ପ୍ରସବ ସମୟରେ ଜନ୍ମ କେନାଲରେ କଣା ହୋଇଯାଏ From Wikipedia, the free encyclopedia
ଅବସ୍ଟେଟ୍ରିକ୍ସ ଫିସଚୁଲା (Obstetric fistula) | |
---|---|
ବିଭାଗ | ମୂତ୍ର ପ୍ରଣାଳୀ ରୋଗ ବିଜ୍ଞାନ (Urology), ସ୍ତ୍ରୀ ରୋଗ ବିଜ୍ଞାନ (gynecology) |
ଲକ୍ଷଣ | ମଳ ଓ ମୂତ୍ର ଅସଞ୍ଜମତା (Incontinence of urine)[1] |
ଆକ୍ରାନ୍ତ ସମୟ | ପ୍ରସବ (Childbirth)[1] |
ବିପଦ କାରକ | ଅବରୁଦ୍ଧ ପ୍ରସବ (Obstructed labor), ଡାକ୍ତରଖାନାରୁ ଦୂରରେ, କୁପୋଷଣ, କିଶୋରୀ ଗର୍ଭ (teenage pregnancy)[2][1] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ, ମେଥିଲିନ ବ୍ଲୁ ସହାୟତାରେ (methylene blue)[3] |
ପ୍ରତିକାର | ସମୟୋପଯୋଗୀ ସିଜରିଆନ ସେକସନ (cesarean section)[1] |
ଚିକିତ୍ସା | ଅପରେଶନ, ୟୁରିନାରି କାଥେଟର (urinary catheter), କାଉନସେଲିଙ୍ଗ (counselling)[1][3] |
ପୁନଃପୌନିକ | ବିକାଶଶୀଳ ଦେଶମାନଙ୍କରେ (developing world) ୨ ନିୟୁତ, ବିକଶିତ ଦେଶମାନଙ୍କରେ (developed world) କ୍ୱଚିତ[1] |
ଅବସ୍ଟେଟ୍ରିକ୍ସ ଫିସଚୁଲା (ଇଂରାଜୀ ଭାଷାରେ Obstetric fistula) ଏକ ରୋଗ ଯେଉଁଥିରେ ପ୍ରସବ (childbirth) ଫଳରେ ଯୋନିପଥ ବା ପ୍ରସବନଳୀରେ (birth canal) କଣା ବା ଫିସଚୁଲା (hole|) ହୋଇଯାଏ ।[2][1] ଯୋନୀପଥ (vagina), ମଳାଶୟ (rectum), ୟୁରେଟର (ureter) ବା ମୂତ୍ରାଶୟରେ (bladder) ଏହି ଫିସଚୁଲା ହୋଇପାରେ ।[1][4] ଏହା ଫଳରେ ପରିସ୍ରା ବା ମଳତ୍ୟାଗ ଉପରେ ନିୟନ୍ତ୍ରଣ (incontinence of urine) ରହେନି ।[1] ଅବସାଦ (Depression), ବାଞ୍ଝ ଦୋଷ (infertility), ଦାରିଦ୍ର୍ୟ (poverty) ଓ ସାମାଜିକ ପରିତ୍ୟକ୍ତ ଆଦି ଜଟିଳ ସମସ୍ୟା ସୃଷ୍ଟି ହୋଇପାରେ ।[1]
ଅବରୁଦ୍ଧ ପ୍ରସବ (Obstructed labor), ଡାକ୍ତରଖାନାରୁ ଦୂରରେ, କୁପୋଷଣ, କିଶୋରୀ ଗର୍ଭ (teenage pregnancy) ଇତ୍ୟାଦି ଏହି ରୋଗ ସଙ୍କଟ ସୃଷ୍ଟି କରିପାରେ ।[2][1] ଅନେକ ସମୟ ଧରି ପ୍ରସବ ଚାପ ଯୋଗୁ ଉକ୍ତ ସ୍ଥାନମାନଙ୍କରେ ରକ୍ତ ସରବରାହ କମିଯିବା ଯୋଗୁ ଏହି ରୋଗ ସୃଷ୍ଟି ହୁଏ ।[1] ଲକ୍ଷଣ ଓ ଚିହ୍ନ ଦେଖି ରୋଗ ନିର୍ଣ୍ଣୟ କରିହୁଏ ଓ ମେଥିଲିବ ବ୍ଲୁ (methylene blue) ସାହାଯ୍ୟ ନିଆଯାଇପାରେ ।[3]
ସମୟୋପଯୋଗୀ ସିଜରିଆନ ସେକସନ (cesarean section) କଲେ ଏହି ଅବସ୍ଥାର ସମ୍ପୁର୍ଣ୍ଣ ପ୍ରତିରୋଧ କରିହୁଏ ।[1] ସାଧାରଣତଃ ଅପରେଶନ ଯୋଗେ ଏହାର ଚିକିତ୍ସା କରାଯାଏ ।[1] ଜଲ୍ଦି ଚିକିତ୍ସା କଲେ ଗୋଟିଏ ୟୁରିନାରି କାଥେଟର (urinary catheter) ଦେଲେ ଉପଶମରେ ସାହାଯ୍ୟ ହୁଏ ।[3] କାଉନସେଲିଙ୍ଗ (counselling) ମଧ୍ୟ ସାହାଯ୍ୟରେ ଆସେ ।[1] ସବ୍-ସାହାରା ଆଫ୍ରିକା (sub-Saharan Africa), ଏସିଆ, ଆରବ ସ୍ଥାନ (Arab region) ଓ ଲାଟିନ ଆମେରିକାରେ (Latin America) ପ୍ରାୟ ୨ ନିୟୁତ ମହିଳାଙ୍କର ଏହି ରୋଗ ଅଛି ଓ ପ୍ରତି ବର୍ଷ ପ୍ରାୟ ୭୫,୦୦୦ ନୂଆ ମହିଳା ରୋଗାକ୍ରାନ୍ତ ହେଉଛନ୍ତି ।[1] ବିକଶିତ ଦେଶମାନଙ୍କରେ (developed world) କ୍ୱଚିତ ଏହି ରୋଗ ଦେଖାଯାଏ ।[1] ଏହାକୁ ଦାରିଦ୍ର୍ୟ (disease of poverty) ରୋଗ ଭାବରେ ବିବେଚନା କରାଯାଏ ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.