ଆମାଣ୍ଟାଡାଇନ ଏକ ଔଷଧ ଯାହା ଅନ୍ୟମାନଙ୍କ ମଧ୍ୟରେ ଗୋକୋଭ୍ରି ବ୍ରାଣ୍ଡ ନାମରେ ବିକ୍ରି ହୁଏ ଓ ଏହା ପାର୍କିନସନ ରୋ From Wikipedia, the free encyclopedia
ଆମାଣ୍ଟାଡାଇନ, (ଇଂରାଜୀ ଭାଷାରେ Amantadine) ଏକ ଔଷଧ ଯାହା ଅନ୍ୟମାନଙ୍କ ମଧ୍ୟରେ ଗୋକୋଭ୍ରି ବ୍ରାଣ୍ଡ ନାମରେ ବିକ୍ରି ହୁଏ ଓ ଏହା ପାର୍କିନସନ ରୋଗ ତଥା ଆଣ୍ଟିସାକୋଟିକ ଔଷଧ ସହିତ ସଂପୃକ୍ତ ହେଉଥିବା ଚଳପ୍ରଚଳ ବେମାରୀର ଚିକିତ୍ସା ନିମନ୍ତେ ଦିଆଯାଏ | ଏହା ବ୍ୟତୀତ ପୋଷ୍ଟ ହର୍ପେଟିକ ନିଉରାଲଜିଆ ଓ ଅନ୍ୟାନ୍ୟ ବ୍ୟବହାରରେ ମଲ୍ଟିପ୍ଲ ସ୍କ୍ଲେରୋସିସ୍ର ଥକ୍କାଣ ନିମନ୍ତେ ମଧ୍ୟ ଦିଆଯାଏ | [3] ପୂର୍ବରୁ ଏହା ଟାଇପ ଏ ଇନ୍ଫ୍ଲୁଏଞ୍ଜା ରୋଗର ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ବ୍ୟବହୃତ ହେଉଥିଲା; ୨୦୦୫ ମସିହାରେ ଏହାର ପ୍ରତିରୋଧ ବିକଶିତ ହେବା ଲକ୍ଷ କରାଯିବା ପରେ ଏହାର ବ୍ୟବହାର ଆଉ ସୁପାରିଶ କରାଯାଉ ନାହିଁ | [4] ଏହା ପାଟି ବାଟେ ନିଆଯାଏ | [4]
Clinical data | |
---|---|
Trade names | Gocovri, Symadine, Symmetrel, others |
Synonyms | 1-Adamantylamine |
AHFS/Drugs.com | monograph |
MedlinePlus | a682064 |
data |
|
Pregnancy category |
|
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 86–90%[1] |
Protein binding | 67%[1] |
Metabolism | Minimal (mostly to acetyl metabolites)[1] |
Elimination half-life | 10–31 hours[1] |
Excretion | Urine[1] |
Identifiers | |
IUPAC name
| |
ECHA InfoCard | 100.011.092 |
Chemical and physical data | |
Formula | C10H17N |
Molar mass | ୧୫୧.୨୫ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ଆମାଣ୍ଟାଡାଇନ୍ ସାଧାରଣତଃ ଭଲ ଭାବରେ ସହ୍ୟ କରିହୁଏ | [5] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡ ହାଲୁକା ଲାଗିବା ଏବଂ ଶୋଇବାରେ ଅସୁବିଧା ହୋଇପାରେ | [4] ଅନ୍ୟ ପାଶ୍ୱ ପ୍ରତିକ୍ରିୟାରେ ଗୋଡ଼ ଫୁଲା, ଶୁଖିଲା ପାଟି, କୋଷ୍ଠକାଠିନ୍ୟ, ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ, ଆତ୍ମହତ୍ୟା ବିଚାର, ଏବଂ ଦୃଷ୍ଟଭ୍ରମ (hallucinations) ହୋଇପାରେ । [6] ବୃକ୍କ ସମସ୍ୟା ଥିଲେ ଛୋଟ ଡୋଜ ଆବଶ୍ୟକ ହୁଏ । [4] ଗର୍ଭାବସ୍ଥା କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର ସୁପାରିଶ କରାଯାଏ ନାହିଁ। [7] ଏହା କିପରି କାର୍ଯ୍ୟ କରେ ତାହା ଅସ୍ପଷ୍ଟ, କିନ୍ତୁ ଡୋପାମାଇନ୍ ପ୍ରଭାବ ବୃଦ୍ଧି ସହିତ ଜଡ଼ିତ ବୋଲି ବିଶ୍ୱାସ କରାଯାଏ | [4]
୧୯୬୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଆମାଣ୍ଟାଡାଇନ୍ ଅନୁମୋଦିତ ହୋଇଥିଲା। [4] ଏହା ଏକ ସାଧାରନ ଔଷଧ ଭାବରେ ଉପଲବ୍ଧ । [7] ଯୁକ୍ତରାଜ୍ୟରେ ୧୦୦ ମିଗ୍ରାର ୫୬ଟି ଟାବଲେଟ୍ ନିମନ୍ତେ ଏନ୍ଏଚ୍ଏସ ମୂଲ୍ୟ ୨୦୨୦ ମସିହାରେ ପ୍ରାୟ ୩୬ ପାଉଣ୍ଡ ଥିଲା। [7] ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ ୨୩ ଡଲାର ଅଟେ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.