![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/b/ba/Acetazolamide.svg/langor-640px-Acetazolamide.svg.png&w=640&q=50)
ଆସେଟାଜୋଲାମାଇଡ
From Wikipedia, the free encyclopedia
ଆସେଟାଜୋଲାମାଇଡ (ଇଂରାଜୀ ଭାଷାରେ Acetazolamide, ଏକ ବିକ୍ରୟ ନାମ ଡାଇଆମକ୍ସ/Diamox) ଏକ ଔଷଧ ଯାହା ଗ୍ଲକୋମା, ଅପସ୍ମାର ବାତ, ଅଲ୍ଟିଚ୍ୟୁଡ ସିକନେସ (altitude sickness), ପିରିଅଡିକ ପାରାଲିସିସ (periodic paralysis) ଓ ହୃଦ୍ପାତ ରୋଗମାନଙ୍କରେ ଦିଆଯାଏ ।[2] ଓପନ ଆଙ୍ଗଲ ଗ୍ଲକୋମାରେ (open angle glaucoma) ଦୀର୍ଘକାଳୀନ ଭିତ୍ତିରେ ଓ ଆକ୍ୟୁଟ ଆଙ୍ଗଲ କ୍ଲୋଜର ଗ୍ଲକୋମାରେ (acute angle closure glaucoma) ଅପରେଶନ କରାଯିବା ପର୍ଯ୍ୟନ୍ତ ଏହା ଦିଆଯାଇପାରେ ।[3] ଏହି ଔଷଧ ପାଟିରେ ଦିଆଯାଏ ବା ଶିରାଭ୍ୟନ୍ତର ଇଞ୍ଜେକସନ injection into a vein) ଆକାରରେ ଦିଆଯାଏ ।[2]
![]() | |
![]() | |
Clinical data | |
---|---|
Trade names | Diamox, Diacarb, others |
AHFS/Drugs.com | monograph |
Pregnancy category |
|
Routes of administration | by mouth or intravenous |
ATC code |
|
Legal status | |
Legal status |
|
Pharmacokinetic data | |
Protein binding | 70–90%[1] |
Metabolism | None[1] |
Elimination half-life | 2–4 hours[1] |
Excretion | Urine (90%)[1] |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL |
|
PDB ligand | |
ECHA InfoCard | 100.000.400 ![]() |
Chemical and physical data | |
Formula | C4H6N4O3S2 |
Molar mass | 222.245 g/mol |
3D model (JSmol) | |
Melting point | 258 to 259 °C (496 to 498 °F) |
SMILES
| |
InChI
| |
(verify) |
ଆସେଟାଜୋଲାମାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଲୁଆ ଅନୁଭବ, କାନନାଦ, ଅରୁଚି, ବାନ୍ତି ଓ ନିଦ୍ରାହୀନତା ଦେଖାଯାଏ ।[2] ବୃକ୍କ ସମସ୍ୟା(kidney problems), ଯକୃତ ସମସ୍ୟା (liver problems) ଓ ସଲଫୋନାମାଇଡ ଆଲର୍ଜି (allergic to sulfonamides) ଥିଲେ ଏହି ଔଷଧ ଦିଆଯାଏନାହିଁ ।[2][3] ଏହା ଡାଇୟୁରେଟିକ (diuretic) ଓ କାର୍ବୋନିକ ଆନହାଇଡ୍ରେଜ ଇନହିବିଟର (carbonic anhydrase inhibitor) ଶ୍ରେଣୀର ଏକ ଔଷଧ । [2] ଦେହରେ ଉଦ୍ଜାନ ଆୟନ (hydrogen ions) ଓ ବାଇକାର୍ବୋନେଟ (bicarbonate) ପରିମାଣ କମେଇ ଏହା କାର୍ଯ୍ୟକ୍ଷମ ହୁଏ । [2]
ସନ ୧୯୫୨ରେ ଆସେଟାଜୋଲାମାଇଡ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[2] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ୧.୪୦ରୁ ୧୬.୯୩ ଆମେରିକୀୟ ଡଲାର ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୧୨୫.୩୪ ଆମେରିକୀୟ ଡଲାର ।[7]