କାଗଜ
ଏକ ପତଳା ପଦାର୍ଥ ଯାହା କାଠ, ବାଉଁଶ, ଛିଣ୍ଡା କପଡ଼ା ବା ଘାସର ମଣ୍ଡରେ ଥିବା ଓଦା ସେଲ୍ୟୁଲୋଜ୍ ତନ୍ତୁକୁ ଏକତ୍ର ଚିପ / From Wikipedia, the free encyclopedia
କାଗଜ ଏକ ପତଳା ପଦାର୍ଥ ଯାହା କାଠ, ବାଉଁଶ, ଛିଣ୍ଡା କପଡ଼ା ବା ଘାସର ମଣ୍ଡରେ ଥିବା ଓଦା ସେଲ୍ୟୁଲୋଜ୍ ତନ୍ତୁକୁ ଏକତ୍ର ଚିପି, ଶୁଖେଇ ନମନୀୟ ଚାଦର ଆକାରରେ ପ୍ରସ୍ତୁତ କରାଯାଏ । ଏହି ଅନୁପମ ପଦାର୍ଥକୁ ଲେଖିବା, ଛପେଇବା, ପୋଛାପୋଛି କରିବା ଓ ଅନେକ ପ୍ରକାରର ଔଦ୍ୟୋଗିକ ଓ ନିର୍ମାଣ କାମରେ ବ୍ୟବହାର କରାଯାଏ ।
Quick Facts କାଗଜ, Traditional Chinese ...
କାଗଜ | |||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଚୀନା ଅକ୍ଷରରେ "କାଗଜ" ଲେଖାଯାଇଛି ପରମ୍ପରା ଅନୁସାରେ (ଉପର ଚିତ୍ର) ଓ ସରଳୀକୃତ (ତଳ ଚିତ୍ର) । | |||||||||||||||||||||
Traditional Chinese | 紙 | ||||||||||||||||||||
Simplified Chinese | 纸 | ||||||||||||||||||||
|
Close
ମଣ୍ଡରୁ କାଗଜ ପ୍ରସ୍ତୁତି ପ୍ରଥମେ ଚୀନ ଦେଶରେ ଦ୍ୱିତୀୟ ଶତାବ୍ଦୀରେ (ସନ ୧୦୫) ବିକାଶ ହେବା,[1] ଓ ଏହା ହାନ କୋର୍ଟ ହିଜଡ଼ା କାଇ ଲୁନଙ୍କ (Han court eunuch Cai Lun)ଦ୍ୱାରା ପ୍ରସ୍ତୁତ ହୋଇଥିବା କୁହାଯାଉଥିଲେ ମଧ୍ୟ ସେଠାରୁ ମିଳୁଥିବା କାଗଜ ଟୁକୁଡ଼ାରୁ ଏହା ଖ୍ରୀ:ପୂ: ଦ୍ୱିତୀୟ ଶତାବ୍ଦୀରେ ପ୍ରସ୍ତୁତ ହୋଇଥିବା ଜଣାଯାଏ ।[2] ଅଧୁନା ମଣ୍ଡ ଓ କାଗଜ ଉଦ୍ୟୋଗ ସାରା ପୃଥିବୀରେ ଅଛି, ଚୀନ ଦେଶରେ ସର୍ବାଧିକ ଓ ତା ପରକୁ ଯୁକ୍ତରାଷ୍ଟ୍ର ଆମେରିକା ଅଛି ।