ଆଲାନ ଟ୍ୟୁରିଙ୍ଗ
From Wikipedia, the free encyclopedia
ଆଲାନ ମାଥିସନ ଟ୍ୟୁରିଙ୍ଗ (୨୩ ଜୁନ ୧୯୧୨ - ୭ ଜୁନ ୧୯୫୪) ଲଣ୍ଡନରେ ଜନ୍ମିତ ଜଣେ ବ୍ରିଟିଶ୍ ଗଣିତଜ୍ଞ ଓ କମ୍ପ୍ୟୁଟର ବିଜ୍ଞାନୀ ଥିଲେ ।
ଆଲାନ ଟ୍ୟୁରିଙ୍ଗ OBE, FRS | |
---|---|
ଜନ୍ମ | ଆଲାନ ମାଥିସନ ଟ୍ୟୁରିଙ୍ଗ (1912-06-23)୨୩ ଜୁନ ୧୯୧୨ ମାଏଦା ୱେଲ୍, ଲଣ୍ଡନ୍ |
ମୃତ୍ୟୁ | ୭ ଜୁନ ୧୯୫୪(1954-06-07) (ବୟସ ୪୧) ୱିଲ୍ମସ୍ଲୋ, ଚେଶାଇୟର୍, ଇଂଲଣ୍ଡ |
ଜାତୀୟତା | ବ୍ରିଟିଶ୍ |
ଶିକ୍ଷାନୁଷ୍ଠାନ | King's College, Cambridge Princeton University |
ପ୍ରସିଦ୍ଧି |
|
ପୁରସ୍କାର | Officer of the Order of the British Empire Fellow of the Royal Society |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ଗଣିତ, cryptanalysis, computer science |
କର୍ମାନୁଷ୍ଠାନ | University of Cambridge Government Code and Cypher School National Physical Laboratory University of Manchester |
ବୈଜ୍ଞାନିକ ନିବନ୍ଧ | Systems of Logic based on Ordinals (1938) |
ଡକ୍ଟରୀ ଉପଦେଷ୍ଟା | Alonzo Church[1] |
ଡକ୍ଟରୀ ଛାତ୍ର | Robin Gandy[1] |
ପ୍ରଥମେ ପ୍ରଥମେ କମ୍ପ୍ୟୁଟର ବିଷୟରେ କାମ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ସେ ଜଣେ । ମଣିଷକୁ କଷ୍ଟ ଲାଗୁଥିବା କାମକୁ କମ୍ପ୍ୟୁଟର ମାଧ୍ୟମରେ କରିବା କଥା ସେ ପ୍ରଥମେ ଚିନ୍ତା କରିଥିଲେ । ୧୯୩୬ରେ ସେ ଟ୍ୟୁରିଙ୍ଗ ଯନ୍ତ୍ର ଉଦ୍ଭାବନ କରିଥିଲେ । ଏହା ଏକ କାଳ୍ପନିକ ଯନ୍ତ୍ର ହେଲେ ହେଁ, କାର୍ଯ୍ୟକ୍ରମ (program)ର ଧାରଣା ସଂଶ୍ଳିଷ୍ଟ ଥିଲା ।
କୃତ୍ରିମ ବୁଦ୍ଧିମତାରେ ଟ୍ୟୁରିଙ୍ଗ ଆଗ୍ରହୀ ଥିଲେ । ସେ ଟ୍ୟୁରିଙ୍ଗ ପରୀକ୍ଷାର ପ୍ରସ୍ତାବ ଦେଲେ, କୌଣସି ଯନ୍ତ୍ରର ବୁଦ୍ଧିମତା ନିର୍ଣୟ କରିବା ପାଇଁ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଟ୍ୟୁରିଙ୍ଗ ଜର୍ମାନ୍ ଗୁପ୍ତ ସନ୍ଦେଶର ଅର୍ଥ ନିର୍ଣୟ କରୁଥିଲେ । ପରେ, ସେ ଅନ୍ୟ ଜର୍ମାନ୍ ସଂକେତ ସମାଧାନ କରୁଥିଲେ ।
୧୯୪୫ରୁ ୧୯୪୭ ପର୍ଯ୍ୟନ୍ତ ଟ୍ୟୁରିଙ୍ଗ ସ୍ୱଂୟକ୍ରୀୟ କମପ୍ୟୁଟିଙ୍ଗ ଯନ୍ତ୍ର ନିର୍ମାଣ ପାଇଁ କାମ କରୁଥିଲେ । ୧୯ ଫେବୃୟାରୀ ୧୯୪୬ରେ ସେ ଏଥିପାଇଁ ଏକ ଡିଜାଇନ୍ ପ୍ରଦାନ କଲେ । ଯଦିଓ ଏହା ଏକ କାର୍ଯ୍ୟକାରୀ ଡିଜାଇନ୍ ଥିଲା, ଯୁଦ୍ଧ ସମୟ ଯୋଗୁ ପ୍ରକଳ୍ପ ଆରମ୍ଭରେ ଅନେକ ବିଳମ୍ବ ହେଲା । ୧୯୪୭ରେ ବର୍ଷକର ଛୁଟି ନେଇ ସେ କେମ୍ବ୍ରିଜ ଚାଲି ଆସିଲେ । କେମ୍ବ୍ରିଜରେ ଥିଲାବେଳେ, ତାଙ୍କ ଅନୁପସ୍ଥିତିରେ ସ୍ୱଂୟକ୍ରୀୟ କମ୍ପ୍ୟୁଟର ନିର୍ମାଣ କରାଗଲା । ୧୦ ମଈ ୧୯୫୦ରେ ଏହା ପ୍ରଥମ କାର୍ଯ୍ୟକ୍ରମ ସମ୍ପାଦନ କଲା ।