From Wikipedia, the free encyclopedia
ଓଷ୍ଟିଓପୋରୋସିସ ଏକ ରୋଗ ଯେଉଁଥିରେ ହାଡ଼ର ଶକ୍ତି କମିଯାଇ ଅଧିକ ଅସ୍ଥିଭଗ୍ନ ସମ୍ଭାବନା ରହେ । ବୃଦ୍ଧ ବୟସରେ ଅସ୍ଥିଭଗ୍ନର ଏହା ସର୍ବାଧିକ ସାଧାରଣ କାରଣ ।[1] ଅସ୍ଥି ଭଗ୍ନର ସାଧାରଣ ସ୍ଥାନ: ପିଠି ହାଡ଼, ପ୍ରବାହୁ (forearm) ଓ ହିପ ।[2] ଅସ୍ଥି ଭଗ୍ନ ନ ହେଲା ପର୍ଯ୍ୟନ୍ତ ଏହାର ସାଧାରଣତଃ ଲକ୍ଷଣ ନ ଥାଏ । ଏହି ରୋଗରେ ଅସ୍ଥି ଏତେ ଦୁର୍ବଳ ହୁଏ ଯେ ସାମାନ୍ୟ ଚାପ ବା କୌଣସି ଚାପ ନ ଥାଇ ମଧ୍ୟ ଆପେ ଆପେ ଭାଙ୍ଗିଯାଏ । ଅସ୍ଥି ଭଗ୍ନ ପରେ ଦୈନନ୍ଦିନ କର୍ମ ସମ୍ପାଦନ କରିବାରେ ଅସୁବିଧା ହୁଏ କ୍ରନିକ ଯନ୍ତ୍ରଣା ହୁଏ ।[1] ଓଡ଼ିଆରେ ଏହି ରୋଗର ପ୍ରତିଶବ୍ଦ: ହାଡ଼ପୋରିଆ, ପୋଲା ହାଡ଼ ରୋଗ, ଛିଦ୍ରାଳ ଅସ୍ଥି ରୋଗ ।
ଓଷ୍ଟିଓପୋରୋସିସ ରୋଗରେ ସାଧାରଣ ପିକ ବୋନ ମାସ ଅପେକ୍ଷା କମ କ୍ଷୟ ଓ ସାଧାରଣ ଅସ୍ଥି କ୍ଷୟ ଅପେକ୍ଷା ବେଶୀ କ୍ଷୟ ହୁଏ । ଏସ୍ଟ୍ରୋଜେନ ସ୍ତର ମେନୋପଜ ବା ଋତୁବନ୍ଦ ପରେ କମିଯିବାରୁ ଅସ୍ଥି କ୍ଷୟ ହୁଏ । ଅନେକ ରୋଗ ଓ ଚିକିତ୍ସା ପଦ୍ଧତିରେ ଅସ୍ଥିକ୍ଷୟ ହୁଏ ଯେପରିକି ମଦ୍ୟାସକ୍ତି, ଆନୋରେକ୍ସିଆ ନର୍ଭୋସା, ହାଇପରଥାଇରଏଡିଜ୍ମ, ଉଫୋରେକଟୋମି ଓ ବୃକ୍କ ରୋଗ । ବାତଔଷଧ (ଆଣ୍ଟିସିଜର ମେଡିକେସନ), କେମୋଥେରାପି, ପ୍ରୋଟୋନ ପମ୍ପ ଇନହିବିଟର, ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ଓ ସ୍ଟେରଏଡ ଔଷଧ ନେଲେ ଅସ୍ଥିକ୍ଷୟ ଅଧିକ ହୁଏ । ବ୍ୟାୟାମ ଅଭାବ ଓ ଧୁମ୍ରପାନ ମଧ୍ୟ ରୋଗ ସଙ୍କଟ ହୋଇପାରେ ।[1] ଅସ୍ଥି ସାନ୍ଦ୍ରତା ବା ବୋନ ଡେନସିଟି ଯୁବ ବୟସ୍କର ୨.୫ ଏସଡି ତଳକୁ ଥିଲେ ଓଷ୍ଟିଓପୋରୋସିସ ରୋଗ ନିର୍ଣ୍ଣୟ କରାଯାଏ ।[3] ଡୁଆଲ ଏନର୍ଜି ଏକ୍ସ-ରେ ଆବସର୍ପସିଓମେଟ୍ରିଦ୍ୱାରା ହିପରେ ଏହି ମାପ କରାଯାଏ ।[3]
କ୍ଷତିକାରକ ଔଷଧ ଦୂର କରି ଓ ଉପଯୁକ୍ତ ଖାଦ୍ୟ ଗ୍ରହଣ କରି ଏହି ରୋଗକୁ ପ୍ରତିରୋଧ କରାଯାଏ । ଉପଯୁକ୍ତ ଖାଦ୍ୟ, ବ୍ୟାୟାମ ଓ ନ ପଡ଼ିଯିବା ନିମନ୍ତେ ଚେଷ୍ଟିତ ହେଲେ ଅସ୍ଥିଭଗ୍ନ ପ୍ରତିରୋଧ କରିହେବ । ଜୀବନଚର୍ଯ୍ୟାରେ ପରିବର୍ତ୍ତନ, ଧୁମ୍ରପାନ ନିଷେଧ ଓ ଆଲକୋହୋଲ ପାନ ବନ୍ଦ ଇତ୍ୟାଦି ବହୁତ ସାହାଯ୍ୟ କରେ ।[1] ପୂର୍ବରୁ ଓଷ୍ଟିଓପୋସୋସିସ ଜନିତ ଅସ୍ଥିଭଗ୍ନ ଥିଲେ ବାଇଫସଫୋନେଟ ଔଷଧ ଦେଲେ ଉପକାର ମିଳେ,[4][5] କିନ୍ତୁ କେବଳ ଓଷ୍ଟିଓପୋରୋସିସ ଥିଲେ କମ କାର୍ଯ୍ୟକାରୀ ହୁଏ ।[4][5][6] ଅନ୍ୟ କେତେକ ଔଷଧ ମଧ୍ୟ ଉପକାରୀ ହୁଏ ।[1][7]
ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଓଷ୍ଟିଓପୋରୋସିସ ଏକ ସାଧାରଣ ରୋଗ ହୋଇଯାଏ ।[1] ପଚାଶ ଦଶକର ଲୋକଙ୍କ ମଧ୍ୟରୁ୧୫ % (ଗୋରା ଲୋକ) ଓ ୮୦ ବର୍ଷ ବୟସ ପରେ ୭୦ % ଏହି ରୋଗ ଭୋଗନ୍ତି ।[8] ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ ରୋଗ ହୁଏ ।[1] ବିକଶିତ ଦେଶମାନଙ୍କରେ ରୋଗ ନିର୍ଣ୍ଣୟ ପଦ୍ଧତି ଅନୁସାରେ ୨ରୁ ୮ % ପୁରୁଷ ଓ ୯ରୁ ୩୮ % ମହିଳାଙ୍କୁ ଏହି ରୋଗ ହୁଏ ।[9] ବିକାଶଶୀଳ ଦେଶମାନଙ୍କରେ ଏହି ରୋଗ ହାର ଜଣାଯାଇ ନାହିଁ ।[10] ସନ ୨୦୧ରେ ୟୁରୋପ ୟୁନିଅନରେ ୨୨ ନିୟୁତ ମହିଳା ଓ ୫.୫ ନିୟୁତ ପୁରୁଷଙ୍କୁ ଏହି ରୋଗ ହୋଇଥିଲା ।[11] ଆମେରିକାରେ ସେହି ବର୍ଷ (୨୦୧୦) ୮ ନିୟୁତ ମହିଳା ଓ ୧ରୁ ୨ ନିୟୁତ ପୁରୁଷଙ୍କୁ ଏହି ରୋଗ ହୋଇଥିଲା ।[9][12] ଗୋରା ଲୋକ ଓ ଏସିଆ ଲୋକଙ୍କର ରୋଗ ସଙ୍କଟ ଅଧିକ ଥାଏ ।[1] ଗ୍ରୀକ ଶବ୍ଦ ପୋରସ ହାଡ଼ରୁ ଏହି ଓଷ୍ଟିଓପୋରୋସିସ ନାମ ଆସିଛି ।[13]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.