![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/2a/Azathioprine.svg/langor-640px-Azathioprine.svg.png&w=640&q=50)
ଆଜାଥାଇଓପ୍ରିନ
From Wikipedia, the free encyclopedia
ଆଜାଥାଇଓପ୍ରିନ (ଇଂରାଜୀ ଭାଷାରେ Azathioprine ବା AZA), ବିକ୍ରୟ ନାମ ଇମୁରାନ/Imuran) ଏକ ଇମ୍ମ୍ୟୁନୋସପ୍ରେସାଣ୍ଟ ଔସଧ (immunosuppressive medication) ରିଉମାଟଏଡ ଆର୍ଥ୍ରାଇଟିସ, କ୍ରନ୍ ରୋଗ, ଅଲସରେଟିଭ କୋଲାଇଟିସ ରୋଗମାନଙ୍କ ଚିକିତ୍ସାରେ ଓ ବୃକ୍କ ପ୍ରତିରୋପଣ (kidney transplant) ପରେ ପ୍ରତିରୋପଣ ପରିତ୍ୟାଗ (rejection) ନକରିବା ନିମନ୍ତେ ଏହି ଔଷଧ ଦିଆଯାଏ ।[2][3] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injected into a vein) ଆକାରରେ ଦିଆଯାଏ ।[3]
![]() | |
![]() | |
Clinical data | |
---|---|
Pronunciation | /ˌæzəˈθaɪəˌpriːn/[1] |
Trade names | Azasan, Imuran and others |
AHFS/Drugs.com | monograph |
MedlinePlus | a682167 |
data |
|
Pregnancy category |
|
Routes of administration | Mainly by mouth (sometimes initially intravenous) |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 60±31% |
Protein binding | 20–30% |
Metabolism | Activated non-enzymatically, deactivated mainly by xanthine oxidase |
Elimination half-life | 26–80 minutes (azathioprine) 3–5 hours (drug plus metabolites) |
Excretion | Kidney, 98% as metabolites |
Identifiers | |
IUPAC name
| |
CAS Number |
|
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.006.525 ![]() |
Chemical and physical data | |
Formula | C9H7N7O2S |
Molar mass | 277.263 g/mol |
3D model (JSmol) | |
Melting point | 238 to 245 °C (460 to 473 °F) |
SMILES
| |
InChI
| |
(verify) |
ଆଜାଥାଇଓପ୍ରିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ (bone marrow suppression) ଓ ବାନ୍ତି (vomiting) ହୋଇପାରେ । ଥାଇଓପ୍ୟୁରିନ ଏସ-ମିଥାଇଲଟ୍ରନ୍ସଫରେଜର (thiopurine S-methyltransferase) ଜେନେଟିକ ଅଭାବ (genetic) ଥିଲେ ଏହି ଅସ୍ଥିମଜ୍ଜା ଦମନ ହୁଏ । ଅଧିକ ଲିମ୍ଫୋମା ରୋଗ ସଙ୍କଟ ମଧ୍ୟ ରହିପାରେ । ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିପାରେ ।[3] ଏହା ଏକ ପ୍ୟୁରିନ ଆନାଲଗ (purine analogue) ଓ ଆଣ୍ଟିମେଟାବୋଲାଇଟର (antimetabolite) ଔଷଧ । ଜୀବକୋଷରେ ଡିଏନଏ (DNA) ଓ ଆରଏନଏ (RNA) ତିଆରିକୁ ଏହି ଔଷଧ ୬-ଥାଇଓଗୁଆନିନ (6-thioguanine) ମାଧ୍ୟମରେ ଭାଙ୍ଗିଦିଏ ।[3][4]
ଆଜାଥାଇଓପ୍ରିନ ପ୍ରଥମେ ସନ ୧୯୫୭ରେ ତିଆରି ହୋଇଥିଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ୭.୬୩ରୁ ୧୭.୧୯ ଆମେରିକୀୟ ଡଲାର ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୩୫.୩୪ ଆମେରିକୀୟ ଡଲାର ।[7]