![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/2f/Apixaban.svg/langor-640px-Apixaban.svg.png&w=640&q=50)
ଆପିକ୍ସାବାନ
ରକ୍ତ ଜମାଟ ବାନ୍ଦିବା ରୋକିବା ପାଇଁ ଦିଆଯାଏ । / From Wikipedia, the free encyclopedia
ଆପିକ୍ସାବାନ, ଅନ୍ୟମାନଙ୍କ ମଧ୍ୟରେ ବେପାର ନାମ ଏଲିକ୍ୱିସ, ଏକ ଆଣ୍ଟିକୋଆଗୁଲାଣ୍ଟ ଔଷଧ ଯାହା ରକ୍ତ ଜମାଟ ବାନ୍ଧିବାକୁ ରୋକିବା ଓ ଚିକିତ୍ସା ପାଇଁ ଦିଆଯାଏ ଏବଂ ଅଣଭାଲୁଲାର୍ ଆଟ୍ରିଆଲ୍ ଫାଇବ୍ରିଲେସନ୍ (AF) ଥିବା ଲୋକଙ୍କଠାରେ ଷ୍ଟ୍ରୋକ୍ ରୋକିବା ପାଇଁ ବ୍ୟବହୃତ ହୁଏ | [1] [2] [3] ନିର୍ଦ୍ଦିଷ୍ଟ ଭାବରେ ପୂର୍ବ ଜମାଟ ବାନ୍ଧିବା ଇତିହାସ ଥିବା ରୋଗୀଙ୍କର ହିପ ଓ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ପରେ ରକ୍ତ ଜମାଟ ବାନ୍ଧିବା ବନ୍ଦ କରିବା ପାଇଁ ବ୍ୟବହୃତ ହୁଏ | [4] ଏହା ୱାର୍ଫାରିନର ବିକଳ୍ପ ଭାବରେ ବ୍ୟବହୃତ ହୁଏ ଏବଂ ରକ୍ତ ପରୀକ୍ଷା କରି ଯାଞ୍ଚ କରିବା ଆବଶ୍ୟକ ହୁଏ ନାହିଁ। [4] ଏହା ପାଟିରେ ଦିଆଯାଏ | [4]
![]() | |
![]() | |
Clinical data | |
---|---|
Trade names | Eliquis, others |
Synonyms | BMS-562247-01 |
AHFS/Drugs.com | monograph |
MedlinePlus | a613032 |
data | |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | ~50% |
Protein binding | ~87% |
Metabolism | CYP3A4, CYP3A5, CYP1A2 and others |
Elimination half-life | 9–14 h |
Excretion | Bile (75%), kidney (25%) |
Identifiers | |
IUPAC name
| |
ECHA InfoCard | 100.167.332 ![]() |
Chemical and physical data | |
Formula | C25H25N5O4 |
Molar mass | 459.497 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ଏବଂ ବାନ୍ତି ହୋଇପାରେ | [1] [2] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମେରୁଦଣ୍ଡ ଚାରିପାଖରେ ରକ୍ତସ୍ରାବ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ | [4] ଗର୍ଭାବସ୍ଥା କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର ସୁପାରିଶ କରାଯାଏ ନାହିଁ | [5] ସାମାନ୍ୟ ବୃକ୍କ ସମସ୍ୟାରେ ବ୍ୟବହାର ଅପେକ୍ଷାକୃତ ନିରାପଦ ମନେହୁଏ | [5] ୱାରଫାରିନ ତୁଳନାରେ ଏହାର ଅନ୍ୟାନ୍ୟ ଔଷଧ ସାଥିରେ କମ ପ୍ରତିକ୍ରିୟା ହୁଏ | [6] ଏହା ଏକ ସଳଖ ଫ୍ୟାକ୍ଟର ଏକ୍ସଏ ଇନହିବିଟର । [4]
ମଇ ୨୦୧୧ ମସିହାରେ ୟୁରୋପୀୟ ୟୁନିଅନରେ ଏବଂ ଆମେରିକାରେ ଓ ଡିସେମ୍ଭର୨୦୧୨ ମସିହାରେ ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା ।[6] [7] [1] ଯୁକ୍ତରାଜ୍ୟରେ ଏହାର ଏକ ମାସର ଯୋଗାଣ ଖର୍ଚ୍ଚ ୨୦୨୦ରେ ୫୩ ପାଉଣ୍ଡ ଥିଲା ।[2] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୪୨୭ ଡଲାର ଅଟେ । [8]୨୯୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏହା ୯୩ତମ ସାଧାରଣତ ପ୍ରେସକ୍ରିପସନ୍ ଔଷଧ ଥିଲା ଯେଉଁଥିରେ ଆଠ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା।[9] [10] ଡିସେମ୍ବର ୨୦୧୯ ରେ, ଜେନେରିକ୍ ସଂସ୍କରଣ ଯୁକ୍ତରାଷ୍ଟ୍ରରେ ଅନୁମୋଦିତ ହୋଇଥିଲା | [3]