From Wikipedia, the free encyclopedia
ଏକିନୋକୋକୋସିସ ବା ହାଇଡାଟିଡ ରୋଗ ବା ହାଇଡାଟିଡୋସିସ ବା ଏକିନୋକୋକାଲ ରୋଗ (ଇଂରାଜୀରେ ଯଥାକ୍ରମେ Echinococcosis, hydatid disease, hydatidosis, or echinococcal disease), ଏକ ପ୍ରକାର ଏକିନୋକୋକୋସ ଟାଇପର ଫିତାକୃମି ଜାତୀୟ ପରଜୀବୀ ରୋଗ । ଲୋକମାନଙ୍କର ଦୁଇ ପ୍ରକାର ରୋଗ ହୁଏ ଯଥା ସିସ୍ଟିକ ଏକିନୋକୋକୋସିସ ଓ ଆଲ୍ଭିଓଲାର ଏକିନୋକୋକୋସିସ । ସ୍ୱଳ୍ପ ଦେଖାଯାଉଥିବା ଦୁଇ ପ୍ରକାର ରୋଗ ନାମ ପଲିସିସ୍ଟିକ ଏକିନୋକୋକୋସିସ ଓ ୟୁନିସିସ୍ଟିସେକିନୋକୋକୋସ । ଅଧିକାଂଶ କ୍ଷେତ୍ରରେ ଆରମ୍ଭରୁ କୌଣସି ଲକ୍ଷଣ ଦେଖାଯାଏନାହିଁ ଓ ଏହା ବର୍ଷେ ପର୍ଯ୍ୟନ୍ତ ରହିପାରେ । ସିସ୍ଟର ସ୍ଥାନ ଓ ଆକାର ଅନୁସାରେ ଚିହ୍ନ ଓ ଲକ୍ଷଣ ଦେଖାଯାଏ । ଆଲ୍ଭିଓଲାର ରୋଗ ଯକୃତରେ ଆରମ୍ଭ ହୁଏ କିନ୍ତୁ ଏହା ଫୁସଫୁସ ଓ ମସ୍ତିଷ୍କ ଭଳି ଅନ୍ୟ ଅଙ୍ଗକୁ ମଧ୍ୟ ବ୍ୟାପିପାରେ । ଯକୃତରେ ରୋଗ ହେଲେ ପେଟରେ ଯନ୍ତ୍ରଣା ହୁଏ, ଓଜନ ହ୍ରାସ ହୁଏ ଓ ହଳଦିଆ ଦେଖାଯାଏ । ଫୁସ୍ଫୁସ୍ରେ ରୋଗ ହେଲେ ଛାତି ଯନ୍ତ୍ରଣା, ଛୋଟ ଶ୍ୱାସକ୍ରିୟା, କାଶ ଓ କଫ ହୁଏ । [୧]
ଏକିନୋକୋକୋସିସ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*], helminthologist[*] |
ଆଇସିଡ଼ି-୧୦ | B67. |
ଆଇସିଡ଼ି-୯-ସିଏମ୍ | 122.4, 122 |
ରୋଗ ଡାଟାବେସ | 4048 |
ଇ-ମେଡ଼ିସିନ | med/629 med/1046 |
Patient UK | ଏକିନୋକୋକୋସିସ |
MeSH | D004443 |
ସଂକ୍ରମିତ ପଶୁଙ୍କ ନିକଟ ସଂସ୍ପର୍ଶରେ ଆସିଲେ ବା ପରଜୀବୀର ଅଣ୍ଡା ମିଶ୍ରିତ ଖାଦ୍ୟ ଓ ଜଳ ଗ୍ରହଣ କଲେ ଏହି ରୋଗ ବ୍ୟାପେ । [୧] ସଂକ୍ରମିତ ହୋଇଥିବା ମାଂସାହାରୀ ପଶୁଙ୍କ ମଳ ମାଧ୍ୟମରେ ଅଣ୍ଡା ବାହାରିଯାଏ । [୨] ସାଧାରଣତଃ କୁକୁର, କୋକିଶିଆଳି ଓ ଗଧିଆ ସଂକ୍ରମିତ ହୁଅନ୍ତି । [୨] ଏହି ପଶୁମାନେ ଖାଉଥିବା ମେଣ୍ଢା ଓ ରୋଡେଣ୍ଟଙ୍କର ଏହି ପଶୁମାନେ ଖାଉଥିବା ମେଣ୍ଢା ଓ ରୋଡେଣ୍ଟଙ୍କର (ମୂଷା, ଗୁଣ୍ଡୁଚି ଜାତୀୟ ଜୀବ) ଦେହରେ ସିସ୍ଟ ଥିଲେ ତାଙ୍କ ଅଙ୍ଗର ମାଂସ ଖାଇବା ପରେ ହିଁ ସଂକ୍ରମଣ ହୁଏ । [୨] ଏକିନୋକୋକସ୍ର ପ୍ରକାର ଅନୁସାରେ ଲକ୍ଷଣ ଦେଖାଯାଏ । ରୋଗ ନିର୍ଣ୍ଣୟ ନିମନ୍ତେ ଅଲ୍ଟ୍ରାସାଉଣ୍ଡ ବ୍ୟବହାର କଲେ ମଧ୍ୟ ସି.ଟି. ସ୍କାନ ବା ଏମ.ଆର.ଆଇ. ଆବଶ୍ୟକ ହୋଇପାରେ । ରକ୍ତରେ ଆଣ୍ଟିବଡି ମିଳିଲe ବା ବାୟୋପ୍ସି କଲେ ରୋଗ ନିଧାର୍ଯ୍ୟ ଭାବେ ଜଣାଯାଏ । [୧]
ମେଣ୍ଢାଙ୍କୁ ଟିକା ଦେଇ ଓ କୁକୁରଙ୍କର ଚିକିତ୍ସା କରି ଏହି ରୋଗକୁ ପ୍ରତିରୋଧ କରିହୁଏ । ଅଧିକାଂଶ ସମୟରେ ଚିକିତ୍ସା କଷ୍ଟସାଧ୍ୟ ହୁଏ । ଚର୍ମ ମଧ୍ୟ ଦେଇ ସିସ୍ଟ ଡ୍ରେନ କରି ଔଷଧ ଦିଆଯାଏ । [୧] ବେଳେ ବେଳେ ରୋଗକୁ କେବଳ ନିରିକ୍ଷଣ କରାଯାଏ । [୩] ଆଲ୍ଭିଓଲାର୍ ଟାଇପ୍କୁ ଅପରେଶନ କଲାପରେ ଔଷଧ ଦେଇ ଚିକିତ୍ସା କରାଯାଏ । [୧] ଅନେକ ବର୍ଷ ନିମନ୍ତେ ଆଲ୍ବେଣ୍ଡାଜୋଲ ଦେବା ଆବଶ୍ୟକ ହୋଇପାରେ । [୧][୩] ଆଲ୍ଭିଓଲାର୍ ରୋଗରେ ମୃତ୍ୟୁ ହୋଇପାରେ । [୧]
ପୃଥିବୀର ଆନେକ ସ୍ଥାନରେ ଏହି ରୋଗ ହୁଏ ଓ ଅଧୁନା ପ୍ରାୟ ଏକ ନିୟୁତ ଲୋକ ଏହି ରୋଗ ଭୋଗୁଛନ୍ତି । ଦକ୍ଷିଣ ଆମେରିକା, ଆଫ୍ରିକା ଓ ଏସିଆର କେତେକ ସ୍ଥାନରେ ଜନସଂଖ୍ୟାର ୧୦% ଏହି ରୋଗର ଶୀକାର ହୁଅନ୍ତି । [୧] ୧୯୯୦ ମସିହାରେ ଏହାଦ୍ୱାରା ୨୦୦୦ ମୃତ୍ୟୁ ହୋଇଥିବା ବେଳେ ୨୦୧୦ ମସିହାରେ ଏହା କମିଯାଇ ୧୨୦୦ ମୃତ୍ୟୁ ହୋଇଛି । [୪] ଏହି ରୋଗର ବାର୍ଷିକ ଅର୍ଥନୈତିକ ଖର୍ଚ୍ଚ ହିସାବ କରି ଦେଖାଯାଇଛି ଯେ ଏହା ପ୍ରାୟ ୩ ବିଲିଅନ ଆମେରିକିୟ ଡଲାର । ଏହା ଘୁଷୁରୀ, ଗାଈ ଓ ଘୋଡ଼ାଙ୍କୁ ମଧ୍ୟ ଆକ୍ରମଣ କରେ । [୧]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.