ମାନବ ଓ ପଶୁଙ୍କର ଏକ ପ୍ରକାର କବକ ରୋଗ From Wikipedia, the free encyclopedia
ଓନିକୋମାଇକୋସିସ Onychomycosis, ଅନ୍ୟ ନାମ ଟିନିଆ ଅଙ୍ଗୁଇଅମ/tinea unguium) ଏକ ପ୍ରକାର କବକ ସଂକ୍ରମଣ (fungal infection) ଯାହା ନଖକୁ (nail) ଆକ୍ରମଣ କରେ ।[2] ନଖ ରଙ୍ଗ ବଦଳି ହଳଦିଆ ବା ଧଳା ହୋଇଯାଏ, ମୋଟା ହୋଇଯାଏ ଓ ନଖ ସ୍ଥାନଚ୍ୟୁତ (separation of the nail from the nail bed) ହୋଇଯାଏ ।[2][3] ଉଭୟ ପାଦ (Toenails) ଓ ହାତ ନଖ (fingernails) ସଂକ୍ରମିତ ହୁଅନ୍ତି କିନ୍ତୁ ପାଦ ନଖ ଅଧିକ ସଂକ୍ରମିତ ହୁଏ ।[3] ରୋଗ ଜଟିଳ ହେଲେ ଗୋଡ଼ ତଳ ଭାଗରେ ସେଲ୍ୟୁଲାଇଟିସ୍ ହୁଏ ।[3]
ଓନିକୋମାଇକୋସିସ (Onychomycosis) | |
---|---|
Dermatophytic onychomycosis[1] tinea unguium[1] | |
ବିଭାଗ | ସଂକ୍ରାମକ ରୋଗ (Infectious disease |
ଲକ୍ଷଣ | ନଖ ରଙ୍ଗ ଧଳା ବା ହଳଦିଆ ରଙ୍ଗ ହୋଇଯାଏ ।[2][3] |
ଆକ୍ରାନ୍ତ ସମୟ | ବୟସ୍କ ପୁରୁଷ [2][3] |
କାରଣ | କବକ ସଂକ୍ରମଣ (Fungal infection)[3] |
ବିପଦ କାରକ | ଆଥଲେଟ ଫୁଟ (Athlete's foot), ଅନ୍ୟାନ୍ୟ ନଖ ରୋଗ (nail diseases), ପେରିଫେରାଲ ଭାସ୍କୁଲାର ଡିଜିଜ (peripheral vascular disease), ଇମ୍ମ୍ୟୁନୋସପ୍ରେସନ (poor immune function)[3] |
ରୋଗ ନିର୍ଣ୍ଣୟ ପଦ୍ଧତି | ନଖ ଚେହେରା ଓ ଲାବୋରେଟରୀ ପରୀକ୍ଷା[2] |
ସଠିକ ରୋଗ ନିର୍ଣ୍ଣୟ | ସୋରିଆସିସ, କ୍ରନିକ ଚର୍ମ ପ୍ରଦାହ, କ୍ରନିକ ପାରୋନିକିଆ (paronychia), ନଖ ଆଘାର[2] |
ଔଷଧ | ଟରବିନାଫାଇନ, ସାଇକ୍ଲୋପାଇରକ୍ସ (ciclopirox)[2] |
ଚିକିତ୍ସା | ନାହିଁ, ଆଣ୍ଟିଫଙ୍ଗାଲ ଔଷଧ (anti-fungal medication), ନଖ କାଟିବା[2][3] |
Prognosis | ପୁନଃପୌନିକ ରୋଗ[2] |
ପୁନଃପୌନିକ | ~ଯୁବକମାନଙ୍କର ୧୦%[2] |
ବିଭିନ୍ନ ପ୍ରକାରର କବକ ଏହି ଓନିକୋମାଇକୋସିସ, ଡର୍ମାଟୋଫାଇଟ (dermatophytes) ଓ ଫୁସାରିଅମ (Fusarium) ସଂକ୍ରମଣ କରନ୍ତି ।[3] ଆଥଲେଟ ଫୁଟ (Athlete's foot), ଅନ୍ୟାନ୍ୟ ନଖ ରୋଗ (nail diseases), ପେରିଫେରାଲ ଭାସ୍କୁଲାର ଡିଜିଜ (peripheral vascular disease), ଇମ୍ମ୍ୟୁନୋସପ୍ରେସନ (poor immune function) ଇତ୍ୟାଦି ଥିଲେ ଏହି ରୋଗ ସଙ୍କଟ ରହିବ ।[3] ନଖ ଚେହେରା ଦେଖି ଓ ଲାବୋରେଟରୀ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[2]
ଓନିକୋମାଇକୋସିସ ରୋଗର ଚିକିତ୍ସା ଆବଶ୍ୟକ ହୁଏନାହିଁ ।[3] ଆଣ୍ଟିଫଙ୍ଗାଲ ଔଷଧ (anti-fungal medication) ମଧ୍ୟରେ ଟରବିନାଫାଇନ ପାଟିରେ ଦେଲେ ପ୍ରଭାବଶାଳୀ ହୁଏ କିନ୍ତୁ ଏହାଦ୍ୱାର ଯକୃତ ସମସ୍ୟା ସୃଷ୍ଟି ହୋଇପାରେ ।[2][4] ରୋଗା ନଖ ଠିକ ଭାବରେ କାଟିଦେଲେ ଉପଯୋଗୀ ହୁଏ ।[2] ସାଇକ୍ଲୋପାଇରକ୍ସ (ciclopirox) ଥିବା ନେଲପଲିସ (nail polish) ଏତେ ଉପକାର କରେନି ।[2] ଚିକିତ୍ସା କଲେ ମଧ୍ୟ ପ୍ରାୟ ଅଧା ରୋଗୀଙ୍କର ରୋଗ ଲେଉଟିଆସେ ।[2] ଚିକିତ୍ସା ପରେ ପୁରୁଣା ଜୋତା ବ୍ୟବହାର ନକଲେ ଏହି ରୋଗ ସଙ୍କଟ କମିଯାଏ ।[3]
ଜନସଂଖ୍ୟାର ୧୦% ଲୋକଙ୍କର ଏହି ରୋଗ ହୁଏ ।[2] ବୟସାଧିକ ଲୋକ ଅଧିକ ଆକ୍ରାନ୍ତ ହୁଅନ୍ତି ।[2] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[3] ସମୁଦାୟ ନଖ ରୋଗ ମଧ୍ୟରୁ ଅଧା ସଂଖ୍ୟକ ରୋଗ ଏହି ଓନିକୋମାଇକୋସିସ ଯୋଗୁ ହୁଏ ।[2] ସନ ୧୮୫୩ରେ ଜର୍ଜ ମେଇସନର (Georg Meissner) ପ୍ରଥମେ ଏହା କବକ ଯୋଗୁ ହେଉଥିବା ପ୍ରକାଶ କରିଥିଲେ ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.