From Wikipedia, the free encyclopedia
ଏର୍ଗୋମେଟ୍ରିନ ଅନ୍ୟ ନାମ ଏର୍ଗୋଭାଇନ ବା ଡି-ଲାଇସର୍ଜିକ ଏସିଡ ବିଟା-ପ୍ରୋପାନୋଲାମାଇଡ, ଏକ ଔଷଧ ଯାହା ଜରାୟୁ ସଙ୍କୋଚନ କରି ପ୍ରସବପର ରକ୍ତସ୍ରାବ କମାଏ ।[1] ଏହି ଔଷଧ ପାଟିରେ, ମାଂସପେଶୀ ଇଞ୍ଜେକସନ ବା ଅନ୍ତଃଶିରା ଇଞ୍ଜେକସନ ଆକାରରେ ଦିଆଯାଏ । ଏହାର କାମ ଖାଇବାର ୧୫ ମିନିଟ ମଧ୍ୟରେ ଆରମ୍ଭ ହୁଏ, ଇଞ୍ଜେକସନ ଦେଲେ ଶୀଘ୍ର କାମ କରେ । ଏହାର ପ୍ରଭାବ ୪୫ ମିନିଟରୁ ୧୮୦ ମିନିଟ ପର୍ଯ୍ୟନ୍ତ ରହେ ।[1]
Clinical data | |||
---|---|---|---|
Synonyms | Ergonovine, lysergic acid beta- propanolamide | ||
AHFS/Drugs.com | monograph | ||
Pregnancy category |
| ||
Routes of administration | Oral | ||
ATC code |
| ||
Legal status | |||
Legal status |
| ||
Pharmacokinetic data | |||
Metabolism | Liver | ||
Excretion | Kidney | ||
Identifiers | |||
IUPAC name
| |||
CAS Number | |||
PubChem CID | |||
IUPHAR/BPS | |||
DrugBank | |||
ChemSpider | |||
UNII | |||
KEGG | |||
ChEBI | |||
ChEMBL | |||
ECHA InfoCard | 100.000.441 | ||
Chemical and physical data | |||
Formula | C19H23N3O2 | ||
Molar mass | 325.41 g/mol | ||
3D model (JSmol) | |||
SMILES
| |||
InChI
| |||
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଉଚ୍ଚ ରକ୍ତଚାପ, ବାନ୍ତି, ଅପସ୍ମାର ବାତ, ମୁଣ୍ଡବଥା ଓ ନିମ୍ନ ରକ୍ତଚାପ ମୁଖ୍ୟତଃ ଦେଖାଯାଏ । ଅନ୍ୟ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଏର୍ଗୋଟିଜ୍ମ ଦେଖାଯାଏ ।[1] ମୌଳିକ ଭାବରେ ଏହା ରାଇ ଏର୍ଗଟ ଫିମ୍ପିରୁ ତିଆରି ହେଉଥିଲା, କିନ୍ତୁ ଅଧୁନା ଲାଇସର୍ଜିକ ଏସିଡରୁ ତିଆରି ହେଉଛି ।[2][3] ଏର୍ଗୋମେଟ୍ରିନରୁ ଲାଇସର୍ଜିକ ଏସିଡ ଡାଇଏଥାଇଲାମାଇଡ ବା ଏଲଏସଡି ପ୍ରସ୍ତୁତ ହୋଇପାରୁଥିବାରୁ ଏହାକୁ ନିୟନ୍ତ୍ରଣରେ ରଖାଯାଇଛି ।[4]
ଏର୍ଗୋମେଟ୍ରିନ ସନ ୧୯୩୨ରେ ଆବିଷ୍କୃତ ହୋଇଥିଲା ।[2] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ଏହାର ହୋଲସେଲ ମୂଲ୍ୟ ପିଲ ପିଛା ସନ ୨୦୧୪ରେ ୦.୧୨ରୁ ୦.୪୧ ଆମେରିକୀୟ ଡଲାର ଥଲା ।[6][7] ଯୁକ୍ତରାଷ୍ଟ୍ର ଆମେରିକାରେ ଡୋଜ ପିଛା ଏହାର ମୂଲ୍ୟ ୧.୭୫ ଡଲାର ।[1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.