![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/e/e2/Implanon_03.jpg/640px-Implanon_03.jpg&w=640&q=50)
ଏଟୋନୋଜେସ୍ଟ୍ରେଲ ଜନ୍ମ ନିରୋଧ ପ୍ରତ୍ୟାରୋପଣ
From Wikipedia, the free encyclopedia
ଏଟୋନୋଜେସ୍ଟ୍ରେଲ ଜନ୍ମ ନିରୋଧ ପ୍ରତ୍ୟାରୋପଣ (ଇଂରାଜୀ ଭାଷାରେ Etonogestrel birth control implant, ଏକ ବିକ୍ରୟ ନାମ ନେକ୍ସପ୍ଲାନନ) ଏକ ଉପକରଣ ଯାହା ଜନ୍ମ ନିରୋଧ ନିମନ୍ତେ ବ୍ୟବହୃତ ହେଉଥିବା ଏଟୋନୋଜେସ୍ଟ୍ରେଲ (etonogestrel) ମିଶ୍ରିତ ଏକ ରଡ଼କୁ ବୁଝାଏ ।[2] ଏହା ସର୍ବାଧିକ ପ୍ରଭାବଶାଳୀ ଜନ୍ମ ନିରୋଧକ ଯାହାର ଏକ ବର୍ଷର ଫେଲ ହାର ମାତ୍ର ୦.୦୫% ।[3] ଏହି ଉପକରଣ ଚର୍ମ ତଳେ ରଖାଯାଏ ଓ ଏହା ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହେ । ଏହି ଉପକରଣ କାଢ଼ିଦେବା ପରେ ଗର୍ଭଧାରଣ କ୍ଷମତା (fertility) ସଙ୍ଗେସଙ୍ଗେ ଫେରିଆସେ ।[2]
ଏଟୋନୋଜେସ୍ଟ୍ରେଲ ଜନ୍ମ ନିରୋଧ ପ୍ରତ୍ୟାରୋପଣ | |
---|---|
![]() Implanon | |
Background | |
Type | Hormonal Progestin-only implant |
First use | 1998 ![]() |
Synonyms | etonogestrel contraceptive implant |
Trade names | Implanon, Nexplanon, others |
AHFS/Drugs.com | FDA Professional Drug Information |
Failure rates (first year) | |
Perfect use | 0.05%[1] |
Typical use | 0.05%[1] |
Usage | |
Duration effect | 3 years (4 years off-label) |
Reversibility | Yes |
User reminders | Requires removal after the 3–4 years |
Advantages and disadvantages | |
STI protection | No |
Weight | May cause weight gain |
Period disadvantages | May cause irregular or prolonged bleeding |
Period advantages | Minimizes pain. In 33% no periods. |
Benefits | Long-term contraception. |
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରାୟ ଏକ ତୃତୀୟାଂଶ ମହିଳାଙ୍କର ଋତୁରୋଧ (no menstrual periods) ହୁଏ ।[2] ଅନିୟମିତ ଋତୁସ୍ରାବ ଅଳ୍ପ କିଛି ମହିଳାଙ୍କର ହୁଏ ।[4][5] ପୃଥୁଳକାୟା ମହିଳାଙ୍କର ଅଳ୍ପ ସମୟ ଅବଧିରେ ଏହା ବଦଳେଇବା ଆବଶ୍ୟକ ହୋଇପାରେ ।[6] ଯକୃତ ରୋଗ (liver disease) ଥିଲେ ଏହା ଦେବାକୁ ଅନୁମତି ଦିଆଯାଏନାହିଁ ।[5] ଏହି ଉପକରଣ ଏକ ପ୍ରକାର ଦୀର୍ଘକାଳୀନ ଓଲଟସମ୍ପନ୍ନ ଜନ୍ମ ନିରୋଧକ (long-acting reversible birth control) ।[3] କାର୍ଯ୍ୟକ୍ଷମ ହେବପାଇଁ ଏହାଦ୍ୱାରା ଡିମ୍ବକ୍ଷରଣ (ovulation) ବନ୍ଦ ହୁଏ, ଜରାୟୁଗ୍ରୀବା (cervix) ଝିଲ୍ଲି ମୋଟ ହୁଏ ଓ ଜରାୟୁର (uterus) ଅନ୍ତଃସ୍ଥ ଝିଲ୍ଲିରେ (mucous) ପରିବର୍ତ୍ତନ ହୁଏ ।[7]
ଇଣ୍ଡୋନେସିଆରେ ସନ ୧୯୯୮ରେ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୬୪ ଏହା ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[4][8] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[9] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏହାର ମୂଲ୍ୟ ୮.୯୩ରୁ ୧୩.୨୯ ଆମେରିକୀୟ ଡଲାର ।[10] ସଂଯୁକ୍ତ ରାଷ୍ଟ୍ରରେ ଏହାର ମୂଲ୍ୟ ୮୩.୪୩ ପାଉଣ୍ଡ ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ୬୨୫ ଆମେରିକୀୟ ଡଲାର ।[3] ସନ ୨୦୧୦ର ଆକଳନ ଅନୁସାରେ ଏହାକୁ ୯୦ରୁ ଅଧିକ ଦେଶର ପ୍ରାୟ ୩ ନିୟୁତ ମହିଳା ବ୍ୟବହାର କରୁଛନ୍ତି ।[7][8]