ଏହା ଏକ ଔଷଧ ଯାହା ମେଲାନୋମା, ବୃକ୍କୀୟ ଜୀବକୋଷ କର୍କଟ, ମେସୋଥେଲିଓମା ଏବଂ ଅଣ-ଛୋଟ କୋଷ ଫୁସଫୁସ କର୍କଟର (NSCLC) ଚିକ From Wikipedia, the free encyclopedia
ଇପିଲିମୁମାବ, ଏକ ବେପାର ନାମ ୟେରଭୋଏ, ହେଉଛି ଏକ ଔଷଧ ଯାହା ମେଲାନୋମା, ବୃକ୍କୀୟ ଜୀବକୋଷ କର୍କଟ, ମେସୋଥେଲିଓମା ଏବଂ ଅଣ-ଛୋଟ କୋଷ ଫୁସଫୁସ କର୍କଟର (NSCLC) ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[6] [7] ଏହା ପ୍ରାୟ ନିଭୋଲୁମାବ ସହିତ ଏକତ୍ର ଦିଆଯାଏ ।[7] ଏହା ଧୀରେ ଧୀରେ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[7]
Monoclonal antibody | |
---|---|
Type | Whole antibody |
Source | Human |
Target | CTLA-4 |
Clinical data | |
Pronunciation | i pi lim′ ue mab |
Trade names | Yervoy |
Synonyms | BMS-734016,[1] MDX-010,[2] MDX-101 |
AHFS/Drugs.com | monograph |
MedlinePlus | a611023 |
data |
|
Pregnancy category |
|
Routes of administration | Intravenous (IV) |
Legal status | |
Legal status | |
Chemical and physical data | |
Formula | C6742H9972N1732O2004S40 |
Molar mass | ୧,୪୮,୬୩୪.୪୬ g·mol−1 |
(verify) |
,
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ଗଲୁ, ଥକାପଣ, ତରଳ ଝାଡ଼ା, ଅଇ, ଜ୍ୱର, ଥାଇରଏଡ୍ ସମସ୍ୟା, ଅଣନିଶ୍ୱାସ, ଯକୃତ ପ୍ରଦାହ ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[7] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନ୍ତନଳୀ ପ୍ରଦାହ, ବିଷାକ୍ତ ଏପିଡର୍ମାଲ ନେକ୍ରୋଲାଇସିସ ଏବଂ
ନିଉରୋପାଥି ହୋଇପାରେ ।[6] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସିଟିଏଲଏ-୪ (CTLA-4 ) ସହିତ ସଂଯୁକ୍ର ହୋଇ ଅବରୋଧ କରେ ଯାହା ଫଳରେ କର୍କଟ ରୋଗ ବିରୁଦ୍ଧରେ ଟି-କୋଷର କାର୍ଯ୍ୟକଳାପକୁ ବୃଦ୍ଧି କରେଇଥାଏ ।[7]
୨୦୧୧ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଇପିଲିମୁମାବ ଅନୁମୋଦିତ ହୋଇଥିଲା ।[7] [6] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୨୦୦ ମିଗ୍ରା ପାଇଁ ପ୍ରାୟ ୧୫,୦୦୦ ପାଉଣ୍ଡ ଖର୍ଚ୍ଚ ହୋଇଛି ।[8] ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ ୩୨,୩୦୦ ଡଲାର ଅଟେ | [9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.