ଇଶେ ମହାଶାଳ
From Wikipedia, the free encyclopedia
From Wikipedia, the free encyclopedia
ଇଶେ ମହାଶାଳ (伊勢神宮, ଇଶେ ଜିଙ୍ଗୁ) ହେଉଛି ଏକ ଶିଣ୍ଟୋଶାଳ ଯାହା ଦେବୀ ଆମାତେରାଶୁଙ୍କୁ ସମର୍ପିତ । ଏହା ଜାପାନର ମିଏ ରାଜ୍ଯର ଇଶେଠାରେ ଅବସ୍ଥିତ । କେବଳ ଜିଙ୍ଗୁ ଭାବେ ପରିଚିତ ଏହି ମହାଶାଳରେ ଅନେକ ଛୋଟବଡ଼ ଶାଳ ରହିଛି ଯାହା ଅନ୍ଯାନ୍ଯ ଦେବାଦେବୀଙ୍କୁ ସମର୍ପିତ । ସେଥିମଧ୍ୟରୁ ନାଇକୁ (内宮) ଏବଂ ଗେକୁ (外宮) ମୁଖ୍ଯ ।
ଇଶେ ମହାଶାଳ | |
---|---|
伊勢神宮 (ଇଶେ ଜିଙ୍ଗୁ) | |
Religion | |
ଅନୁବନ୍ଧଗୁଡ଼ିକ | Shinto |
ଦେବାଦେବୀ | ଆମାତେରାଶୁ |
Location | |
ସ୍ଥାନ | ଇଶେ, ମିଏ ଜିଲ୍ଲା, ଜାପାନ |
ଭୌଗଳିକ ଅବସ୍ଥିତି | 34°27′18″N 136°43′33″E |
Architecture | |
Date established | ୪ ଖ୍ରୀଷ୍ଟପୂର୍ବ |
Glossary of Shinto |
ଆଭ୍ୟନ୍ତରୀଣ ଶାଳ ନାଇକୁ (ଆଧିକାରିକ ନାମ - କୋତାଇ ଜିଙ୍ଗୁ), ମଧ୍ଯ ଇଶେର ଦକ୍ଷିଣରେ ଥିବା ଊଜୀତାଚି ସହରରେ ଅବସ୍ଥିତ । ଏଠାରେ ଦେବୀ ଆମାତେରାଶୁ ରହୁଛନ୍ତି ବୋଲି ବିଶ୍ବାସ କରାଯାଏ ଏବଂ ତାଙ୍କର ପୂଜାର୍ଚ୍ଚନା କରାଯାଏ । ଏହି ଶାଳର କୋଠାଗୁଡ଼ିକ ସାଇପ୍ରସ୍ ଗଛର କାଠରୁ ତିଆରି ଏବଂ ଏଥିରେ କଣ୍ଟା ବ୍ଯବହୃତ ହୋଇନାହିଁ । ବାହାରର ଶାଳ, ଗେକୁ (ଆଧିକାରିକ ନାମ - "ତୋୟୁକେ ଦାଇଜିଙ୍ଗୁ"), ନାଇକୁରୁ ୬ କି.ମି. ବ୍ଯବଧାନରେ ଅବସ୍ଥିତ ଏବଂ ଏହା ଚାଷକାର୍ଯ୍ୟ, ଧାନ ଅମଳ ତଥା କଳକାରଖାନାର ଦେବତା, ତୋୟୁକେ ଓମିକାମିଙ୍କୁ ସମର୍ପିତ ।[1] ନାଇକୁ ଏବଂ ଗେକୁ ବ୍ଯତୀତ ଇଶେ ନଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ଅତିରିକ୍ତ ୧୨୩ଟି ଶାଳ ରହିଛି । ତନ୍ମଧ୍ଯରୁ ୯୧ଟି ଶାଳ ନାଇକୁ ସହ ଏବଂ ୩୨ଟି ଗେକୁ ସହ ସମ୍ବନ୍ଧିତ ।[2]
ସମ୍ଭବତଃ ପବିତ୍ର ଦର୍ପଣର ନିବାସସ୍ଥାନ ହୋଇଥିବାରୁ ଏହି ଶାଳଟି ଶିଣ୍ଟୋର ଅତି ପବିତ୍ର ଏବଂ ଅତି ମହତ୍ତ୍ୱପୂର୍ଣ୍ଣ ତୀର୍ଥସ୍ଥଳୀ ଅଟେ ।[3] ସାଧାରଣ ନାଗରିକଙ୍କୁ ଏହାର ପରିସର ମଧ୍ଯକୁ ପ୍ରେବଶ ଅନୁମତି ନାହିଁ । କିନ୍ତୁ ଭ୍ରମଣକାରୀଙ୍କୁ ଜଙ୍ଗଲ ପରିସରରେ ବୁଲିବା ପାଇଁ ଅନୁମତି ଦିଆଯାଏ ।
ଏହା ଆକଳନ କରାଯାଇଛି ଯେ, ଏଦୋ ଯୁଗରେ ପ୍ରତି ଦଶ ଜାପାନୀଙ୍କ ମଧ୍ଯରୁ ଜଣେ ଏହି ଶାଳକୁ ଓକାଗେ ମାଇରୀତୀର୍ଥଯାତ୍ରାରେ ଆସିଥିଲେ । ଉଭୟ ଆର୍ଥିକ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ତୀର୍ଥଯାତ୍ରା ଭଲ ରହିଥିଲା । ଐତିହାସିକ ତଥ୍ୟାନୁସାରେ, ୧୬୨୫ ମସିହାରେ ମାତ୍ର ୫୦ ଦିନ ମଧ୍ଯରେ ୩.୬୨ ନିୟୁତ ଲୋକ ଏବଂ ୧୮୨୯ ମସିହାରେ ତିନି ଦିନ ମଧ୍ଯରେ ୧.୧୮ ନିୟୁତ ଲୋକ ଏହି ଶାଳକୁ ମହାପର୍ବରେ ଆସିଥିଲେ ।[4] ଯେହେତୁ ଏହି ଶାଳଟିକୁ ଏକ ଶରଣସ୍ଥଳ ଭାବରେ ଦେଖାଯାଏ, ଏଠାରେ କୌଣସି ସୁରକ୍ଷା ନିରୀକ୍ଷଣ କରାଯାଏ ନାହିଁ । ଇଶେର ମୁଖ୍ଯ ଶାଳ ଦ୍ୱୟ ଏକ ତୀର୍ଥମାର୍ଗଦ୍ୱାରା ଜଡ଼ିତ, ଯାହା ଫୁରୁଇଚିର ପୁରୁଣା ମନୋରଞ୍ଜନ ସାହି ଦେଇ ଯାଇଛି ।
ଇଶେ ମହାଶାଳର ମୁଖ୍ଯ ପୂଜକ ଜାପାନୀ ରାଜକୁଟୁମ୍ବର ହୋଇଥାନ୍ତି ଏବଂ ସେ ଏହି ଶାଳର ଗୁରୁଦାୟିତ୍ୱ ନିର୍ବାହ କରନ୍ତି । ଏହି ଶାଳର ବର୍ତ୍ତମାନ ମୁଖ୍ଯ ପୂଜକ ହେଉଛନ୍ତି, ସାୟାକୋ କୁରୋଦା, ସମ୍ରାଟ ଏମେରିଟସ ଆକିହୀତୋଙ୍କ ପୁତ୍ରୀ ।[5]
ନିହୋଁ ଶୋକୀ ଅନୁସାରେ, ପ୍ରାୟ ୨୦୦୦ ବର୍ଷ ପୂର୍ବେ ସମ୍ରାଟ ସୁଇନୀନଙ୍କ ପୁତ୍ରୀ ୟାମାତୋହିମେନୋ ମିକୋତୋ, ନାରା ଜିଲ୍ଲାର ମିୱା ପର୍ବତରୁ ଦେବୀ ଆମାତେରାଶୁଙ୍କ ପାଇଁ ଏକ ସ୍ଥାୟୀ ନିବାସ ଅନୁସନ୍ଧାନରେ ବାହାରିଲେ । ଦୀର୍ଘ ୨୦ ବର୍ଷ କାଳ ଓହ୍ମି ଏବଂ ମିନୋ ଅଞ୍ଚଳରେ ଖୋଜାଖୋଜି କରିବାପରେ ଯାଇ ସେ ଇଶେରେ ପଦାର୍ପଣ କଲେ । ସେଠାରେ ସେ ଆମାତେରାଶୁଙ୍କ କଥା ଶୁଣିବାକୁ ପାଇଲେ ଯେ, "(ଇଶେ) ଏକ ଶାନ୍ତ ଏବଂ ସୁନ୍ଦର ପରିବେଶ, ଏଠାରେ ମୁଁ ରହିବା ପାଇଁ ଚାହେଁ ।" ତେଣୁ ସେହି ସ୍ଥାନରେ ସେ ଏକ ମହାଶାଳର ନିର୍ମାଣ କରାଇଲେ । [6] ୟାମାତୋହିମେନୋ ମିକୋତୋଙ୍କ ଏହି ଯାତ୍ରା ପୂର୍ବରୁ, ୟାମାତୋରେ ଥିବା ରାଜକୀୟ ପ୍ରାସାଦରେ ଆମାତେରାଶୁଙ୍କ ପୂଜର୍ଚ୍ଚନା ଚାଲିଥିଲା । ପରେପରେ କିଛି ସମୟ ପାଇଁ କାସାନୁଇଠାରେ ମଧ୍ଯ ପୂଜାର୍ଚ୍ଚନା ହେଉଥିଲା । ଯେତେବେଳେ ରାଜକୁମାରୀ ୟାମାତୋହିମେନୋ ମିକୋତୋ ଉଜିତାଚୀ ଗ୍ରାମରେ ପଦାର୍ପଣ କଲେ, ସେ ସେହି ସ୍ଥାନକୁ ଚିହ୍ନିତ କରିବା ପାଇଁ ସେଠାରେ ୫୦ଟି ଘଣ୍ଟି ବାନ୍ଧିଦେଲେ । ତେଣୁ ତା ପାଖରେ ଯାଇଥିବା ନଦୀର ନାମ ଇସୁଜୁ ବା "୫୦ଟି ଘଣ୍ଟି" ହୋଇଛି ।[7]
୪ ଖ୍ରୀଷ୍ଟାବ୍ଦର ପାରମ୍ପରିକ ସ୍ଥାପନ ଦିନ[8] ବ୍ଯତୀତ ନାଇକୁ ଓ ଗେକୁର ତୃତୀୟ ଓ ଚତୁର୍ଥ ଶତାବ୍ଦୀର ସ୍ଥାପନ ଦିବସ ମଧ୍ଯ ପ୍ରସ୍ତାବିତ । ସମ୍ରାଟ ତେନ୍ମୁ (୬୭୮–୬୮୬) ଏହାର ପ୍ରଥମ ଶାଳ ନିର୍ମାଣ କରିଥିଲେ ।[9]
ହେଈୟ ଯୁଗରେ ଏହି ଶାଳ ରାଜକୀୟ ପୃଷ୍ଠପୋଷକତାର ଲାଭ ପାଇଥିଲା ।[10] ୯୬୫ ମସିହାରେ, ସମ୍ରାଟ ମୁରାକାମୀ ରାଜଦୂତଙ୍କୁ ବିଭିନ୍ନ ମହତ୍ତ୍ବପୂର୍ଣ୍ଣ ଘଟଣା ବିଷୟରେ ସୂଚନା ଆଣିବା ପାଇଁ ଏଠାକୁ ପଠେଇଥିଲେ । ମୂଳତଃ ଏହି ହେଇହାକୁଗୁଡ଼ିକୁ ଇଶେ ମହାଶାଳ ସହ ୧୬ଟି ଶାଳକୁ ପଠାଯାଇ ଥିଲା ।[11]
ସପ୍ତମ ଶତାବ୍ଦୀର ଶେଷାର୍ଦ୍ଧରୁ ଚତୁର୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ, ଇଶେ ମହାଶାଳର ମୁଖ୍ଯ ପୂଜକଙ୍କ ଦାୟିତ୍ୱ, ଜାପାନୀ ରାଜକୁଟୁମ୍ବର ଏକ ନାରୀ, ସାୟୋଙ୍କଦ୍ୱାରା ପ୍ରତିପାଦିତ ହେଉଥିଲା । ମାନ୍ଯୋଶୁ ଅନୁସାରେ, ଏହି ଶାଳର ପ୍ରଥମ ସାୟୋ ଥିଲେ, ଆସୁକା ଯୁଗର ସମ୍ରାଟ ତେନ୍ମୁଙ୍କ ପୁତ୍ରୀ ରାଜକୁମାରୀ ଓକୁ । ଗେଞ୍ଜୀର କାହାଣୀର ଆଓଇ, ସାକାକୀ ଏବଂ ୟୁଗାଓ ଅଧ୍ଯାୟରେ ତଥା ଇଶେର କାହାଣୀର ୬୯ତମ ଅଧ୍ଯାୟରେ ଇଶେ ମହାଶାଳର ନାମ ରହିଛି । ନାନ୍ବୋକୁଚୋ ଯୁଗର ଅସ୍ଥିରତା ସମୟରେ ସାୟୋ ତନ୍ତ୍ରର ଅନ୍ତ ହେଲା ।
ଜାପାନୀ ସାମ୍ରାଜ୍ୟ ଏବଂ ରାଜଧର୍ମ ରୂପେ ଶିଣ୍ଟୋର ପୁନଃସ୍ଥାପନ ସମୟରେ, ମୁଖ୍ଯ ପୂଜକଙ୍କ ପଦବୀ ସିଂହାସନ ଆରୋହିତ ସମ୍ରାଟଙ୍କଦ୍ୱାରା ପୁରଣ କରାଗଲା । ସମ୍ରାଟ ମେଇଜୀ, ସମ୍ରାଟ ତାଇଶୋ ଏବଂ ହିରୋହିତୋ, ସମସ୍ତେ ମୁଖ୍ଯ ପୂଜକଙ୍କ ଦାୟିତ୍ୱ ନିର୍ବାହ କରିଥିଲେ ।
ଜାପାନର ଅଧିକରଣ ସମୟରେ ଶିଣ୍ଟୋର ରାଜ୍ଯଠାରୁ ପୃଥକୀକରଣ ପରେ, ମୁଖ୍ଯ ପୂଜକ ତଥା ପବିତ୍ରତମ ପୂଜକଙ୍କ ପଦବୀ, ରାଜକୁଟୁମ୍ବର ଭୂତପୂର୍ବ ସଦସ୍ଯ କିମ୍ବା ତାଙ୍କର ବଂଶଧରଙ୍କଦ୍ୱାରା ପୂରଣ ହୋଇଥାଏ । ବର୍ତ୍ତମାନର ମୁଖ୍ଯ ପୂଜକ ହେଉଛନ୍ତି, ତାକାତ୍ସୁକାସା କାଜୁକୋଙ୍କ ପୋଷ୍ଯପୁତ୍ର ତାକାତ୍ସୁକାସା ନାଓତାକେ । ସେ ୨୦୦୭ ମସିହାରେ, ସମ୍ରାଟ ମେଇଜୀଙ୍କ ଅଣନାତି କିତାଶିରାକାୱା ମିଚିହିସାଙ୍କଠାରୁ ଏହି ପଦବୀ ପ୍ରାପ୍ତ କଲେ । ତାକାତ୍ସୁକାସା କାଜୁକୋଙ୍କ ସାନ ଭଉଣୀ, ଇକେଦା ଆତ୍ସୁକୋ, ତାଙ୍କ ପରେ ଏହି ପଦବୀ ଧାରଣ କରେ । ୨୦୧୨ରେ ଇକେଦାଙ୍କ ଅଧିନରେ କୁରୋଦା ସାୟାକୋ ମୁଖ୍ଯ ପୂଜକ ହେବାର ତାଲିମ ପ୍ରାପ୍ତ କରୁଥିଲେ । ୨୦୧୭ ଜୁନ ୧୯ରୁ ସାୟାକୋ ଆଧିକାରିକ ଭାବରେ ସର୍ବୋଚ୍ଚ ପୂଜକ ଭାବେ ପଦବୀ ଗ୍ରହଣ କଲେ ।[5]
ଇଶେ ମହାଶାଳର ସ୍ଥାପତ୍ୟଶୈଳୀକୁ ଶିନ୍ମେଜୁକୁରୀ, କୁହାଯାଏ । ଏହା ଅତ୍ଯନ୍ତ ସରଳ ଏବଂ ପ୍ରାଚୀନ, ଏହାର ସାଧାରଣ କଳା କୋଫୁନ ଯୁଗର (୨୫୦-୫୩୮ ଖ୍ରୀଷ୍ଟାବ୍ଦ) ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.