ଏହା ସାଧାରଣ ଫିମ୍ପି ଆସପର୍ଗିଲସ ଜନିତ ଏକ କବକ ରୋଗ । From Wikipedia, the free encyclopedia
ଆସପର୍ଗିଲୋସିସ ହେଉଛି ସାଧାରଣ ଫିମ୍ପି ଆସପର୍ଗିଲସ ଜନିତ ଏକ କବକ ରୋଗ । [5] ଏହାର ଅନେକ ପ୍ରକାର ଅଛି ଯଥା: ଆଲର୍ଜିକ ବ୍ରୋଙ୍କୋପୁଲମୋନାରି ଆସ୍ପର୍ଗିଲୋସିସ (ଏବିପିଏ), ଫୁସଫୁସର ପ୍ରଦାହ ଏବଂ ସଂକ୍ରମଣ ବିନା ଆଲର୍ଜି ଲକ୍ଷଣ; ଆସ୍ପର୍ଗିଲୋମା, ଫୁସଫୁସ କିମ୍ବା ସାଇନୁସରେ ଫଙ୍ଗସର ଏକ କ୍ଷେତ୍ର; କ୍ରନିକ୍ ଫୁସଫୁସ ଆସ୍ପର୍ଗିଲୋସିସ୍ (ସିପିଏ), ସଂକ୍ରମଣରୁ ଫୁସଫୁସ ମଧ୍ୟରେ ଏକ ଛେଦ ସୃଷ୍ଟି; ଆଲର୍ଜି ସାଇନୁସାଇଟିସ୍ ; ଚର୍ମର ସଂକ୍ରମଣ । [6] ପ୍ରକାର ଉପରେ ରୋଗର ଲକ୍ଷଣ ନିର୍ଭର କରେ । [1]
Aspergillosis | |
---|---|
ଫାଇଲ:Aspergillosis (Radiopaedia 30275).JPG | |
ଉଚ୍ଚାରଣ |
|
ବିଭାଗ | Infectious disease |
ଲକ୍ଷଣ | Depend on the type of disease[1] |
କାରଣ | Aspergillus fumigatus, Aspergillus flavus, others[2] |
ବିପଦ କାରକ | Lung disease, poor immune function[3] |
ସଠିକ ରୋଗ ନିର୍ଣ୍ଣୟ | Mucormycosis, nocardiosis, pulmonary eosinophilia, other types of pneumonia[3] |
ଚିକିତ୍ସା | Antifungal medication, surgery[4] |
ପୁନଃପୌନିକ | Uncommon[3] |
ବାରମ୍ବାର ଜଡିତ ପ୍ରଜାତିଗୁଡିକ ହେଉଛି ଆସପର୍ଗିଲସ୍ ଫୁମିଗାଟସ୍ ଏବଂ ଆସପର୍ଗିଲସ୍ ଫ୍ଲାଭସ୍ । [2] ଅଧିକାଂଶ ଲୋକ ପ୍ରତିଦିନ ଆସ୍ପର୍ଗିଲସ୍ ସ୍ପୋର ପ୍ରଶ୍ୱାସରେ ନେଇ ମଧ୍ୟ ଅସୁସ୍ଥ ହୁଅନ୍ତି ନାହିଁ । ଏହି ରୋଗ ସାଧାରଣତଃ କେବଳ ଫୁସଫୁସ ରୋଗ ଥିବା ଆଜମା, ସିଷ୍ଟିକ୍ ଫାଇବ୍ରୋସିସ୍, ସିଓପିଡି, କିମ୍ବା ଯକ୍ଷ୍ମା ରୋଗରେ ଦେଖାଯାଏ; କିମ୍ବା ଯେଉଁମାନେ ରୋଗ ପ୍ରତିରୋଧକ ଶକ୍ତି ଖରାପ ହେଉଥାଏ ଯେପରିକି କେମୋଥେରାପି, ଷ୍ଟେମ୍ ସେଲ୍ ପ୍ରତିରୋପଣ, ଏଚ୍.ଆଇ.ଭି/ ଡସ୍ କିମ୍ବା ଷ୍ଟେରଏଡର ଦୀର୍ଘକାଳୀନ ବ୍ୟବହାର କଲେ ଦେଖାଯାଏ । [3] ଏହା ଲୋକଙ୍କ ମଧ୍ୟରେ ବିସ୍ତାର ହୁଏ ନାହିଁ। [7] ମେଡିକାଲ ଇମେଜିଙ୍ଗ, ତନ୍ତୁ ବାୟୋପସି କିମ୍ବା ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଇପାରେ | [8]
ଫୁସଫୁସ କିମ୍ବା ସାଇନୁସର ଆଲର୍ଜି ରୋଗର ଚିକିତ୍ସାରେ ଇଟ୍ରାକୋନାଜୋଲ ଏବଂ ଷ୍ଟେରଏଡ ବ୍ୟବହାର କରାଯାଇପାରେ। [4] ଅସ୍ତ୍ରୋପଚାର କିମ୍ବା କବକରୋଧୀ ଔଷଧ ସହିତ ଆସ୍ପର୍ଗିଲୋମା ଚିକିତ୍ସା ହୋଇପାରେ । [4] ଭୋରିକୋନାଜୋଲ, ଆମ୍ଫୋଟେରାଇସିନ୍ ବି କିମ୍ବା ପୋସାକୋନାଜୋଲ ପ୍ରୟୋଗ କରି ଆକ୍ରମଣକାରୀ ରୋଗର ଚିକିତ୍ସା କରାଯାଇପାରେ। [4] ଆକ୍ରମଣକାରୀ ରୋଗରେ ୨୫ରୁ ୬୦% ରୋଗୀଙ୍କର ମୃତ୍ୟୁ ହୋଇପାରେ। [9]
ଆସ୍ପର୍ଗିଲୋସିସ୍ ଏକ ଅସାଧାରଣ ରୋଗ । [3] ଆଲର୍ଜି ବ୍ରୋଙ୍କୋପୁଲମୋନାରୀ ଆସ୍ପର୍ଗିଲୋସିସ୍ ରୋଗ ପ୍ରାୟ ୨.୫ ନିୟୁତ ଲୋକଙ୍କୁ ପ୍ରଭାବିତ କରୁଥିବା ଅନୁମାନ କରାଯାଉଥିବାବେଳେ କ୍ରନିକ୍ ଫୁସଫୁଲା ଆସ୍ପର୍ଗିଲୋସିସ୍ ବିଶ୍ୱରେ ପ୍ରାୟ ୩ ନିୟୁତ ଲୋକଙ୍କୁ ପ୍ରଭାବିତ କରିଥାଏ। [3] ଡାକ୍ତରଖାନାରେ ରୋଗ ପ୍ରକୋପକୁ ଦଲିଲ କରାଯାଇଛି। [10] ରୋଗର ଆକ୍ରମଣକାରୀ ପ୍ରକାରରେ ବର୍ଷକୁ ପ୍ରାୟ ୬୦୦,୦୦୦ ମୃତ୍ୟୁ ଘଟିଥିବାର ଆକଳନ କରାଯାଏ। [9] ଏହା ପକ୍ଷୀ ଏବଂ ଅନ୍ୟ ପ୍ରାଣୀମାନଙ୍କୁ ପ୍ରଭାବିତ କରିପାରେ। [11] ଏହି ଫିମ୍ପିକୁ ପ୍ରଥମେ ୧୭୨୯ ମସିହାରେ ଇଟାଲୀର ଏକ ପୁରୋହିତ ପିଅର ଆଣ୍ଟୋନିଓ ମିଚେଲି ପ୍ରଥମେ ବର୍ଣ୍ଣନା କରିଥିଲେ । [12] [13]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.