From Wikipedia, the free encyclopedia
ଅଳ୍ପତାପ (ଇଂରାଜୀରେ Hypothermia) ଶବ୍ଦ ଗ୍ରୀସ ଭାଷାରୁ (Greek ὑποθερμία) ନିଆଯାଇଛି ଯାହାର ଅର୍ଥ ଶରୀର ଅଭ୍ୟନ୍ତରର ଉତ୍ତାପ ୩୫.୦୦ ସେ.ରୁ କମ । ଏହାର ଲକ୍ଷଣ ଉତ୍ତାପ ଉପରେ ନିର୍ଭର କରେ । ସାମାନ୍ୟ ଅଳ୍ପତାପ ହୋଇଥିଲେ କମ୍ପ (shivering) ଓ ମାନସିକ ଅସଂଗତି ବା କନ୍ଫ୍ୟୁଜନ (confusion) ହୁଏ । ମଧ୍ୟମ ଅଳ୍ପତାପ ହେଲେ କମ୍ପ ବନ୍ଦ ହୋଇଯାଏ ଓ ମାନସିକ ଅସଂଗତି ବଢ଼ିଯାଏ । ସାଙ୍ଘାତିକ ଅଳ୍ପତାପ ହେଲେ ପାରାଡକ୍ସିକାଲ ଅନଡ୍ରେସିଙ୍ଗ ହୁଏ ଯେଉଁ ଅବସ୍ଥାରେ ଲୋକ ନିଜ ଲୁଗା ଫିଙ୍ଗି ଦିଏ ଓ ହୃତ୍ସ୍ପନ୍ଦନ ବନ୍ଦ ହୋଇଯାଏ ।[1]
ଅଳ୍ପତାପ ରୋଗର ଦୁଇଟି ମୂଖ୍ୟ କାରଣ ଥାଏ । ସ୍ୱାଭାବିକ ଭାବରେ ଅତ୍ୟଧିକ ଥଣ୍ଡା ସଂସ୍ପର୍ଶରେ ଆସିଲେ ଏହି ରୋଗ ହୁଏ ।[2] କୌଣସି କାରଣ ବଶତଃ ଦେହର ଉତ୍ତାପ ସୃଷ୍ଟି କମିଗଲେ ବା ଅଧିକ ଉତ୍ତାପ କ୍ଷୟ ହେଲେ ମଧ୍ୟ ଏହା ହୁଏ ।[2] ଅନ୍ୟାନ୍ୟ କାରଣ ମଧ୍ୟରେ ସାଧାରଣତଃ ଅତ୍ୟଧିକ ମଦନିଶା, ବୟସାଧିକ୍ୟ, ଅରୁଚି ଓ କମ ରକ୍ତଶର୍କରା ଥିଲେ ହୁଏ ।[2][1] ଦେହ ଉତ୍ତାପ ଥର୍ମୋରେଗୁଲେସନଦ୍ୱାରା ଏକ ନିର୍ଦ୍ଦିଷ୍ଟ ମାନରେ ସ୍ଥିର ରହେ ।[1] ଦେହ ଉତ୍ତାପ ବଢ଼ାଇବା ନିମନ୍ତେ କମ୍ପ, ଅଧିକ ସ୍ୱେଚ୍ଛାକୃତ କର୍ମ କରିବା ଓ ଉଷୁମ ଲୁଗା ଘୋଡ଼େଇ ହେବା ଦରକାର ହୁଏ ।[1][3] ଲୋକର ଲକ୍ଷଣ ଓ ସଙ୍କଟପ୍ରଦ ଅବସ୍ଥା ଦେଖି ବା ଦେହର ଆଭ୍ୟନ୍ତରୀଣ(କୋର୍) ଉତ୍ତାପ ମାପି ଅଳ୍ପତାପ ରୋଗ ନିର୍ଣ୍ଣୟ କରାଯାଏ ।[1]
ଉଷୁମ ପାନୀୟ, ଗରମ କପଡ଼ା ଓ ସକ୍ରିୟ ରହିବା ଏହି ରୋଗର ଉପଚାର ଅଟେ । ମଧ୍ୟମ ଅଳ୍ପତାପ ଥିଲେ ରୋଗୀକୁ ଉଷୁମ କମ୍ବଳ ଘୋଡ଼େଇ ଶୀରାମାଧ୍ୟମ ତରଳ ପଦାର୍ଥ ଦେବାକୁ ଉପଦେଶ ଦିଆଯାଏ । ମଧ୍ୟମ ଓ ସାଂଙ୍ଘାତିକ ରୋଗୀକୁ ଧୀରେ ଧୀରେ ଘୁଞ୍ଚେଇବା ଉଚିତ । ସାଙ୍ଘାତିକ ହୋଇଥିଲେ ଏକ୍ସଟ୍ରାକର୍ପୋରିଆଲ ମେମ୍ବ୍ରେନ ଅକ୍ସିଜେନେସନ (ECMO) କିମ୍ବା କାର୍ଡ଼ିଓପଲମୋନାରୀ ବାଇପାସ ଚିକିତ୍ସା ଉପକାରୀ ହୁଏ । ଏହି ରୋଗୀର ନାଡ଼ି ବନ୍ଦ ଥିଲେ ଉପରୋକ୍ତ ଉପଚାର ସହିତ କାର୍ଡ଼ିଓପଲମୋନାରୀ ରିସସିଟେସନ (ସିପିଆର) କରାଯାଏ । ଏହି ବ୍ୟବସ୍ଥା ୩୨୦ ସେ. ଉତ୍ତାପ ବଢ଼ିବା ପର୍ଯ୍ୟନ୍ତ ଚାଲୁରହେ । ଯଦି ଏହି ଉପଚାରଦ୍ୱାରା କିଛି ଉନ୍ନତି ନ ହୁଏ ବା ରକ୍ତ ପଟାସିଅମ ୧୨ ମି.ମୋଲ/ଲିଟରରୁ ଅଧିକ ରହେ ତେବେ ରିସସିଟେସନ ବନ୍ଦ କରିଦିଆଯାଏ ।[1]
ଅଳ୍ପତାପ ଯୋଗୁ ଆମେରିକାରେ ପ୍ରତିବର୍ଷ ଅତି କମରେ ୧୫୦୦ ମୃତ୍ୟୁ ହୁଏ ।[1] ବୟସାଧିକ ଲୋକ ଓ ପୁରୁଷଙ୍କୁ ଏହି ରୋଗ ସାଧାରଣତଃ ଅଧିକ ହୁଏ ।[4] ସ୍ୱିଡେନର ଗୋଟିଏ ୭ ବର୍ଷ ବୟସର ବୁଡ଼ିଯାଉଥିବା ଝିଅର ସର୍ବନିମ୍ନ ରେକର୍ଡ଼ ହୋଇଥିବା ଉତ୍ତାପ ୧୩୦ ସେ. ଥିଲା ଓ ସେ ବଞ୍ଚିଯାଇଥିଲା ।[5]ସିପିଆର ଚିକିତ୍ସାରେ ୬ ଘଣ୍ଟା ପରେ ରୋଗୀ ବଞ୍ଚିଯାଇଥିବା ବର୍ଣ୍ଣନା କରାଯାଇଛି ।[1] ଇସିଏମଓ କିମ୍ବା ବାଇପାସ ଚିକିତ୍ସାରେ ପ୍ରାୟ ୫୦ % ବଞ୍ଚିଯାଆନ୍ତି ।[1] ଅନେକ ଯୁଦ୍ଧକ୍ଷେତ୍ରରେ ଏହି ରୋଗର ଦୁଃଖଦ ଭୂମିକା ଦେଖାଯାଇଛି । ସଠିକ ଉତ୍ତାପ ନିୟନ୍ତ୍ରଣ ଦେହରେ ନ ହୋଇପାରିଲେ ଅତିଉତ୍ତାପ ହୁଏ ଓ ଏହା ଅଳ୍ପତାପର ଠିକ ଓଲଟା ।[2][6][7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.