ମ୍ୟାଲେରିଆ ଏକ ମଶାବାହିତ ରୋଗ ଯାହା ମାନବ ଓ ପଶୁମାନଙ୍କୁ ଆକ୍ରମଣ କରେ । From Wikipedia, the free encyclopedia
ଭିଡିଓୱିକି/ମ୍ୟାଲେରିଆ (Tutorial) | |
---|---|
Link to Commons | |
Steps for video creation | |
Step 1 | Preview my changes (10 sec) |
Step 2 | Upload to Commons (10 min) |
ମ୍ୟାଲେରିଆ ଏକ ମଶାବାହିତ ରୋଗ ଯାହା ମାନବ ଓ ପଶୁମାନଙ୍କୁ ଆକ୍ରମଣ କରେ । [1]
ଏହି ରୋଗରେ ଜ୍ୱର, ଥକ୍କାଣ, ବାନ୍ତି ଓ ମୁଣ୍ଡ ବିନ୍ଧା ଇତ୍ୟାଦି ଲକ୍ଷଣ ଦେଖାଯାଏ । [2]
ମ୍ୟାଲେରିଆ ସାଂଘାତିକ ହେଲେ କାମଳ, ଅପସ୍ମାର ବାତ, କୋମା ବା ମୃତ୍ୟୁ ହୋଇପାରେ । [2]
ସଂକ୍ରମିତ ମଶା କାମୁଡ଼ିବାର ୧୦ରୁ ୧୫ ଦିନ ପରେ ଲକ୍ଷଣ ଆରମ୍ଭ ହୁଏ ।[1]
ଉପଯୁକ୍ତ ଚିକିତ୍ସା ନ କଲେ ଏହି ରୋଗ କିଛି ମାସ ପରେ ଆଉଥରେ ହୋଇପାରେ । [1]
ସଂକ୍ରମିତ ବ୍ୟକ୍ତିଙ୍କର ପୁନର୍ବାର ସେହି ରୋଗ ହେଲେ ଲକ୍ଷଣ ଗୁଡ଼ିକ ସାମାନ୍ୟ ଧରଣର ହୋଇଥାଏ । [2]
ଅଧିକ ମ୍ୟାଲେରିଆ ସଂସ୍ପର୍ଶରେ ନ ଆସିଲେ ଅନେକ ମାସ ଓ ବର୍ଷ ପରେ ଆଂଶିକ ଇମ୍ମ୍ୟୁନିଟି ସମାପ୍ତ ହୋଇଯାଏ । [2]
ପ୍ଲାଜମୋଡିଅମ ଦଳର ଅଣୁଜୀବ ଯୋଗୁ ଏହି ରୋଗ ହୁଏ । [1]
ସାଧାରଣତଃ ସଂକ୍ରମିତ ମାଈ ଆନୋଫିଲିସ ମଶା ଯୋଗୁ ରୋଗ ବ୍ୟାପିଥାଏ । [1] ମଶା କାମୁଡ଼ିଲେ ଏହାର ଲାଳରେ ଥିବା ମ୍ୟାଲେରିଆ ପରଜୀବି ଲୋକର ରକ୍ତରେ ମିଶି ସଞ୍ଚାଳିତ ହୋଇଥାଏ । [1]
ରକ୍ତ ମାଧ୍ୟମରେ ପରଜୀବି ଯକୃତକୁ ଗତି କରେ ଓ ସେଠାରେ ବିକଶିତ ହୋଇ ପ୍ରଜନନ କରେ । [2]
ପ୍ଲାଜମୋଡିଅମର ୫ ପ୍ରଜାତି ମାନବକୁ ସଂକ୍ରମିତ କରନ୍ତି ଯାହାଦ୍ୱାରା ରୋଗ ମଧ୍ୟ ବ୍ୟାପିଥାଏ, [2] ଓ ଅଧିକାଂଶ ମୃତ୍ୟୁର କାରଣ ପ୍ଲାଜମୋଡିଅମ ଫାଲସିପାରମ ହୋଇଥାଏ । [2][1]
ସ୍ଲାଇଡରେ ରୋଗୀ ରକ୍ତର ଫିଲ୍ମ ନେଇ ଅଣୁବୀକ୍ଷଣରେ ହିସ୍ଟୋଲୋଜି ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।
ମ୍ୟାଲେରିଆ ଆଣ୍ଟିଜେନ ଡିଟେକସନ ପରୀକ୍ଷା କରି ଦୃତ ନିର୍ଣ୍ଣୟ କରାଯାଏ,[2] କିନ୍ତୁ ସ୍ଥାନୀୟ ରୋଗ ହୋଇଥିଲେ, ଜଟିଳତା ଓ ଖର୍ଚ୍ଚ ଦୃଷ୍ଟିରୁ ପିସିଆର ପରୀକ୍ଷା ବହୁଳ ଭାବରେ ବ୍ୟବହାର କରାଯାଏନି । [3]
ମଶାରୀ ବ୍ୟବହାର ବା ମଶା ବିକର୍ଷକ ବ୍ୟବହାର କରି ମଶା କାମୁଡ଼ା ପ୍ରତିରୋଧ କରିବାଦ୍ୱାରା ରୋଗ ସଙ୍କଟ କମ୍ କରିହୁଏ ।
ମଶା ସଂଖ୍ୟା ନିୟନ୍ତ୍ରଣ ନିମନ୍ତେ ସ୍ଥିର ଜଳ ନିଷ୍କାସନ ଓ କୀଟମରା ଔଷଧ ସିଞ୍ଚନ ଭଳି ଉପାୟମାନ ଅବଲମ୍ବନ କରିବାକୁ ପଡ଼େ । [2]
ରୋଗ ପ୍ରବଣ ଇଲାକାକୁ ଯାଉଥିବା ଭ୍ରମଣକାରୀ ଲୋକଙ୍କୁ ମ୍ୟାଲେରିଆ ପ୍ରତିଷେଧ ନିମନ୍ତେ ଅନେକ ପ୍ରକାରର ଔଷଧ ଦିଆଯାଏ । [1]
ଅତ୍ୟଧିକ ମ୍ୟାଲେରିଆ ପ୍ରବଣ ଇଲାକାର ଶିଶୁ ଓ ପ୍ରଥମ ତ୍ରୈମାସିକ ବର୍ଭବତୀ ମହିଳାଙ୍କୁ ସଲଫାଡକ୍ସିନ ଓ ପାଇରିମେଥାମିନ ଦେବାକୁ ସୁପାରିସ କରାଯାଏ ।[1]
ମ୍ୟାଲେରିଆ ନିମନ୍ତେ ଅତ୍ୟନ୍ତ ଆବଶ୍ୟକ ଓ ଅନବରତ ପ୍ରଚେଷ୍ଟା ଥିବା ସତ୍ୱେ କୌଣସି ପ୍ରଭାବଶାଳୀ ଟିକା ବିକଶିତ ହୋଇପାରିନାହିଁ । [1]
ମ୍ୟାଲେରିଆ ନିମନ୍ତେ ଆର୍ଟେମିସିନିନ ମିଶ୍ରିତ ଏକାଧିକ ଔଷଧ ଆବଶ୍ୟକ ହୁଏ । [2][1]
ମେଫ୍ଲୋକୁଇନ, ଲୁମେଫାଣ୍ଟ୍ରିନ ବା ସଲଫାଡକ୍ସିନ ପାଇରିମେଥାମିନ ଇତ୍ୟାଦି ଅତିରିକ୍ତ ଔଷଧ ଦିଆଯାଇପାରେ ।[4]
ଆର୍ଟେମିସିନିନ ଉପଲବ୍ଧ ନହେଲେ କୁଇନାଇନ ଓ ଡକ୍ସିସାଇକ୍ଲିନ ଦିଆଯାଇପାରେ ।[4]
ଔଷଧ ପ୍ରତିରୋଧ ଶକ୍ତି କ୍ରମଶଃ ଅଧିକ ହେଉଥିବାରୁ ମ୍ୟାଲେରିଆ ପ୍ରବଣ ଇଲାକାରେ ଚିକିତ୍ସା ଆରମ୍ଭ ପୂର୍ବରୁ ରୋଗ ଉପସ୍ଥିତି ନିଶ୍ଚିତ କରିବାକୁ ହୁଏ । [1]
ଗ୍ରୀଷ୍ମ ଓ ଉପଗ୍ରୀଷ୍ମମଣ୍ଡଳୀୟ ଇଲାକାରେ ଏହି ରୋଗ ଭୂମଧ୍ୟ ରେଖା ପାର୍ଶ୍ୱରେ ଏକ ଚଉଡ଼ା ଫିତା ଆକାରରେ ବ୍ୟାପିଥାଏ ଯାହା ଯୋଗୁ ସନ ୨୦୧୬ରେ ୨୧୬ ନିୟୁତ ଲୋକ ମୃତ୍ୟୁ ବରଣ କରିଥିଲେ । [2] [5][6]
ଏହି ରୋଗ ହେବା ଫଳରେ ୪୪୫,୦୦୦ରୁ ୭୩୧,୦୦୦ ମୃତ୍ୟୁ ହୋଇଥିଲା ଯାହା ମଧ୍ୟରୁ କେବଳ ଆଫ୍ରିକାରେ ରୋଗ ଓ ମୃତ୍ୟୁ ସଂଖ୍ୟା ମିଶି ୯୦% ଥିଲା । [7]
ସନ ୨୦୦୦ରୁ ୨୦୧୫ ମଧ୍ୟରେ ଏହି ରୋଗ ହାର ୩୭% କମିଥିଲା [7] କିନ୍ତୁ ସନ ୨୦୧୪ ପରଠାରୁ ସଂଖ୍ୟା ବଢ଼ିଯାଇ ୧୯୮ ନିୟୁତ ରୋଗୀ ହୋଇଥିଲେ । [8]
ଦାରିଦ୍ର୍ୟ ସହିତ ମ୍ୟାଲେରିଆ ସହଭାଗୀ ରହେ ଓ ଅର୍ଥନୈତିକ ବିକାଶରେ ଏହାର ବିଯୁକ୍ତାତ୍ମକ ପ୍ରଭାବ ପଡ଼େ । [9][10]
ଉଦାହରଣ ସ୍ୱରୂପ ଅଧିକ ସ୍ୱାସ୍ଥ୍ୟସେବା ଖର୍ଚ୍ଚ, ଲୋକଙ୍କର କାମ କରିବାର ଅକ୍ଷମତା ଓ ପର୍ଯ୍ୟଟନ ଶିଳ୍ପ ଉପରେ ବିଯୁକ୍ତାତ୍ମକ ପ୍ରଭାବ ଯୋଗୁ ଆଫ୍ରିକାର ବର୍ଷକୁ ୧୨୦୦ କୋଟି ଆମେରିକୀୟ ଡଲାରର ଆର୍ଥିକ କ୍ଷତି ହୁଏ । [11]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.