ଆଙ୍ଗୁଠି ଚାରିପାଖର ଚର୍ମର ପ୍ରଦାହକୁ କଣନଖା କୁହାଯାଏ । From Wikipedia, the free encyclopedia
କଣନଖା ବା ପାରୋନିକିଆ ରୋଗରେ ନଖ ଚାରିପାଖରେ ଥିବା ଚମର ପ୍ରଦାହ ହୁଏ । [5] [6] ଏହା ହଠାତ୍ ଯନ୍ତ୍ରଣା, ଲାଲିମା, ଫୁଲା ଏବଂ ପୁଜ ସହିତ ଉପସ୍ଥାପିତ ହୋଇପାରେ, କିମ୍ବା ଧୀରେ ଧୀରେ ସାମାନ୍ୟ ଦରଜ, ଲାଲିମା, ଏବଂ ନଖ ପରିବର୍ତ୍ତନ ସହିତ ଆରମ୍ଭ ହୋଇପାରେ ।[2] [3] ବିଶି ଓ ମଝି ଆଙ୍ଗୁଠି ସାଧାରଣତଃ ଅଧିକ ପ୍ରଭାବିତ ହୋଇଥାଏ, ଯଦିଓ ହାତ ଓ ପାଦର ଅନ୍ୟାନ୍ୟ ଆଙ୍ଗୁଠି ମଧ୍ୟ ଜଡିତ ହୋଇପାରେ ।[2] [7] ଏହା ଜଟିଳ ହେଲେ ଆବସେସ୍ ହୋଇପାରେ । [3]
Paronychia | |
---|---|
Perionychia[1] | |
ବିଭାଗ | Dermatology, emergency medicine |
ଲକ୍ଷଣ | Acute: Pain, redness, swelling, pus[2][3] Chronic Mild tenderness, redness, nail changes[2][3] |
କାରଣ | Infectious (bacterial, viral, fungal), frequent hand washing, nail biting, certain medications[3] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on examination[3] |
ସଠିକ ରୋଗ ନିର୍ଣ୍ଣୟ | Cellulitis, felon, herpetic whitlow, onychomycosis, nail psoriasis[3] |
ଚିକିତ୍ସା | Acute: Warm compresses, antibiotics, incision and drainage[2][1] Chronic: Avoiding the underlying cause, antifungal and corticosteroid cream[2][1] |
ପୁନଃପୌନିକ | Common[4] |
ଏହା ଜୀବାଣୁ, ଭୂତାଣୁ ବା କବକ ସଂକ୍ରମଣ ହେତୁ ହୋଇପାରେ; ବାରମ୍ବାର ହାତ ଧୋଇଲେ କିମ୍ବା ନଖ କାମୁଡ଼ିଲେ କିମ୍ବା କିଛି ଔଷଧର ପ୍ରତିକ୍ରିୟା ଯୋଗୁ ହୋଇପାରେ ।[5] ସ୍ଟଫିଲୋକୋକସ ଅରିଅସ ଜୀବାଣୁ ଯୋଗୁ ହେଲେ ସାଧାରଣତଃ ହଠାତ୍ ଆରମ୍ଭ ହୋଇଥାଏ ଓ କାଣ୍ଡିଡା ଆଲବିକାନ୍ଶ କାରଣରୁ ହେଲେ ଧୀରେ ଧୀରେ ଆରମ୍ଭ ହୋଇଥାଏ । [6] ସାମାନ୍ୟ ଆଘାତରେ ମଧ୍ୟ ଏହି ସଂକ୍ରମଣର ଆଶଙ୍କା ରହିଥାଏ ।[2] ସାଧାରଣ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଇପାରେ ।[3]
ତୀବ୍ର କଣନଖା ସାଧାରଣତଃ ଉଷୁମ ସେକ, ଆଣ୍ଡିବାୟୋଟିକ କିମ୍ବା ଚିରିବା ପରେ ପୂଜ ନିଷ୍କାସନଦ୍ୱାରା ଚିକିତ୍ସା କରାଯାଏ । [6] [7] କ୍ରନିକ କଣନଖାରେ କ୍ଲୋଟ୍ରାଇମାଜୋଲ ଓ ବିଟାମେଥସସୋନ ଭଳି ଆଣ୍ଟଫଙ୍ଗାଲ ଓ କର୍ଟିକୋଷ୍ଟିରଏଡ ଦେଇ ଚିକିତ୍ସା କରିବା ସଙ୍ଗେ ସଙ୍ଗେ ମୂଳ କାରଣକୁ ଏଡାଇବାକୁ ଉପଦେଶ ଦିଆଯାଏ । [2] ଏହା ହାତର ଏକ ସାଧାରଣ ସଂକ୍ରମଣ। [8] ମହିଳାମାନେ ପୁରୁଷଙ୍କ ତୁଳନାରେ ତିନି ଗୁଣ ଅଧିକ ପ୍ରଭାବିତ ହୁଅନ୍ତି। [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.