From Wikipedia, the free encyclopedia
ସାର ଆଲେକ୍ଜାଣ୍ଡର ଫ୍ଲେମିଙ୍ଗ, ଏଫ୍.ଆର୍.ସି.ଏସ୍.ଇଂଲାଣ୍ଡ, ଏଫ୍.ଆର୍.ଏସ୍.[1], ଏଫ୍.ଆର.ଏସ୍.ଇ. (୬ ଅଗଷ୍ଟ ୧୮୮୧ - ୧୧ ମାର୍ଚ୍ଚ ୧୯୫୫) ସ୍କଟଲ୍ୟାଣ୍ଡର ବାସିନ୍ଦା ଥିଲେ ଓ ଜଣେ ଜୀବବିଜ୍ଞାନୀ, ଔଷଧ ବିଜ୍ଞାନୀ ତଥା ଉଦ୍ଭିଦ ବିଜ୍ଞାନୀ ଥିଲେ । ସେ ବାକ୍ଟେରିଓଲୋଜି, ଇମ୍ମ୍ୟୁନୋଲୋଜି ଓ କେମୋଥେରାପି ବିଷୟମାନଙ୍କରେ ଅନେକ ସନ୍ଦର୍ଭ ଲେଖିଛନ୍ତି । ତାଙ୍କର ବିଖ୍ୟାତ ଆବିଷ୍କାର ମଧ୍ୟରେ ୧୯୨୩ ମସିହାରେ ଲାଇସୋଜାଇମ ଏଞ୍ଜାଇମ ଥିଲା । ୧୯୨୮ ମସିହାରେ ପେନିସିଲିଅମ୍ ନୋଟାଟମରୁ ପେନିସିଲିନ୍ ଆବିଷ୍କାର କରିଥିଲେ । ଏହି ଆବିଷ୍କାର ନିମନ୍ତେ ସେ ୧୯୪୫ ମସିହାରେ ଫିଜିଓଲୋଜି କିମ୍ବା ମେଡିସିନରେ ହୋବାର୍ଡ ଫ୍ଲୋରେ ଓ ଏର୍ନ୍ସ୍ଟ ବୋରିସ୍ ଚେନଙ୍କ ସହ ନୋବେଲ ପୁରସ୍କାର ପାଇଥିଲେ ।[2][3][4]
Sir Alexander Fleming FRSE, FRS, FRCS(Eng) | |
---|---|
ଜନ୍ମ | Lochfield, Ayrshire, Scotland | ୬ ଅଗଷ୍ଟ ୧୮୮୧
ମୃତ୍ୟୁ | ୧୧ ମାର୍ଚ୍ଚ ୧୯୫୫ ୭୩) London, England | (ବୟସ
ଜାତୀୟତା | Scottish |
ଜାତୀୟତା | United Kingdom |
ଶିକ୍ଷାନୁଷ୍ଠାନ | Royal Polytechnic Institution St Mary's Hospital Medical School Imperial College London |
ପ୍ରସିଦ୍ଧି | Discovery of penicillin |
ପୁରସ୍କାର |
|
ବିଜ୍ଞାନୀ ଜୀବନ | |
କ୍ଷେତ୍ର | Bacteriology, immunology |
ଦସ୍ତଖତ | |
ଆଲେକ୍ଜାଣ୍ଡର ଫ୍ଲେମିଙ୍ଗ ସ୍କଟଲାଣ୍ଡର ଡାର୍ଭେଲ ପାଖାରେ ଲୋଚଫିଲ୍ଡ ଫାର୍ମରେ ଜନ୍ମ ଗ୍ରହଣ କରିଥିଲେ । ସେ ତାଙ୍କ ପିତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କର ତୃତୀୟ ସନ୍ତାନ ଥିଲେ । ତାଙ୍କ ପିତା ଆଲେକ୍ଜାଣ୍ଡର ଫ୍ଲେମିଙ୍ଗଙ୍କାର ମାତାଙ୍କୁ ବିବାହ କଲାବେଳେ ବୟସ ୫୯ ହୋଇଥିଲା । ତାଙ୍କୁ ୭ ବର୍ଷ ବୟସ ହୋଇଥିଲା ବେଳେ ପିତାଙ୍କର ମୃତ୍ୟୁ ହୋଇଥିଲା ।
ଫ୍ଲେମିଙ୍ଗ ଲାଉଡୁନ ମୁର ସ୍କୁଲ ଓ ଡାର୍ଭେଲ ସ୍କୁଲରେ ଶିକ୍ଷା ଲାଭ କରି ଦୁଇ ବର୍ଷର ବୃତ୍ତି ପାଇଲେ । ତା ପରେ ସେ ଲଣ୍ଡନ ଯାଇ ରୟଲ ପଲିଟେକନିକ ଇନସ୍ଟିଚ୍ୟୁଟରେ ଯୋଗ ଦେଇଥିଲେ । ଗୋଟିଏ ଜାହାଜ କମ୍ପାନୀରେ ଚାରି ବର୍ଷ କାମ କଲାପରେ ସେ କିଛି ପୈତୃକ ଧନ ପାଇଲେ । ତାଙ୍କର ବଡ଼ ଭାଇ ଟମ ଜଣେ ଡାକ୍ତର ଥିଲେ ଓ ତାଙ୍କୁ ଡାକ୍ତରୀ ବିଦ୍ୟା ପଢିବାକୁ ଉତ୍ସାହିତ କଲେ । ପାଡିଙ୍ଗଟନର ସେଣ୍ଟ ମେରି ମେଡିକାଲ ସ୍କୁଲରୁ ୧୯୦୬ ମସିହାରେ ଏମ୍.ବି.ବି.ଏସ୍. ଡିଗ୍ରୀ ହାସଲ କଲେ ।
ଏହା ପରେ ସେ ସାର ଆଲମ୍ରୋଥ ରାଇଟଙ୍କର ସହାୟକ ବ୍ୟାକ୍ଟେରିଓଲୋଜିସ୍ଟ ଭାବେ ଯୋଗ ଦେଲେ । ସେ ୧୯୦୮ ମସିହାରେ ବ୍ୟାକ୍ଟେରିଓଲୋଜିରେ ସ୍ୱର୍ଣ୍ଣ ପଦକ ସହ ବି.ଏସ୍.ସି ଡିଗ୍ରୀ ପାଇଲେ । ପ୍ରଥମ ବିଶ୍ୱ ଯୁଦ୍ଧରେ କ୍ୟାପଟେନ ହିସାବରେ ଯୁଦ୍ଧ କରି ଫେରିବା ପରେ ୧୯୨୮ ମସିହାରେ ତାଙ୍କୁ ୟୁନିଭରସିଟି ଅଫ ଲଣ୍ଡନରେ ପ୍ରଫେସର ପଦବୀ ମିଳିଲା ।
ସ୍ଟାଫିଲୋକୋକସ ଜୀବାଣୁର ପ୍ରପର୍ଟି ବିଷୟ ନୁସନ୍ଧାନ ୧୯୨୭ ମସିହାରେ କରୁଥିଲେ । ଲାବୋରେଟରୀର ଜିନିଷପତ୍ର ଇତଃସ୍ତତ ଭାବରେ ଥାଏ । ଅନେକ ଗୁଡିଏ ସ୍ଟାଫିଲୋକୋକସ କଲଚର ପ୍ଲେଟ ଥିଲା । ସେପ୍ଟେମ୍ବର ୩ ତାରିଖ ୧୯୨୮ ମସିହାରେ ଛୁଟିରୁ ଫେରି ସେ ଦେଖିଲେ ଗୋଟିଏ କଲଚର ପ୍ଲେଟରେ ଫିମ୍ପି ଲାଗିଯାଇଛି ଓ ଫିମ୍ପି ଲାଗିଥିବା ସ୍ଟାଫିଲୋକୋକସ ମନ୍ଦା ଚାରିପାଖରେ କିଛି ଅଂଶ ମରିଯାଇଛି । ସେହି ଫିମ୍ପି ଥିବା ସ୍ଥାନଠାରୁ ଦୂରରେ ଥିବା ସ୍ଟାଫିଲୋକୋକସ ମନ୍ଦା ମରିନାହିଁ । ସେହି ଫିମ୍ପିକୁ କଲଚର କରି ଦେଖିଲେ ତାହା ମଧ୍ୟରୁ ଏକ ପ୍ରକାର ରସ ନିର୍ଗତ ହେଉଛି । ଏହି ଫିମ୍ପିର ନାମକୁ ସେ ପେନିଲିଅମ ଜେନସ ନାମ ଦେଇ ରଖିଲେ ଓ ସେହି ରସ ଭଳି ପଦାର୍ଥକୁ ୭ ମାର୍ଚ୍ଚ ୧୯୨୯ ମସିହାରେ ପେନିସିଲିନ ନାମ ଦେଲେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.