![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/5/5d/Kalpataru%252C_Kinnara-Kinnari%252C_Apsara-Devata%252C_Pawon_Temple.jpg/640px-Kalpataru%252C_Kinnara-Kinnari%252C_Apsara-Devata%252C_Pawon_Temple.jpg&w=640&q=50)
କଳ୍ପବୃକ୍ଷ
From Wikipedia, the free encyclopedia
କଳ୍ପବୃକ୍ଷ ଦେବଲୋକର ଏକ ବୃକ୍ଷ ଅଟେ । ଏହାକୁ କଳ୍ପଦ୍ରୁପ, କଳ୍ପତରୁ, ସୁରତରୂ, ଦେବତରୂ ତଥା କଳ୍ପଲତା ଇତ୍ୟାଦି ନାମରେ ଜଣାଯାଏ । ପୁରାଣ ଅନୁସାରେ ସମୁଦ୍ର ମନ୍ଥନରୁ ପ୍ରାପ୍ତ 14ଟି ରତ୍ନମାନଙ୍କ ମଧ୍ୟରୁ କଳ୍ପବୃକ୍ଷ ଗୋଟିଏ ଅଟେ । ଏହା ଇନ୍ଦ୍ରଙ୍କୁ ଦିଆଯାଇଥିଲା ଏବଂ ଇନ୍ଦ୍ର ଏହାର ସ୍ଥାପନ ସୁରକାନନରେ କରିଥିଲେ । ହିନ୍ଦୁମାନଙ୍କର ବିଶ୍ୱାସ ଥାଏ କି, କଳ୍ପବୃକ୍ଷଙ୍କୁ ଯେଉଁ ଜିନିଷର ଯାଚଣା କରାଯାଇଥାଏ ସେହି ଜିନିଷ ମିଳିଯାଏ । ଏହାର ନାଶ ଅନ୍ତଃ ସମୟ ପର୍ଯ୍ୟନ୍ତ ହୋଇନଥାଏ । "ତୁବା" ନାମରେ ଏହିପରି ଏକ ବୃକ୍ଷର ବର୍ଣ୍ଣନା ଇସ୍ଲାମୀ ଧାର୍ମିକ ସାହିତ୍ୟରେ ମଧ୍ୟ ମିଳିଥାଏ ଯାହା ମୁସଲମାନ ମାନଙ୍କ ସ୍ୱର୍ଗର ଉପବନରେ ଉଦ୍ଭୂତ ହୋଇଥାଏ ।
![Thumb image](http://upload.wikimedia.org/wikipedia/commons/thumb/5/5d/Kalpataru%2C_Kinnara-Kinnari%2C_Apsara-Devata%2C_Pawon_Temple.jpg/640px-Kalpataru%2C_Kinnara-Kinnari%2C_Apsara-Devata%2C_Pawon_Temple.jpg)
![Thumb image](http://upload.wikimedia.org/wikipedia/commons/thumb/d/db/Sagar_Manthan.jpg/640px-Sagar_Manthan.jpg)
ସିଦ୍ଧ, ନାଥ ଏବଂ ସନ୍ଥ କଳ୍ପଲତା କିମ୍ବା କଳ୍ପବଲ୍ଲରୀ ସଂଜ୍ଞା "ଉନ୍ମନୀ"କୁ ଦିଆଯାଇଥାଏ । କାରଣ ତାଙ୍କର ମତ ଅନୁସାରେ ସହଜ ଅବସ୍ଥା କିମ୍ବା କୈବଲ୍ୟ ପ୍ରାପ୍ତ ପାଇଁ ଉନ୍ମନୀ ହିଁ ଏକମାତ୍ର ସାଧନ ଅଟେ ଯାହା ନା କେବଳ ସମସ୍ତ କାମାନକୁ ପୁରଣ କରିଥାଏ , ଏହାଛଡା ସ୍ୱୟଂ ଅବିନଶ୍ୱର ମଧ୍ୟ ଅଟନ୍ତି ଏବଂ ଯାହାକୁ ମିଳିଯାଏ ତାହାକୁ ମଧ୍ୟ ଅବିନଶ୍ୱର ବନେଇ ଦେଇଥାଏ । [1]