ଆଟ୍ରିଆଲ ସେପ୍ଟାଲ ଡିଫେକ୍ଟ ଏକ ଜନ୍ମଗତ ହୃତ୍ପିଣ୍ଡ ତୃଟି ଯେଉଁଥିରେ ଦୁଇ ଆଟ୍ରିଅମ ମଧ୍ୟରେ ଥିବା କାନ୍ଥ ବା ସେ From Wikipedia, the free encyclopedia
ଆଟ୍ରିଆଲ ସେପ୍ଟାଲ ଡିଫେକ୍ଟ (ଇଂରାଜୀ ଭାଷାରେ Atrial septal/ ASD) ଏକ ଜନ୍ମଗତ ହୃତ୍ପିଣ୍ଡ ତୃଟି ଯେଉଁଥିରେ ଦୁଇ ଆଟ୍ରିଅମ ମଧ୍ୟରେ ଥିବା କାନ୍ଥ ବା ସେପ୍ଟମରେ ଗୋଟିଏ ଛିଦ୍ର ଥାଏ । [3] ସାଧାରଣତଃ ଏହାର କୌଣସି ଲକ୍ଷଣ ନଥାଏ, ଯଦିଓ ବ୍ୟାୟାମ କରିବାର କ୍ଷମତା କମ୍ ଥାଏ ଏବଂ ପରବର୍ତ୍ତୀ ଜୀବନରେ ଅଣନିଶ୍ୱାସ ହୋଇପାରେ | [2] ରୋଗ ଜଟିଳ ହେଲେ ଷ୍ଟ୍ରୋକ, ଅନିୟମିତ ହୃତ୍ ସ୍ପନ୍ଦନ, ପଲମୋନାରି ହାଇପରଟେନସନ ଏବଂ ହୃଦ୍ପାତ ହୋଇପାରେ । [1]
Atrial septal defect | |
---|---|
ଉଚ୍ଚାରଣ |
|
ବିଭାଗ | Cardiac surgery |
ଲକ୍ଷଣ | None, poor ability to exercise, [shortness of breath]][2] |
ଆକ୍ରାନ୍ତ ସମୟ | Present at birth[1] |
କାରଣ | Generally unknown[1] |
ବିପଦ କାରକ | Down syndrome infection with rubella during pregnancy, exposure to alcohol or cocaine during pregnancy[2] |
ରୋଗ ନିର୍ଣ୍ଣୟ ପଦ୍ଧତି | Ultrasound of the heart[2] |
ସଠିକ ରୋଗ ନିର୍ଣ୍ଣୟ | Ventricular septal defect, truncus arteriosus, total anomalous pulmonary venous return[2] |
ଚିକିତ୍ସା | Observation, surgery[2] |
ପୁନଃପୌନିକ | 16 per 10,000 newborns[2] |
ଏହାର କାରଣ ସାଧାରଣତଃ ଜଣା ପଡ଼ିନାହିଁ | [1] ସଙ୍କଟ କାରକ ମଧ୍ୟରେ କେତେକ ଜେନେଟିକ ସିଣ୍ଡ୍ରୋମ ଯେପରିକି ଡାଉନ୍ ସିଣ୍ଡ୍ରୋମ, ଗର୍ଭାବସ୍ଥାରେ ରୁବେଲା ସଂକ୍ରମଣ ଏବଂ ଗର୍ଭାବସ୍ଥାରେ ମଦ୍ୟପାନ କିମ୍ବା କୋକେନର ସଂସ୍ପର୍ଶରେ ଆସିବା ଯୋଗୁ ଏହି ଅବସ୍ଥା ସୃଷ୍ଟି ହୋଇପାରେ | [2] ସାଧାରଣତଃ ଶିଶୁର ଆଦ୍ୟ ବିକାଶ ସମୟରେ ହୃତ୍ପିଣ୍ଡର ଉପରିସ୍ଥ କେଠାରୀଗୁଡ଼ିକ ମଧ୍ୟରେ ଏକ ଛିଦ୍ର ଥାଏ ଯାହା ସାଧାରଣତଃ ଗର୍ଭ ସମୟରେ କିମ୍ବା ଜନ୍ମ ପରେ ପରେ ବନ୍ଦ ହୋଇଯାଏ । [1] ହୃତ୍ପିଣ୍ଡର ଅଲଟ୍ରାସାଉଣ୍ଡ କରି ଏହି ଅବସ୍ଥା ନିର୍ଣ୍ଣୟ କରାଯାଏ | [2] ଆଟ୍ରିଆଲ ସେପ୍ଟାଲ ଡିଫେକ୍ଟ ସ୍ୱତନ୍ତ୍ର ଭାବରେ ବା ଅନ୍ୟାନ୍ୟ ତୃଟି ସହିତ ଥାଏ | [4]
ଆଟ୍ରିଆଲ୍ ସେପ୍ଟାଲ୍ ଡିଫେକ୍ଟର ଆକାର ଛୋଟ (୫ ମିମିରୁ କମ୍) ଥିଲେ ସାଧାରଣତଃ ବାଲ୍ୟକାଳରେ ସ୍ୱତଃପ୍ରବୃତ୍ତ ଭାବରେ ବନ୍ଦ ହୋଇଯାଏ | [2] ସ୍ୱତଃପ୍ରବୃତ୍ତ ଭାବରେ ବଡ଼ ତ୍ରୁଟି ବନ୍ଦ ହୁଏ ନାହିଁ ଓ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ | [2] ପ୍ରତି ୧୦,୦୦୦ ଜୀବନ୍ତ ଜନ୍ମରେ ପ୍ରାୟ ୧୬ ଜଣଙ୍କର ଏହି ତୃଟି ଥିବା ପରିଲକ୍ଷିତ ହୁଏ | [2] ଏହାର ପ୍ରାରମ୍ଭିକ ବର୍ଣ୍ଣନା ଲିଓନାର୍ଡୋ ଦା ଭିନ୍ସି (୧୪୫୨-୧୫୧୯) କରିଥିଲେ | [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.