ଓସେଲଟାମିଭିର
From Wikipedia, the free encyclopedia
ଓସେଲଟାମିଭିର (ଇଂରାଜୀ ଭାଷାରେ Oseltamivir, ବିକ୍ରୟ ନାମ ଟାମିଫ୍ଲୁ) ଏକ ଭୁତାଣୁରୋଧୀ ଔଷଧ (antiviral medication) ଯାହା ଇନଫ୍ଲୁଏଞ୍ଜା ଏ (influenza A) ଓ ଇନଫ୍ଲୁଏଞ୍ଜା ବି (influenza B ବା flu) ରୋଗମାନଙ୍କର ପ୍ରତିଷେଧ ଓ ଚିକିତ୍ସାରେ ବ୍ୟବହୃତ ହୁଏ ।[3] ଏହି ରୋଗଗୁଡ଼ିକ ଜଟିଳ ହୋଇଥିଲେ ବା ସଂକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ମଧ୍ୟରେ ଜଟିଳ ହେବା ସମ୍ଭାବନା ଥିଲେ ଏହି ଔଷଧ ଦେବାକୁ ସୁପାରିସ କରାଯାଏ ।[4] ଅଧିକ ସଙ୍କଟାପନ୍ନ ଲୋକଙ୍କୁ ପ୍ରତିଷଧ ଭାବରେ ଦିଆଯାଏ, ଜନ ସାଧାରଣଙ୍କୁ ନୁହେଁ ।[4] ସ୍ୱଳ୍ପ ସଙ୍କଟ ଥିବା ଲୋକଙ୍କୁ ଏହି ଚିକିତ୍ସା କରିବା ପୂର୍ବରୁ ଚିକିତ୍ସକମାନେ ନିଜର ବିବେକ ବ୍ୟବହାର କରିବେ ।[4][5][6] ଏହା ବଟିକା ବା ତରଳ ପଦାର୍ଥ ଆକାରରେ ପାଟିରେ ଦିଆଯାଏ । [3] ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି (vomiting), ତରଳ ଝାଡ଼ା, ମୁଣ୍ଡବଥା ଓ ନିଦ୍ରା ସମସ୍ୟା ଦେଖାଯାଏ ।[3] ମାନସିକ ଲକ୍ଷଣ (psychiatric symptoms) ଓ ବାତ (seizures) ମାରିବା ମଧ୍ୟ ଦେଖାଯାଇପାରେ ।[3][7][8] ଯୁକ୍ତରାଷ୍ଟ୍ର ଆମେରିକାରେ ଗର୍ଭିଣୀମାନଙ୍କୁ ଇନଫ୍ଲୁଏଞ୍ଜା ସଂକ୍ରମଣ ଥିଲେ ଦିଆଯାଏ ।[9] ଅଳ୍ପ ସଂଖ୍ୟକ ଗର୍ଭିଣୀମାନଙ୍କୁ ଏହା ଦିଆଯାଇ କୌଣସି ଲକ୍ଷଣ ପ୍ରକାଶ ନ ପାଇବା ଲକ୍ଷକରାଯାଇଥିଲା ।[9] ବୃକ୍କ ସମସ୍ୟା ଥିଲେ ଏହାର ମାତ୍ରା ସ୍ଥିର କରିବା ଆବଶ୍ୟକ ହୁଏ ।[3]
Clinical data | |
---|---|
Pronunciation | /ɒsəlˈtæmɪvɪər/ |
Trade names | Tamiflu[1] |
AHFS/Drugs.com | monograph |
MedlinePlus | a699040 |
data |
|
Pregnancy category |
|
Routes of administration | By mouth (hard capsules) |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | >80%[2] |
Protein binding | 42% (parent drug), 3% (active metabolite)[2] |
Metabolism | Hepatic, to oseltamivir carboxylate[2] |
Elimination half-life | 1-3 hours, 6-10 hours (active metabolite)[2] |
Excretion | Urine (>90% as oseltamivir carboxylate), faeces[2] |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
Chemical and physical data | |
Formula | C16H28N2O4 |
Molar mass | 312.4 g/mol |
3D model (JSmol) | |
SMILES
| |
InChI
| |
NY (what is this?) (verify) |
ସନ୧୯୯୯ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଓସେଲଟାମିଭିର ସ୍ୱୀକୃତ ହୋଇଥିଲା ।[3] ଏହା ପ୍ରଥମ ପାଟିରେ ଦିଆଯାଉଥିବା ନିଉରାମିନିଡେଜ ଇନହିବିଟର (neuraminidase inhibitor) [10] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[11] ସନ ୨୦୧୬ରୁ ଏହାର ଏକ ସଂସ୍କରଣ ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହେଉଛି ।[12] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର ହୋଲସେଲ କ୍ରୟ ମୂଲ୍ୟ ସନ ୨୦୧୪ରେ ୪.୨୭ ଆମେରିକୀୟ ଡଲାର ଥିଲା ।[13] ଡିସେମ୍ଭର ୨୦୧୬ରେ ଏହାର ଏକ କୋର୍ଷର ମୂଲ୍ୟ ୧୩୮.୭୦ଆମେରିକୀୟ ଡଲାର ଥିଲା ।[14]