ଓଭାରି କର୍କଟ

From Wikipedia, the free encyclopedia

ଓଭାରି କର୍କଟ

ଓଭାରି କର୍କଟ (ଇଂରାଜୀରେ Ovarian cancer) ଏକ ପ୍ରକାର କର୍କଟ ରୋଗ ଯାହା ମହିଳାମାନଙ୍କର ଓଭାରି ବା ଡିମ୍ବାଶୟରୁ ଜାତ ହୁଏ ।[1] ଏହା ଫଳରେ ଅସାଧାରଣ ଜୀବକୋଷ ଜାତ ହୁଅନ୍ତି ଯାହାର କ୍ଷମତା ଥାଏ ଦେହର ଅନ୍ୟ ଅଂଶକୁ ବ୍ୟାପିବା ବା ମେଟାସ୍ଟାସିସ କରିବା ।[2] ରୋଗ ଆରମ୍ଭରେ ଅନିର୍ଦ୍ଦିଷ୍ଟ ଲକ୍ଷଣ କିଛି ପ୍ରକାଶ ପାଏ ଓ ସମୟକ୍ରମେ କର୍କଟ ବଢ଼ିଚାଲେ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ପେଟ ଫୁଲିଯାଏ, ପେଲଭିସ ଯନ୍ତ୍ରଣା ହୁଏ ।[3] ଏହା ସାଧାରଣଥ ପେରିଟୋନିଅମ, ଲସିକା ଗ୍ରନ୍ଥି, ଫୁସ୍‌ଫୁସ୍ଯକୃତକୁ ବ୍ୟାପିଯାଏ ବା ମେଟାସ୍ଟାସିସ ହୁଏ ।[4]

Quick Facts ଓଭାରି କର୍କଟ (ମାନବ), ଶ୍ରେଣୀବିଭାଗ ଓ ବାହାର ସ୍ରୋତ ...
ଓଭାରି କର୍କଟ (ମାନବ)
Thumb
Micrograph of a mucinous ovarian carcinoma
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିoncology[*]
ଆଇସିଡ଼ି-୧୦C56.
ଆଇସିଡ଼ି-୯-ସିଏମ୍183, 220
ଆଇସିଡ଼ି-ଓvaried
ରୋଗ ଡାଟାବେସ9418
ମେଡ଼ିସିନ-ପ୍ଲସ000889
ଇ-ମେଡ଼ିସିନmed/1698
Patient UKଓଭାରି କର୍କଟ
MeSHD010051
Close

ଅଧିକ ଡିମ୍ବାଣୁ (ଇଂରାଜୀରେ ovum) ଜାତ କରୁଥିବା ମହିଳାଙ୍କର ଓଭାରି କର୍କଟ ସମ୍ଭାବନା ଅଧିକ ଥାଏ । ଏଣୁ ନିଃସନ୍ତାନ, ଅଳ୍ପ ବୟସରେ ଡିମ୍ବକ୍ଷରଣ କିମ୍ବା ଅଧିକ ବୟସରେ ଋତୁବନ୍ଦ ହେଉଥିବା ମହିଳାଙ୍କର ଏହି ସଙ୍କଟ ଅଧିକ ରହେ ।[5] ମୋଟାପଣ, ଋତୁବନ୍ଦ ପରେ ହରମୋନ ଥେରାପି ଓ ଫର୍ଟିଲିଟି ଔଷଧ ଖାଉଥିବା ମହିଳାଙ୍କର ସଙ୍କଟ ଅଧିକ ଥାଏ ।[1][6] ସଙ୍କଟ କମ କରୁଥିବା ଉପାଦାନ ମଧ୍ୟରେ ହରମୋନ‌ଦ୍ୱାରା ଜନ୍ମ ନିରୋଧ, ଫାଲୋପିଆନ ଟ୍ୟୁବ ଗଣ୍ଠି ପକେଇବାସ୍ତନ୍ୟପାନ କରିବା ଅନ୍ୟତମ ।[6] ପ୍ରାୟ ୧୦ % କେଶ୍‌ରେ ବଂଶାନୁକ୍ରମିକ ସଙ୍କଟ ଥାଏ, ଜିନ ମ୍ୟୁଟେସନ (BRCA1 or BRCA2) ହୋଇଥିଲେ ୫୦ % ସଙ୍କଟ ଅଧିକ ରହେ । ସର୍ବାଧିକ କର୍କଟ ହେଉଥିବା ରୋଗର ନାମ ଓଭାରିଆନ କାର୍ସିନୋମା । ଏହାର ପାଞ୍ଚ ପ୍ରକାର ପ୍ରଜାତି ଅଛି ଯାହା ମଧ୍ୟରୁ ସେରସ ସବୁଠାରୁ ଅଧିକ ହୁଏ । ଓଭାରିର ବାହ୍ୟ ଆବରଣରୁ ଏହା ଆରମ୍ଭ ହେଉଥିବା ବିଶ୍ୱାସ କରାଯାଏ,[5] ଯଦିଓ ଫାଲୋପିଆନ ଟ୍ୟୁବ୍‌ରୁ ମଧ୍ୟ କେତେକ ବାହାରେ ।[7] ଅଳ୍ପ ହେଉଥିବା ଟାଇପ ମଧ୍ୟରେ ଜର୍ମ ସେଲ ଟ୍ୟୁମରସେକ୍ସ କର୍ଡ ସ୍ଟ୍ରୋମାଲ ଟ୍ୟୁମର ନାମ ଉଲ୍ଲେଖ‌ଯୋଗ୍ୟ ।[5] ବାୟୋପ୍ସି ନେଇ ରୋଗ ନିର୍ଣ୍ଣୟ କରାଯାଏ, ସାଧାରଣତଃ ଅପରେଶନ କରି ବାହାର କରିଦେବା ପରେ ।[3]

ସାଧାରଣ ସଙ୍କଟ ଥିବା ମହିଳାଙ୍କର ସ୍କ୍ରିନିଙ୍ଗ ଅନାବଶ୍ୟକ, କାରଣ ଏହାଦ୍ୱାରା ଅନେକ ମିଥ୍ୟା ଯୁକ୍ତାତ୍ମକ ଫଳ ମିଳେ, ଏହା ଯୋଗୁ ଅନାବଶ୍ୟକ ଅପରେଶନ କରାଯାଏ ଓ ସବୁଠାରୁ ବଡ଼ କଥା ହେଲା ଏହାଦ୍ୱାରା ମୃତ୍ୟୁ ହାରରେ ଫରକ ଆସେନି ।[8] ଉଚ୍ଚ ସଙ୍କଟାପନ୍ନ ମହିଳାଙ୍କର ପ୍ରତିଷେଧ ହିସାବରେ ଦୁଇଟିଯାକ ଓଭାରି କାଢ଼ିଦିଆଯାଏ ।[1] ଯଦି ଶୀଘ୍ର ରୋଗ ଧରାପଡ଼େ ଓ ଚିକିତ୍ସା କରାଯାଏ, ତାହାହେଲେ ଆରୋଗ୍ୟ ହୋଇଯାଏ । ଅପରେଶନ, ରାଡିଏସନ କିମ୍ବା କେମୋଥେରାପିର ମଶ୍ରିତ କରାଯାଏ ।[3] ଏହାର ଫଳାଫଳ ନିର୍ଭର କରେ କେତେ ପର୍ଯ୍ୟନ୍ତ ରୋଗ ଆଗେଇଛି ଓ କେଉଁ ଉପ-ପ୍ରକାରର ରୋଗ । [5] ପାଞ୍ଚ ବର୍ଷିଅ ଆୟୁଷ ହାର ଆମେରିକାରେ ୪୫ % ।[9] ବିକାଶଶୀଳ ଦେଶମାନଙ୍କରେ ଏହି ହାର ନିରାଶାଜନ‌କ ।[5]

ପୃଥିବୀରେ ୨୦୧୨ ମସିହାରେ ଓଭାରି କର୍କଟ ରୋଗ ୨୩୯.୦୦୦ ମହିଳାଙ୍କୁ ହୋଇଥିଲା ଓ ୧୫୨.୦୦୦ ମୃତ୍ୟୁ ହୋଇଥିଲା । ଏହା ମହିଳାମାନଙ୍କ ମଧ୍ୟରେ ସପ୍ତମ ସାଧାରଣ କର୍କଟ ଓ ମହିଳା ମୃତ୍ୟୁ କାରଣରେ ଅଷ୍ଟମ ସ୍ଥାନ ଅଧିକାର କରିଛି । ଆଫ୍ରିକା ଓ ଏସିଆ ଅପେକ୍ଷା ଉତ୍ତର ଆମେରିକା ଓ ୟୁରୋପରେ ଏହି ରୋଗ ବେଶୀ ହୁଏ ।[5]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.