![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/7/75/ALS_Coronal.jpg/640px-ALS_Coronal.jpg&w=640&q=50)
ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍
From Wikipedia, the free encyclopedia
ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ (ଇଂରାଜୀରେ amyotrophic lateral sclerosis ସଂକ୍ଷେପରେ ALS, ଅନ୍ୟ ନାମ ଲାଓ ଗେହ୍ରିଗ ରୋଗ Lou Gehrig's disease ଓ ସାର୍କୋ ରୋଗ Charcot disease), ଏକ ନିର୍ଦ୍ଦିଷ୍ଟ ସ୍ନାୟ୍ୟ କ୍ଷୟକାରୀ ରୋଗ ଯେଉଁଥିରେ ସ୍ନାୟୁକ୍ଷୟ ହୋଇ ସ୍ନାୟୁମାନଙ୍କର ମୃତ୍ୟୁ ହୁଏ ।[1] ଇଂଲଣ୍ଡରେ ଏହି ରୋଗକୁ ମୋଟୋନିଉରନ୍ ରୋଗ (motor neurone disease ବା MND) କୁହାଯାଏ, [2] କିନ୍ତୁ ଅନ୍ୟମାନେ ସେହି ନାମକୁ ଗୋଟିଏ ଦଳର ନାମ ହିସାବରେ ବ୍ୟବହାର କରନ୍ତି ଯେଉଁଥିରେ ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ ଏକ ରୋଗ ଥାଏ । [3] ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ ରୋଗରେ ମାଂସପେଶୀ ଦୃଢ଼ ହୋଇଯାଏ, କ୍ଷଣିକ ପେଶୀ ସଂକୋଚନ ହୁଏ ଓ କ୍ରମଶଃ ପେଶୀ ପତଳା ହୋଇ ଦୁର୍ବଳ ହୋଇଯାଏ । ଏହା ଫଳରେ ଭଲରେ କଥା କହି ହୁଏନି ଓ କହିବା କଥା ସ୍ପଷ୍ଟ ହୁଏନି, ଗିଳିବାରେ ଅସୁବିଧା ହୁଏ ଓ କଷ୍ଟକର ଶ୍ୱାସକ୍ରିୟା ହୁଏ । [4]
ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ | |
---|---|
![]() An MRI with increased signal in the posterior part of the internal capsule which can be tracked to the motor cortex consistent with the diagnosis of ALS. | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | neurology[*] |
ଆଇସିଡ଼ି-୧୦ | G12.2 |
ଆଇସିଡ଼ି-୯-ସିଏମ୍ | 335.20 |
ଓଏମ୍ଆଇଏମ୍ | 105400 |
ରୋଗ ଡାଟାବେସ | 29148 |
ମେଡ଼ିସିନ-ପ୍ଲସ | 000688 |
ଇ-ମେଡ଼ିସିନ | neuro/14 emerg/24 pmr/10 |
Patient UK | ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ |
MeSH | D000690 |
ଏହି ରୋଗର କାରଣ ୯୦ରୁ ୯୫ % କେଶ୍ରେ ଅଜଣା ରହିଛି । [4] ୫ରୁ ୧୦ % ରୋଗୀର ପିତାମାତାଙ୍କଠାରୁ ବଂଶାନୁକ୍ରମିକ ଆସିଥାଏ । [5] ଏହି ଜେନେଟିକ୍ କେଶ୍ଗୁଡ଼ିକ ମଧ୍ୟରୁ ଅଧା ସଂଖ୍ୟାରେ ଦୁଇତି ନିର୍ଦ୍ଦିଷ୍ଟ ଜିନ୍ ଯୋଗୁ ହୋଇଥାଏ । ଏହା ଫଳରେ ଇଚ୍ଛାକୃତ ମାଂସପେଶୀକୁ ସଂଯୋଗ କରୁଥିବା ସ୍ନାୟୁମାନଙ୍କର ମୃତ୍ୟୁ ହୁଏ । ରୋଗୀର ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ ଅନ୍ୟାନ୍ୟ ରୋଗ ସମ୍ଭାବନାକୁ ଦୂରୀଭୁତ କରାଯାଏ । [6]
ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ ରୋଗ ଆରୋଗ୍ୟ ହୁଏନି । [4] ରିଲୁଜୋଲ୍ (Riluzole) ନାମକ ଏକ ଔଷଧ ଦେଲେ ୨ରୁ ୩ ମାସ ଆୟୁଷ ବଢ଼ିପାରେ । [7] ନନ୍ ଇନ୍ଭେସିଭ୍ ଭେଣ୍ଟିଲେସନ୍ଦ୍ୱାରା ଜୀବନଧାରାର କିଛି ଉନ୍ନତି ହୋଇପାରେ । [8] ଏହି ରୋଗ ପ୍ରାୟ ୬୦ ବର୍ଷ ବୟସରୁ ଆରମ୍ଭ ହୁଏ କିନ୍ତୁ ବଂଶାନୁଗତ ରୋଗ ଥିଲେ ୫୦ରୁ ଆରମ୍ଭ ହୋଇପାରେ । [5] ରୋଗ ଆରମ୍ଭ ପରେ ମୃତ୍ୟୁ ହେବାକୁ ୩ରୁ ୪ ବର୍ଷ ଲାଗେ । [9] ମାତ୍ର ୧୦ % ରୋଗୀ ୧୦ ବର୍ଷରୁ ଅଧିକ ବଞ୍ଚିପାରନ୍ତି । [4] ଅଧିକାଂଶ ଲୋକ ଶ୍ୱାସକ୍ରିୟା ବନ୍ଦ ଯୋଗୁ ମରିଯାଆନ୍ତି । ପୃଥିବୀରେ ଏହି ରୋଗ ହାର ଜଣାନାହିଁ । [5] ୟୁରୋପ ଓ ଆମେରିକାରେ ପ୍ରତିବର୍ଷ ଏକ ଲକ୍ଷ ଲୋକରେ ୨ଜଣ ଏହି ରୋଗ ଭୋଗନ୍ତି । [5][10]
ଚାର୍ଲ୍ସ ବେଲ୍ ୧୮୨୪ ମସିହାରେ ପ୍ରଥମେ ଏହି ରୋଗର ବର୍ଣ୍ଣନା କରିଥିଲେ । [11] ସନ ୧୮୬୯ରେ ଜିନ-ମାର୍ଟିନ ସାର୍କୋ (Jean-Martin Charcot) ଏହି ରୋଗର ଲକ୍ଷଣ ସହିତ ସ୍ନାୟୁଗତ ସମ୍ପର୍କ ଥିବା ଲେଖିଥିଲେ ଓ ୧୮୭୪ ମସିହାରେ ଏହାକୁ ଆମାୟୋଟ୍ରପିକ ଲାଟେରାଲ ସ୍କ୍ଲେରୋସିସ୍ ନାମକରଣ କରିଥିଲେ । [11] ଆମେରିକାର ପ୍ରସିଦ୍ଧ ବେସ୍ ବଲ୍ ଖେଳାଳୀ ଲୁଇ ଗେହରିଗ (Lou Gehrig) ଏହି ରୋଗରେ ପୀଡ଼ିତ ହେବାରୁ ସେ ଦେଶରେ ଏ ରୋଗ ସୁପରିଚିତ ହୋଇଗଲା, [1] ଓ ବିଂଶ ଶତାବ୍ଦୀରେ ସ୍ଟିଫେନ୍ ହକିଙ୍ଗ ବିଖ୍ୟାତ ହୋଇଗଲେ । [12] ସନ ୨୦୧୪ରେ ଇଣ୍ଟରନେଟରେ ଏକ ଭିଡିଓ ବରଫ ବାଲ୍ଟି ଚାଲେଞ୍ଜ (ice bucket challenge) ଭାଇରାଲ୍ ହୋଇ ଜନ ସଚେତନତା ଲାଭ କଲା । [13]