ ଭାଗରେ ଥିବା କାଭେରନସ ସାଇନସରେ ରକ୍ତ ଜମାଟ ବାନ୍ଧିଥାଏ ଯେଉଁଠାରୁ ରକ୍ତ ନିଷ୍କାସିତ ହୋଇ ପୁନଃ ହୃତ୍ପିଣ୍ଡକୁ ଫେରିଯାଏ । [1] ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ଆଖି ଯନ୍ତ୍ରଣା, ଏକ୍ସୋଫଥାଲମସ, ଜ୍ୱର ଏବଂ ଦୈତ ଦୃଷ୍ଟି ହୋଇପାରେ । [1] ପ୍ରାୟ ଗୋଟିଏ ଆଖି ପ୍ରାରମ୍ଭରେ ଜଡିତ ହୋଇଥାଏ ଓ ପରବର୍ତ୍ତୀ ସମୟରେ ଅନ୍ୟ ଆଖି ପ୍ରଭାବିତ ହୋଇଥାଏ । [2] ଜଟିଳତା ମଧ୍ୟରେ ମେନିଞ୍ଜାଇଟିସ୍, ମସ୍ତିଷ୍କ ଆବସେସ୍ ଏବଂ ପିଟୁଇଟାରି ଅଭାବ ହୋଇପାରେ। [3]
Cavernous sinus thrombosis | |
---|---|
ବିଭାଗ | Neurology |
ଲକ୍ଷଣ | Headache, eye pain, bulging eyes, fever, double vision[1] |
ବିପଦ କାରକ | Boil of the nose, sinusitis, dental infection, injury, surgery, easy blood clot formation[2][3] |
ରୋଗ ନିର୍ଣ୍ଣୟ ପଦ୍ଧତି | CT scan or MRI[3] |
ସଠିକ ରୋଗ ନିର୍ଣ୍ଣୟ | Carotid cavernous fistula, meningioma, orbital cellulitis[2] |
ଚିକିତ୍ସା | Antibiotics, heparin, corticosteroids, surgery[1] |
ପୁନଃପୌନିକ | Rare[1] |
ମୃତ୍ୟୁ ସାନ୍ଦ୍ରତା | Up to 30% die[1] |
ଏହା ଦୁଇ ପ୍ରକାର ଦେଖାଯାଏ - ସେପ୍ଟିକ୍ (ସଂକ୍ରମଣ) ଏବଂ ଆସେପ୍ଟିକ୍ (ଅଣସଂକ୍ରମଣ) | [2] ମୁହଁ ସଂକ୍ରମଣ, ନାକ ଉପରେ ବଥ, ସାଇନୁସାଇଟିସ୍ ଏବଂ ଦାନ୍ତ ସଂକ୍ରମଣ ଭଳି ରୋଗମାନ ଏହି ରୋଗର ବିପଦ ସଙ୍କଟ ଅଟନ୍ତି । [3] ସାଧାରଣତଃ ଷ୍ଟାଫିଲୋକୋକସ୍ ଆରିଅସ୍ ଏବଂ ଷ୍ଟ୍ରେପଟୋକୋକସ୍ ବ୍ୟାକ୍ଟେରିଆ ଯୋଗୁ ଏହି ରୋଗ ହୋଇଥାଏ ।। [3] ଅନ୍ୟାନ୍ୟ ବିପଦ କାରକଗୁଡ଼ିକ ମଧ୍ୟରେ ଆଘାତ, ଅସ୍ତ୍ରୋପଚାର ଏବଂ ସହଜ ରକ୍ତ ଜମାଟ ବାନ୍ଧିବା ହୋଇପାରେ। [2] ରୋଗ ନିର୍ଣ୍ଣୟ ସାଧାରଣତ ସିଟି ସ୍କାନ୍ କିମ୍ବା ଏମଆରଆଇ ଉପରେ ଆଧାରିତ ହୁଏ । [3] ଏହା ଏକ ପ୍ରକାର ମସ୍ତିଷ୍କ ଭେନସ୍ ସାଇନସ୍ ଥ୍ରୋମ୍ବୋସିସ୍ । [2]
ଏହା ଏକ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି । [1] ଚିକିତ୍ସାରେ ଆଣ୍ଟିବାୟୋଟିକ୍, ହେପାରିନ୍ ଏବଂ କର୍ଟିକୋଷ୍ଟେରଏଡ ଦିଆଯାଏ । [1] ଏହି ଅବସ୍ଥାରେ ଆବସେସ୍ ଥିଲେ ନିଷ୍କାସନ ପାଇଁ ବେଳେବେଳେ ଅସ୍ତ୍ରୋପଚାର ଆବଶ୍ୟକ ହୁଏ । [1] [2] ଚିକିତ୍ସା ସତ୍ତ୍ୱେ ୩୦% ଲୋକ ମୃତ୍ୟୁ ବରଣ କରନ୍ତି। [1] ବଞ୍ଚିଯାଇଥିବା ଲୋକଙ୍କର ଦୃଷ୍ଟିହାନୀ ଏବଂ ବାତ ହୋଇପାରେ । [1] ଗୁମ୍ଫା ସାଇନସ୍ ଥ୍ରୋମ୍ବୋସିସ୍ ରୋଗ ଏକ ବିରଳ ରୋଗ ଯାହା ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୦.୨ରୁ ୧.। ଲୋକଙ୍କୁ ପ୍ରଭାବିତ କରିଥାଏ । [1] [2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.