ଇସଲାମର ସମାଲୋଚନା
From Wikipedia, the free encyclopedia
ଇସଲାମର ସମାଲୋଚନା ହେଉଛି ଇସଲାମୀୟ ଧର୍ମବିଶ୍ୱାସ, ରୀତିନୀତି ତଥା ସିଦ୍ଧାନ୍ତର ସମାଲୋଚନା ।
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ଇସଲାମର ସମାଲୋଚନା, ଏହାର ସ୍ଥାପନ ଦିନଠାରୁ ରହିଆସିଛି । ପ୍ରାଥମିକ ଲିଖିତ ତିରସ୍କାର ସେକାଳର ଇହୁଦୀ ଏବଂ ଖ୍ରୀଷ୍ଟୀଆନଙ୍କଦ୍ୱାରା ତଥା କେତେକ ପୂର୍ବ-ମୁସଲମାନ ଯେପରିକି ଇବ୍ନ ଅଲ୍-ରୱାଣ୍ଡିଙ୍କଦ୍ୱାରା ହୋଇଥିଲା ।[1] ପରେ ପରେ ସମ୍ପୂର୍ଣ୍ଣ ମୁସଲମାନ ସାମ୍ରାଜ୍ଯ ସମାଲୋଚନାର ଶିକାର ହୋଇଥିଲା ।[2][3][4] ସେପ୍ଟେମ୍ବର ୨୧ର ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଇସଲାମୀୟ ଶାସ୍ତ୍ର ତଥା ଏହାର ଶିକ୍ଷାଗୁଡ଼ିକୁ ଆତଙ୍କବାଦର ମୁଖ୍ୟ ସ୍ରୋତ ବୋଲି ଦାବି ଆଧାରରେ[5][6] ପାଶ୍ଚାତ୍ୟରେ ଇସଲାମର ସମାଲୋଚନା ବଢ଼ିଥିଲା ।[7][8]
ସମାଲୋଚନାର କେତେକ ବିଷୟ ହେଲା ଉଭୟ ବ୍ଯକ୍ତିଗତ ଏବଂ ସାମାଜିକ ଜୀବନରେ, ଇସଲାମର ସଂସ୍ଥାପକ ମହମ୍ମଦଙ୍କର ଜୀବନର ନୈତିକତା[9][10], ଏବଂ ଇସଲାମୀୟ ଧର୍ମଗ୍ରନ୍ଥ କୋରାନ ଏବଂ ହଦିଥର ନୈତିକତା ଏବଂ ପ୍ରାମାଣିକତା ।[11] ଇସଲାମକୁ ଆରବୀୟ ସାମ୍ରାଜ୍ୟବାଦର ଏକ ରୂପ ଯାହା ଅନେକ ମୂଳ ସଂସ୍କୃତିକୁ ନଷ୍ଟ କରିଦେଇଛି, ବୋଲି ଆକ୍ଷାୟିତ କରି ଭାରତୀୟ ତଥା ଆଫ୍ରିକୀୟ ଆଲୋଚକମାନେ ଏହାର ସମାଲୋଚନା କରିଛନ୍ତି ।[12] ଦାସପ୍ରଥାକୁ ଇସଲାମର ସମର୍ଥନ[13][14] ଜଣାଇବା ଯୋଗୁଁ ମୁସଲମାନ ବ୍ୟବସାୟୀମାନେ ପ୍ରାୟ ୧୭ ନିୟୁତ ନିରୀହ ଲୋକଙ୍କୁ ଦାସ ଆକାରରେ ବିକ୍ରି କରିଦେଇଥିବାରୁ ମଧ୍ଯ ଇସଲାମର ସମାଲୋଚନା କରାଯାଏ ।
ଅନ୍ୟ ଏକ ସମାଲୋଚନା ଇସଲାମୀୟ ଆଇନ ଏବଂ ଅଭ୍ୟାସରେ ଦର୍ଶାଯାଇଥିବା ମହିଳା, ଏଲଜିବିଟି ଲୋକ ଏବଂ ଧାର୍ମିକ ଏବଂ ଜାତିଗତ ସଂଖ୍ୟାଲଘୁଙ୍କ ବ୍ୟବହାର ସମେତ ଉଭୟ ଐତିହାସିକ ଏବଂ ଆଧୁନିକ ଇସଲାମୀୟ ଦେଶରେ ମାନବାଧିକାରର ପ୍ରଶ୍ନ ଉପରେ ଧ୍ୟାନ ଦେଇଥାଏ |[15][16] କିଛି ସମାଲୋଚକ ପାଶ୍ଚାତ୍ୟ ଜଗତକୁ ମୁସଲମାନ ପ୍ରବାସ ବିରୋଧରେ ଜାତିଗତ ବିବିଧତା ବିରୋଧୀ ଯୁକ୍ତି କରିଛନ୍ତି ।[17] ମୁସଲମାନମାନେ ସଂଖ୍ୟାଲଘୁ ଥିବା ଅନ୍ୟ ଦେଶ ଯଥା ଚୀନ, ଭାରତ[18][19] ଏବଂ ରୁଷିଆରେ[20][21] ମଧ୍ୟ ଜାତିଗତ ବିବିଧତା ବିରୋଧୀ ଯୁକ୍ତି କରାଯାଇଛି ।