From Wikipedia, the free encyclopedia
ମାନସିକ ଅରୁଚି, (ଇଂରାଜୀ ଭାଷାରେ ଆନୋରେକସିଆ ନର୍ଭୋସା) ବା କେବଳ ଅରୁଚି [1] ଏକ ଖାଇବା ବେମାରୀ ଯେଉଁଥିରେ ରୋଗୀର କମ ଓଜନ, ଓଜନ ବୃଦ୍ଧିର ଡର, ପତଳା ରହିବାର ଉଦ୍ଦାମ ଇଚ୍ଛା ଓ ସୀମିତ ଖାଦ୍ୟ ଥାଏ । [2] ଏହି ଭଳି ରୋଗୀ ଅନେକ ସମୟରେ ନିଜକୁ ଅତ୍ୟଧିକ ଓଜନର ଲୋକ ଭାବନ୍ତି ଯଦିଓ ସେମାନଙ୍କର ଓଜନ କମ ଥାଏ । [2][3] ଅଳ୍ପ ଓଜନ ଯୋଗୁ କିଛି ଅସୁବିଧା ହେଉଥିବା କଥା ସେମାନେ ମନା କରନ୍ତି । [4] ଅଧିକାଂଶ ସମୟରେ ସେମାନେ ନିଜର ଓଜନ ଦେଖନ୍ତି, ଅଳ୍ପ ପରିମାଣର ଖାଦ୍ୟ ଓ କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ ଖାଆନ୍ତି । ନିଜର ଓଜନ କମେଇବା ନିମନ୍ତେ ଅତ୍ୟଧିକ ବ୍ୟାୟାମ କରନ୍ତି, ବାନ୍ତି କରନ୍ତି ଓ ଝାଡ଼ାକରେଇବା ଔଷଧ ଖାଆନ୍ତି । ଏହି ରୋଗ ଜଟିଲ ହୋଇ ଓଷ୍ଟିଓପୋରୋସିସ, ବନ୍ଧ୍ୟାଦୋଷ ଓ ହୃତ୍ପିଣ୍ଡ ରୋଗ ହୋଇପାରେ । [2] ମହିଳାମାନଙ୍କର ଋତୁବନ୍ଦ ହୋଇଯାଇପାରେ । [4]
କୌଣସି ଅଜ୍ଞାତ କାରଣରୁ ଏହି ରୋଗ ହୁଏ । ଆଇଡେଣ୍ଟିକାଲ ଯମଜ ପିଲାଙ୍କଠାରେ ଏହି ରୋଗ ଅଧିକ ଦେଖାଯାଉଥିବାରୁ କୌଣସି ଜେନେଟିକ ପ୍ରଭାବ ଥିବା ଅନୁମାନ କରାଯାଏ । [3] ସାଂସ୍କୃତିକ କାରକର ମଧ୍ୟ ଏକ ଭୂମିକା ଥିବା ମନେହେଉଛି, ପତଳା ଶରୀରକୁ ସମାଜରେ ପ୍ରଶଂସା କରୁଥିଲେ ମଧ୍ୟ ଏହା ବେମାରୀ ସୃଷ୍ଟି କରେ । [4] ଅଧିକନ୍ତୁ ଏହା ଉଚ୍ଚ ସ୍ତରୀୟ ଆଥଲେଟିକ କାର୍ଯ୍ୟକ୍ରମରେ ଯେପରିକି ମଡେଲିଙ୍ଗ ଓ ନାଚରେ ଆବଶ୍ୟକ ହେଉଥିବାରୁ ଏହି ରୋଗ ସମ୍ଭାବନା ବଢ଼ିଯାଏ । [4][5] ମାନସିକ ଚାପ ପରେ ଜୀବନଶୈଳୀ ପରିବର୍ତ୍ତନ ହୋଇ ଅରୁଚି ଆରମ୍ଭ ହୁଏ । ଏହି ରୋଗ ନିର୍ଣ୍ଣୟ କରିବା ନିମନ୍ତେ ରୋଗୀର ଉଲ୍ଲେଖନୀୟ କମ ଓଜନ ଥିବା ଆବଶ୍ୟକ । ଏହାର ଗମ୍ଭୀରତା ମାପ ନିମନ୍ତେ ମାନକ ସ୍ଥିର କରାଯାଇଛି: ସାମାନ୍ୟ ରୋଗରେ ବଡି ମାସ ଇଣ୍ଡେକ୍ସ (ବିଏମଆଇ) ୧୭ରୁ ବେଶି, ମଧ୍ୟମ ରୋଗରେ ୧୬ରୁ ୧୭, ଗମ୍ଭୀର ରୋଗରେ ୧୫ରୁ ୧୬ ଓ ଚରମ ରୋଗରେ ୧୫ରୁ କମ । ପିଲାଙ୍କ କ୍ଷେତ୍ରରେ ବୟସ ଅନୁପାତରେ ପରସେଣ୍ଟାଇଲ ହିସାବ କରାଯାଏ ଓ ୫ ପରସେଣ୍ଟାଇଲରୁ କମ ହିସାବକୁ ନିଆଯାଏ । [4]
ମାନସିକ ସମସ୍ୟା, ଓଜନ ବୃଦ୍ଧି ଓ ବ୍ୟବହାର ଉନ୍ନତିକରଣ ସାହାଯ୍ୟରେ ଏହି ରୋଗ ଚିକିତ୍ସା କରାଯାଏ । ଔଷଧଦ୍ୱାରା ଓଜନ ବୃଦ୍ଧି ହୁଏ ନାହିଁ, କିନ୍ତୁ ଉତ୍କଣ୍ଠା ବା ଅବସାଦ ଦୂର କରାଯାଇପାରେ । [2] ଅନେକ ପ୍ରକାରର ଥେରାପି ଦିଆଯାଇପାରେ ବିଶେଷତଃ ପିତାମାତା ଦାୟିତ୍ୱ ନେଇ ଖୁଆଇବାକୁ ଚେଷ୍ଟା କରିବା ନିମନ୍ତେ ଦୁଇ ପ୍ରକାର ଥେରାପି ଅଛି ଯଥା:- ମଡସ୍ଲି ଫ୍ୟାମିଲି ଥେରାପି ଓ କଗନିଟିଭ ବିହେଭିଅରାଲ ଥେରାପି । [2][6] ଓଜନ ବୃଦ୍ଧି କରିବା ନିମନ୍ତେ ଅନେକ ସମୟରେ ରୋଗୀକୁ ଡାକ୍ତରଖାନାରେ ଆଡମିସନ କରିବା ଆବଶ୍ୟକ ହୁଏ । [4] ନାସାପାକସ୍ଥଳି ନଳି ମାଧ୍ୟମରେ ଦିଆଯାଉଥିବା ଖାଦ୍ୟର ଉପକାରୀତା ବିଷୟରେ ମିଳୁଥିବା ପ୍ରମାଣ ନିଃସନ୍ଦେହ ନୁହେଁ । [7] କେତେକ ଲୋକ ଥରେ ଏହି ରୋଗର ଶିକାର ହୋଇ ଭଲ ହୋଇଯାଆନ୍ତି ଓ କେତେକ ରୋଗୀ ଅନେକ ଥର ଶିକାର ହୁଅନ୍ତି । [4] ଓଜନ ବୃଦ୍ଦି ସଙ୍ଗେ ସଙ୍ଗେ ଏ ରୋଗର ଜଟିଳତା ଉପଶମ ହୁଏ ବା ଆରୋଗ୍ୟ ହୁଏ । [4]
ସାରା ପୃଥିବୀରେ ଅରୁଛି ରୋଗ ସନ ୨୦୧୩ରେ ପ୍ରାୟ ୨ ନିୟୁତ ଲୋକଙ୍କର ଥିଲା । [8] ପଶ୍ଚିମ ଦେଶମାନଙ୍କରେ ମହିଳାମାନଙ୍କ ମଧ୍ୟରୁ 0.୯%ରୁ ୪.୩% ଓ ପୁରୁଷମାନଙ୍କ ମଧ୍ୟରୁ 0.୨%ରୁ 0.୩% ଲୋକ ଜୀବନରେ କୌଣସି ନା କୌଣସି ସମୟରେ ଏହି ରୋଗର ଶିକାର ହୁଅନ୍ତି । of men in Western countries at some point in their life.[9] ବର୍ଷର ଯେ କୌଣସି ସମୟରେ ପ୍ରାୟ 0.୪% ଯୁବତୀ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ଓ ପୁରୁଷମାନେ ଏହାଠାରୁ ୧୦ ଗୁଣା କମ ଆକ୍ରାନ୍ତ ହୁଅନ୍ତି । [9][4] ବିକାଶଶୀଳ ଦେଶମାନଙ୍କରେ ଏହି ରୋଗ ହାର ଜଣାଯାଇ ନାହିଁ । [4] କିଶୋରୀ ବୟସରେ (ଇଂରାଜୀରେ ଟିନ୍ ବୟସ) ବା ଅଳ୍ପ ବୟସ୍କ ଯୁବତୀମାନଙ୍କର ଏହି ରୋଗ ହୁଏ । [2] ବିଂଶ ଶତାବ୍ଦୀରେ ଏହି ରୋଗ ହାର ବଢ଼ିଯିବାର କାରଣ ଅସ୍ପଷ୍ଟ, ଏହା ଅଧିକ ରୋଗ ହେବା ହେତୁ ବା ଉନ୍ନତ ରୋଗ ନିର୍ଣ୍ଣୟ ପଦ୍ଧତି ଯୋଗୁ ସମ୍ଭବ ହେଲା ତାହା ଜଣାଯାଇ ନାହିଁ ।[3] ସନ ୧୯୯୦ରେ ଏହା ଯୋଗୁ ୪୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ବଢ଼ିଯାଇ ୬୦୦ ମୃତ୍ୟୁ ହୋଇଥିଲା ।[10] ଏହାର କେତେକ ଆନୁସଙ୍ଗିକ କାରଣ ଯୋଗୁ ମଧ୍ୟ ମୃତ୍ୟୁ ହୋଇପାରେ ଯେପରିକି ଆତ୍ମହତ୍ୟା । [2][9] ଏହି ରୋଗ ଜନିତ ଜଟିଳତା କାରଣରୁ ୧୦ ବର୍ଷ ସମୟରେ ପ୍ରାୟ ୫ % ଲୋକ ମୃତ୍ୟୁ ବରଣ କରନ୍ତି । [4] ସର୍ବ ପ୍ରଥମେ ଏହି ରୋଗ ବିଷୟରେ ବର୍ଣ୍ଣନା କରି ସନ ୧୮୭୩ରେ ଉଇଲିଅମ ଗଲ ଏହାର ଆନୋରେକସିଆ ନର୍ଭୋସା ନାମକରଣ କରିଥିଲେ ।[11]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.