From Wikipedia, the free encyclopedia
ଏଣ୍ଟେକାଭିର (ଇଂରାଜୀ ଭାଷାରେ Entecavir ବା ETV, ବିକ୍ରୟ ନାମ ବାରାକ୍ଲୁଡ) ଏକ ଆଣ୍ଟିଭାଇରାଲ ଔଷଧ ଯାହା ହେପାଟାଇଟିସ ବି ରୋଗର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । ଏଚଆଇଭି/ଏଡସ ରୋଗ ଓ ଆଣ୍ଟିଭାଇରାଲ ଔଷଧ ସାଥିରେ ଏହା ମଧ୍ୟ ଦିଆଯାଏ । ଏଣ୍ଟେକାଭିର ବଟିକା ବା ଦ୍ରବଣ ଆକାରରେ ମିଳେ ଓ ଏହା ପାଟିରେ ଦିଆଯାଏ । [1]
Clinical data | |
---|---|
Pronunciation | /ɛnˈtɛkəvɪər/ en-TEK-a-vir or en-TE-ka-veer |
Trade names | ବାରାକ୍ଲୁଡ/Baraclude[1] |
AHFS/Drugs.com | monograph |
MedlinePlus | a605028 |
data |
|
Pregnancy category |
|
Routes of administration | ପାଟିରେ |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | n/a (≥70)[2] |
Protein binding | ୧୩% (in vitro) |
Metabolism | negligible/nil |
Elimination half-life | ୧୨୮–୧୪୯ ଘଣ୍ଟା |
Excretion | ବୃକ୍କ (Renal ୬୨–୭୩% |
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.111.234 |
Chemical and physical data | |
Formula | C12H15N5O3 |
Molar mass | 277.279 g/mol |
3D model (JSmol) | |
Melting point | 220 °C (428 °F) value applies to entecavir monohydrate and is a minimum value[3] |
SMILES
| |
InChI
| |
(what is this?) (verify) |
ଏଣ୍ଟେକାଭିରର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ମୁଣ୍ଡବଥା, ଅଇ, ଉଚ୍ଚ ରକ୍ତ ଶର୍କରା ଓ ଧୀମା ବୃକ୍କ କାର୍ଯ୍ୟ ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟାରେ ଯକୃତ ବୃଦ୍ଧି (enlargement of the liver), ଉଚ୍ଚ ରକ୍ତ ଲାକ୍ଟେଟ ସ୍ତର (high blood lactate levels) ଓ ଔଷଧ ବନ୍ଦ କଲେ ହେପାଟାଇଟିସ ରୋଗ ହୋଇପାରେ ।[1] ଗର୍ଭାବସ୍ଥାରେ ଏହା କୌଣସି କ୍ଷତି କରିବା ଜଣାଯାଇନଥିଲେ ମଧ୍ୟ ଏହାର ଉତ୍ତମ ଅନୁଶୀଳନ ହୋଇନାହିଁ ।[4] ଏଣ୍ଟେକାଭିର ଏକ ନ୍ୟୁକ୍ଲିଓସାଇଡ ରିଭର୍ସ ଟ୍ରାନ୍ସକ୍ତିପ୍ଟେଜ ଇନହିବିଟର (nucleoside reverse transcriptase inhibitors ବା NRTIs) ଔଷଧ । ଏହା ରିଭର୍ସ ଟ୍ରନ୍ସକ୍ରିପ୍ଟେଜ (reverse transcriptase) କାମ ଅବରୋଧ କରି ହେପାଟାଇଟିସ ବି ଭୁତାଣୁ ବହୁଗୁଣିତ ହେବାକୁ ପ୍ରତିରୋଧ କରେ ।[1]
ସନ ୨୦୦୫ରେ ଏଣ୍ଟେକାଭିର ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱିକୃତୀପ୍ରାପ୍ତ ହେଲା ।[1] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ସନ ୨୦୧୫ ସୁଦ୍ଧା ଏହା ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ଜେନେରିକ ଔଷଧ ନାମରେ ଉପଲବ୍ଧ ହୋଇନାହିଁ ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୬ରେ ଏହାର ଏକ ମାସର ଖର୍ଚ୍ଚ ପ୍ରାୟ ୩୯୨ ଆମେରିକୀୟ ଡଲାର ।[7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.