ଆଘ୍ରାଣହାନୀ ରୋଗରେଏକ ବା ଏକାଧିକ ଗନ୍ଧ ଚିହ୍ନଟ କରିବାର କ୍ଷମତା ନଷ୍ଟ ହୋଇଯାଏ | From Wikipedia, the free encyclopedia
ଆଘ୍ରାଣହାନୀ (ଇଂରାଜୀ ଭାଷାରେ anosmia) ରୋଗରେଏକ ବା ଏକାଧିକ ଗନ୍ଧ ଚିହ୍ନଟ କରିବାର କ୍ଷମତା ନଷ୍ଟ ହୋଇଯାଏ | [1] [2] ଏହା ଅସ୍ଥାୟୀ କିମ୍ବା ସ୍ଥାୟୀ ହୋଇପାରେ | [3] କେତେକ ମାମଲା ଜନ୍ମ ସମୟରେ ଉପସ୍ଥିତ ଥିବାବେଳେ ଅନ୍ୟଗୁଡିକ ଜୀବନରେ ଅର୍ଜନ କରାଯାଇଥାଏ | [3] କ୍ଷତିକାରକ ଗନ୍ଧ ଚିହ୍ନଟ କରିବାରେ ଅକ୍ଷମତା ବିପଜ୍ଜନକ ହୋଇପାରେ ଏବଂ ଖାଦ୍ୟର ଉପଭୋଗ ପ୍ରଭାବିତ ହୋଇପାରେ। [3]
Anosmia, smell blindness,[1] odor blindness | |
ଉଚ୍ଚାରଣ |
|
---|---|
ବିଭାଗ | Otorhinolaryngology |
ଲକ୍ଷଣ | Loss of the ability to detect one or more odors[1][2] |
କାରଣ | Blockage of the noses, dysfunction of the neurons involved with smell[3] |
ସଠିକ ରୋଗ ନିର୍ଣ୍ଣୟ | Hyposmia, parosmia, phantosmia[3] |
ଚିକିତ୍ସା | Depends on the underlying cause[3] |
ପୁନଃପୌନିକ | 3 to 20% of those over 40 years[3][4] |
ପ୍ରାୟ ୫୦%ରୁ ୭୦% ରୋଗୀଙ୍କର ନାକ ଅବରୋଧ ହେତୁ ହୋଇଥାଏ, ଯେପରିକି ପ୍ରଦାହ କିମ୍ବା ନାକ ପଲିପ୍ | [3] ମୁଣ୍ଡ ଆଘାତ, ଅର୍ବୁଦ, ବାର୍ଦ୍ଧକ୍ୟ, ବିଷାକ୍ତ ପଦାର୍ଥ କିମ୍ବା କେତେକ ଜେନେଟିକ୍ ଅବସ୍ଥା ହେତୁ ନିଉରନ ପ୍ରଭାବିତ ହୋଇ କେତେକ ମାମଲା ହୋଇଥାଏ | [3] କୋଭିଡ-୧୯ର ଏକ ଲକ୍ଷଣ ମଧ୍ୟ ହୋଇପାରେ, ବିଶେଷତଃ ସାମାନ୍ୟ ସଂକ୍ରମଣର ପ୍ରାରମ୍ଭରେ | [5] ଏହାର ମୂଳ କାରଣ ନିର୍ଣ୍ଣୟ କରିବା ଅନ୍ୟ ଲକ୍ଷଣ ଏବଂ ପରୀକ୍ଷାକୁ ଧ୍ୟାନରେ ରଖାଯାଏ । [3] କେତେକ କେନ୍ଦ୍ରରେ ଅଧିକ ବିସ୍ତୃତ ବିଶ୍ଳେଷଣ କରିବାର କ୍ଷମତା ଥାଏ | [3] ହାଇପୋସ୍ମିଆଠାରୁ ଏହା ଭିନ୍ନ ଯାହା କିଛି ବା ସମସ୍ତ ଗନ୍ଧ ପ୍ରତି ସମ୍ବେଦନଶୀଳତା ହ୍ରାସ କରିଥାଏ | [2]
ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [3] ଅନେକ କ୍ଷେତ୍ରେ ସ୍ଟିରଏଡ ନାକ ସ୍ପ୍ରେ ଏହି ରୋଗ ଉପଶମ କରିପାରେ ।[3] କିଛି ସାଇନସ୍ ସମସ୍ୟା ଥଲେ ଅସ୍ତ୍ରୋପଚାର ଏକ ବିକଳ୍ପ ହୋଇପାରେ | [3] ନିଉରନ ଗୁଡ଼ିକର ଅକ୍ଷମତା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ, ଯଦିଓ କିଛି ମାମଲା କିଛି ଦିନ ବା ବର୍ଷ ମଧ୍ୟରେ ଉନ୍ନତ ହୋଇପାରେ | [3]
ଚାଳିଶ ବର୍ଷ ବୟସରୁ ଅଧିକ ବୟସ୍କ ଲୋକଙ୍କ ମଧ୍ୟରୁ ପ୍ରାୟ ୩ରୁ ୨୦% ଲୋକ ଏହି ରୋଗଦ୍ୱାରା ପ୍ରଭାବିତ ହୁଅନ୍ତି | [3] [4]ସାଧାରଣତଃ ବୟସ ବୃଦ୍ଧି ସହିତ ରୋଗ ଅଧିକ ହୁଏ; ୮୦ ବର୍ଷ ବୟସ ଉପରେ ଥିବା ଲୋକଙ୍କ ମଧ୍ୟରୁ 40% ଲୋକ ପ୍ରଭାବିତ ହୋଇପାରନ୍ତି । [3] ମୁଣ୍ଡ ଆଘାତ ଯୋଗୁ ଲଣ୍ଡନରେ ୧୮୬୪ ମସିହାରେ ଗନ୍ଧହାନୀର ଏକ ମାମଲା ହୁଘଲିଙ୍ଗ ଜାକସନ ରିପୋର୍ଟ କରିଥିଲେ |[6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.