ଯୌଗିକ ରାସାୟନିକ ପଦାର୍ଥ From Wikipedia, the free encyclopedia
ଆରିପିପ୍ରାଜଲ (ଇଂରାଜୀ ଭାଷାରେ Aripiprazole, ଏକ ବିକ୍ରୟ ନାମ ଆବିଲିଫାଇ/ Abilify) ଏକ ଅସ୍ୱାଭାବିକ ମନୋବିକାର ପ୍ରତିରୋଧୀ (atypical antipsychotic) ଔଷଧ । [4] ସାଧାରଣତଃ ଏହା ସିଜୋଫ୍ରେନିଆ ଓ ବାଇପୋଲାର ଡିଜଅଡର ରୋଗର ଚିକିତ୍ସାରେ ଦିଆଯାଏ ।[4] ପ୍ରମୁଖ ଅବସାଦ ବେମାରୀ, ଟିଙ୍କ ବେମାରୀ (tic disorders), ଓ ଅଟିଜିମ୍ ସହିତ ଚିଡ଼ଚିଡ଼ା ସ୍ୱଭାବ ଥବା ରୋଗମାନଙ୍କରେ ଅନ୍ୟ ଔଷଧ ସହିତ ଦିଆଯାଏ ।[4] କକ୍ରେନ ଅନୁଶୀଳନ ଅନୁସାରେ (Cochrane review) ସିଜୋଫ୍ରେନିଆ ଉପରେ ଏହାର ପ୍ରଭାବ ଯଥେଷ୍ଟ ନୁହେଁ ।[5] ଅଧିକନ୍ତୁ ଏହି ଅନୁଶୀଳନରେ ଅନେକ ବ୍ୟକ୍ତି ତ୍ୟାଗ କରିବା ଯୋଗୁ ସିଦ୍ଧାନ୍ତ ଅତି କମ୍ ହୋଇଥିଲା । [5] ଏହା ପାଟିରେ ବା ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।[4]
Clinical data | |
---|---|
Pronunciation | /ˌeɪrɪˈpɪprəzoʊl/ AIR-i-PIP-rə-zohl Abilify /əˈbɪlɪfaɪ/ ə-BIL-i-fy |
Trade names | Abilify, others |
AHFS/Drugs.com | monograph |
MedlinePlus | a603012 |
data |
|
Pregnancy category |
|
Routes of administration | By mouth (tablets, dissolving tablets, solution); IM (including a depot) |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 87%[1][2][3] |
Protein binding | >99%[1][2][3] |
Metabolism | Liver (mostly via CYP3A4 and 2D6[1][2][3]) |
Elimination half-life | 75 hours (active metabolite is 94 hours)[1][2][3] |
Excretion | Renal (27%; <1% unchanged), Faecal (60%; 18% unchanged)[1][2][3] |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.112.532 |
Chemical and physical data | |
Formula | C23H27Cl2N3O2 |
Molar mass | 448.385 g/mol |
3D model (JSmol) | |
SMILES
| |
InChI
| |
(what is this?) (verify) |
ଆରିପିପ୍ରାଜଲର ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, କୋଷ୍ଠକାଠିନ୍ୟ, ନିଦ୍ରାଳୁ, ମୁଣ୍ଡ ଓଜନିଆ, ଓଜନ ବୃଦ୍ଧି (weight gain) ଓ ଚଳପ୍ରଚଳ ଅସୁବିଧା (movement disorders) ହୋଇପାରେ ।[4] ସାଂଘାତିକ ପ୍ରତିକ୍ରିୟାରେ ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ (neuroleptic malignant syndrome), ଟାର୍ଡ଼ିଭ ଡିସକାଇନେସିଆ (tardive dyskinesia) ଓ ଆନାଫାଇଲାକ୍ସିସ (anaphylaxis) ହୋଇପାରେ ।[4] ବୟସ୍କ ଲୋକଙ୍କର ମୃତ୍ୟୁ ସଙ୍କଟ ଅଧିକ ରହେ ଓ ଡିମେନ୍ସିଆ (dementia) ଯୋଗୁ ଥିବା ସାଇକୋସିସ ରୋଗରେ ଦିଆଯାଏ ନାହିଁ ।[4] ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିବା ସମ୍ଭାବନା ଥାଏ ।[4][6] ସ୍ତନ୍ୟପାନ (breastfeeding) କରାଉଥିବା ମହିଳାଙ୍କୁ ଏହା ଦିଆଯାଏ ନାହିଁ ।[4] ଅଠର ବର୍ଷ ବୟସରୁ କମ୍ ଥିବା ପିଲାଙ୍କ ଉପରେ ଉତ୍ତମ ରୂପେ ଅନୁଶୀଳନ ହୋଇନାହିଁ ।[4] ଏହାର ସଠିକ୍ କାର୍ଯ୍ୟବିଧି ଅଜ୍ଞାତ ଥିଲେ ମଧ୍ୟ ଡୋପାମିନ୍ ଓ ସେରୋଟୋନିନ (serotonin) ଉପରେ ପ୍ରଭାବ ଥିବା ସମ୍ଭବ ହୋଇପାରେ ।[4]
ଆରିପିପ୍ରାଜଲ ସନ ୨୦୦୨ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ରରେ ସ୍ୱୀକୃତ ହୋଇଥିଲା ।[4] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[7] ସନ ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ସନ ୨୦୧୯ରେ ଏହାର ଏକ ମାସ ପିଛା ପ୍ରାୟ ୨.୭୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[7] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୧୦ ଆମେରିକୀୟ ଡଲାର ।[8] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୬ରେ ଏହାର ୫ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୧୩୧ତମ ସ୍ଥାନ ଗ୍ରହଣ କରିଥିଲା ।[9] ଓଟସୁକା ଫର୍ମାସିଉଟିକାଲର (Otsuka Pharmaceutical) ବୈଜ୍ଞାନିକମାନଙ୍କଦ୍ୱାରା ଆରିପିପ୍ରାଜଲ ଔଷଧ ଆବିଷ୍କାର କରାଯାଇଥିଲା ।[10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.