![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/26/Aaron_Swartz_2_at_Boston_Wikipedia_Meetup%252C_2009-08-18.jpg/640px-Aaron_Swartz_2_at_Boston_Wikipedia_Meetup%252C_2009-08-18.jpg&w=640&q=50)
ଆରୋନ ସ୍ୱାର୍ଜ
From Wikipedia, the free encyclopedia
ଆରୋନ ହିଲେଲ ସ୍ୱାର୍ଜ (ନଭେମ୍ବର ୮, ୧୯୮୬ – ଜାନୁଆରୀ ୧୧, ୨୦୧୩) ଜଣେ ଆମେରିକୀୟ କମ୍ପ୍ୟୁଟର ପ୍ରୋଗ୍ରାମର, ଉଦ୍ୟୋଗୀ, ଲେଖକ, ରାଜନୈତିକ ଆୟୋଜକ ଏବଂ ଇଣ୍ଟରନେଟ ହାକ୍ଟିଭିଷ୍ଟ ଥିଲେ । ସେ ଆରଏସଏସ ୱେବ ଫିଡ ଫର୍ମାଟ,[3] ମାର୍କଡାଉନ ପ୍ରକାଶନ ଫର୍ମାଟ,[4] କ୍ରିଏଟିଭ କମନ୍ସ ସଂଗଠନ,[5] ଏବଂ web.py ୱେବସାଇଟ ଫ୍ରେମୱାର୍କ,[6] ଆଦିର ବିକାଶରେ ସକ୍ରିୟ ଥିଲେ ଏବଂ ସାମାଜିକ ସମ୍ବାଦ ସାଇଟ ରେଡିଟର ପ୍ରତିଷ୍ଠାର ଛଅ ମାସ ପରେ ଯୋଗ ଦେଇଥିଲେ ।[6] ନଟ ଏ ବଗ, ଇଙ୍କ. (ସ୍ୱାର୍ଜଙ୍କ ପ୍ରକଳ୍ପ ଇନଫୋଗାମି ଓ ଆଲେକ୍ସିସ ଓହାନିଆନ ଏବଂ ଷ୍ଟିଭ ହଫମ୍ୟାନ ପରିଚାଳନା କରୁଥିବା କମ୍ପାନୀ ରେଡବ୍ରିକ୍ସ ସଲ୍ୟୁସନ୍ସର ମିଶ୍ରଣ ପରେ) କମ୍ପାନୀ ଗଠନ ପରେ ୱାଇ କମ୍ବିନେଟରର ମାଲିକ ପଲ ଗ୍ରାହାମ ତାଙ୍କୁ ରେଡିଟର ସହ-ପ୍ରତିଷ୍ଠାତା ପଦବୀ ପ୍ରଦାନ କରିଥିଲେ ।[7]
ଆରୋନ ସ୍ୱାର୍ଜ | |
---|---|
![]() ୨୦୦୯ ଅଗଷ୍ଟରେ ଏକ ଭେଟରେ ସ୍ୱାର୍ଜ | |
ଜନ୍ମ | ଆରୋନ ହିଲେଲ ସ୍ୱାର୍ଜ[1] (1986-11-08)ନଭେମ୍ବର ୮, ୧୯୮୬ ହାଇଲ୍ୟାଣ୍ଡ ପାର୍କ, ଇଲିନୋଇ,[2] U.S. |
ମୃତ୍ୟୁ | ୧୧ ଜାନୁଆରୀ ୨୦୧୩(2013-01-11) (ବୟସ ୨୬) ବ୍ରୁକଲିନ, ନ୍ୟୁୟର୍କ ସିଟି, ଯୁକ୍ତରାଷ୍ଟ୍ର ଆମେରିକା |
ମୃତ୍ୟୁର କାରଣ | ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା |
ଶିକ୍ଷାନୁଷ୍ଠାନ | ଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟ |
ବୃତ୍ତି(ସମୂହ) | ସଫ୍ଟୱାର ଡେଭଲପର, ଲେଖକ, ଇଣ୍ଟରନେଟ ଆକ୍ଟିଭିଷ୍ଟ |
(s) | କ୍ରିଏଟିଭ କମନ୍ସ (ସୃଷ୍ଟି), ରେଡିଟ (ସହ-ପ୍ରତିଷ୍ଠାତା), Watchdog.net, ଓପନ ଲାଇବ୍ରେରି, ଡେଡଡ୍ରପ, ପ୍ରୋଗ୍ରେସିଭ ଚେଞ୍ଜ କ୍ୟାମ୍ପେନ କମିଟି, ଡିମାଣ୍ଡ ପ୍ରୋଗ୍ରେସ (ସହ-ପ୍ରତିଷ୍ଠାତା), ଥଟୱାର୍କ୍ସ, Tor2web |
Title | ଫେଲୋ, ହାର୍ଭାଡ଼ ବିଶ୍ୱବିଦ୍ୟାଳୟ ଏଡମଣ୍ଡ ଜେ. ସାଫ୍ରା ସେଣ୍ଟର ଫର ଏଥିକ୍ସ |
ପୁରସ୍କାର | ଆର୍ସଡିଜିଆ ପ୍ରାଇଜ (୨୦୦୦) ଆମେରିକାନ ଲାଇବ୍ରେରୀ ଆସୋସିଏସନର ଜେମ୍ସ ମାଡିସନ ଆୱାର୍ଡ଼ (ମରଣୋତ୍ତର) ଇଏଫଏଫ ପାୟୋନିୟର ଆୱାର୍ଡ଼ 2013 (ମରଣୋତ୍ତର) ଇଣ୍ଟରନେଟ ହଲ ଅଫ ଫେମ ୨୦୧୩ (ମରଣୋତ୍ତର) |
ୱେବସାଇଟ | aaronsw.com |
ଆରୋନ ସ୍ୱାର୍ଜଙ୍କ କାର୍ଯ୍ୟ ନାଗରିକ ସଚେତନତା ଏବଂ ଆକ୍ଟିଭିଜିମ ଉପରେ କେନ୍ଦ୍ରୀତ ଥିଲା ।[8][9] ପ୍ରଭାବଶାଳୀ ଅନଲାଇନ ଆକ୍ଟିଭିଜିମ ବଢ଼ାଇବା ନିମନ୍ତେ ସେ ୨୦୦୯ ମସିହାରେ ପ୍ରୋଗ୍ରେସିଭ ଚେଞ୍ଜ କ୍ୟାମ୍ପେନ କମିଟି ଆରମ୍ଭ କରିବାରେ ସାହାଯ୍ୟ କରିଥିଲେ । ୨୦୧୦ ମସିହାରେ ସେ ହାର୍ଭାଡ଼ ବିଶ୍ୱବିଦ୍ୟାଳୟସ୍ଥିତ ଲରେନ୍ସ ଲେସିଗଙ୍କ ନିର୍ଦ୍ଦେଶିତ ସାଫ୍ରା ଗବେଷଣା ଲ୍ୟାବ ଅନ ଇନଷ୍ଟିଚ୍ୟୁସନାଲ କର୍ପୋରେସନରେ ଜଣେ ଗବେଷଣା ଫେଲୋ ହୋଇଥିଲେ ।[10][11] ସେ ଷ୍ଟପ ଅନଲାଇନ ପାଇରେସି ଆକ୍ଟ ବିରୋଧରେ ଅଭିଯାନ ପାଇଁ ଜଣାଶୁଣା ଅନଲାଇନ ଦଳ ଡିମାଣ୍ଡ ପ୍ରୋଗ୍ରେସ ସ୍ଥାପନ କରିଥିଲେ ।
୨୦୧୧ ମସିହାରେ ଦେଶ ଭଙ୍ଗା ଓ ପ୍ରବେଶ (ଷ୍ଟେଟ ବ୍ରେକିଂ-ଆଣ୍ଡ-ଏଣ୍ଟରିଂ) ଅଭୋଯୋଗରେ ମାସାଚୁସେଟ୍ସ ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜି (ଏମଆଇଟି) ପୋଲିସଦ୍ୱାରା ସ୍ୱାର୍ଜଙ୍କୁ ଗିରଫ କରାଯାଇଥିଲା । ସେ ଏକ କମ୍ପ୍ୟୁଟରକୁ ଏକ ଅଚିହ୍ନିତ ଏବଂ ଅନଲକ ହୋଇଥିବା କ୍ଲୋଜେଟ ଦେଇ ଏମଆଇଟି ନେଟୱାର୍କ ସହିତ ସଂଯୋଗ କରିଥିଲେ । ଏମଆଇଟିଦ୍ୱାରା ଦିଆଯାଇଥିବା ଅତିଥି ବ୍ୟବହାରକାରୀ ଆକାଉଣ୍ଟ ବ୍ୟବହାର କରି ସେ JSTORରୁ ଶିକ୍ଷା ଜର୍ଣ୍ଣାଲସବୁ ଡାଉନଲୋଡ଼ କରିବା ପାଇଁ ଏହି କମ୍ପ୍ୟୁଟରକୁ ବ୍ୟବହାର କରିବା ଉଦ୍ଦେଶ୍ୟରେ କରିଥିଲେ ।[12][13] ରାଜଓକିଲମାନେ ପରେ ତାଙ୍କୁ ଦୁଇଟି ତାର ଜାଲିଆତି ଏବଂ ଏଗାରଟି କମ୍ପ୍ୟୁଟର ଫ୍ରଡ ଆଣ୍ଡ ଆବ୍ୟୁଜ ଆଇନର ଉଲ୍ଲଙ୍ଘନ ଅଭିଯୋଗ ପ୍ରମାଣ କରିଥିଲେ[14] ଫଳରେ ତାଙ୍କୁ ମୋଟ ୧ ମିଲିୟନ ଡଲାର ଜୋରିମାନା, ୩୫ ବର୍ଷ ଜେଲଦଣ୍ଡ, ସମ୍ପତ୍ତି ବ୍ୟାଜ୍ୟାପ୍ତି, କ୍ଷତିର ଫେରସ୍ତ ଏବଂ ପର୍ଯ୍ୟବେକ୍ଷିତ ମୁକ୍ତି ଆଦି ଦଣ୍ଡ ମିଳିଥିଲା ।[15]
ସ୍ୱାର୍ଜ ଏକ ବୁଝାମଣା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ଯାହା ଅଧୀନରେ ସେ କେନ୍ଦ୍ରୀୟ କାରାଗାରରେ ଛଅ ମାସ ଦଣ୍ଡ ଭୋଗିଥାନ୍ତେ ।[16] ଅଭିଯୋଗକାରୀ ସ୍ୱାର୍ଜଙ୍କ ଏକ ପ୍ରତିଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାର ଦୁଇ ଦିନ ପରେ ତାଙ୍କୁ ସେ ତାଙ୍କ ବ୍ରୁକଲିନ ଆପାର୍ଟମେଣ୍ଟରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପରେ ମୃତ ଅବସ୍ଥାରେ ମିଳିଥିଲେ ।[17][18]
୨୦୧୩ ମସିହାରେ ସ୍ୱାର୍ଜଙ୍କୁ ମରଣୋତ୍ତର ଭାବେ ଇଣ୍ଟରନେଟ ହଲ ଅଫ ଫେମ ଯୋଡ଼ାଯାଇଥିଲା ।[19]