ହିନ୍ଦୁ ପୌରାଣିକ ଦେବୀ From Wikipedia, the free encyclopedia
ମେଘ ଓ ଜଳର ନାରୀ ସ୍ୱରୂପ ବା ଆତ୍ମାକୁ ହିନ୍ଦୁ ଧର୍ମ ଏବଂ ବୌଦ୍ଧ ଧର୍ମ - ସଂସ୍କୃତିରେ ବିଦ୍ୟାଧରୀ ବା ଅପସରା ଭାବେ ଗ୍ରହଣ କରାଯାଇଛି। ଅପସରାମାନେ ଦେବଲୋକର ବାସିନ୍ଦା। ସେମାନେ ବହୁବିଧ ବିଚିତ୍ର ଶକ୍ତିର ଅଧିକାରିଣୀ। ସେମାନେ ଚିର-ଯୌବନା ଏବଂ ଅତ୍ୟନ୍ତ ରୂପସୀ। ପୁଣି ନୃତ୍ୟ-ସଂଗୀତ କଳାରେ ନିପୁଣା। ସେମାନେ ଗନ୍ଧର୍ବମାନଙ୍କର ପତ୍ନୀ। ଇନ୍ଦ୍ରଙ୍କ ସଭାରେ ଗନ୍ଧର୍ବମାନେ ବିଭିନ୍ନ, ବାଦ୍ୟଯନ୍ତ୍ର ବଜାଉଥିବା ବେଳେ ଅପ୍ ସରାମାନେ ନୃତ୍ୟ-ସଂଗୀତ ପରିବେଷଣ କରନ୍ତି। ଦେବରାଜ ଇନ୍ଦ୍ରଙ୍କ ନିର୍ଦ୍ଦେଶରେ ସେମାନେ ଅନ୍ୟ ସ୍ୱତନ୍ତ୍ର କାର୍ଯ୍ୟ ମଧ୍ୟ ସମ୍ପାଦନ କରୁଥିବାର ଉଲ୍ଲେଖ ବିଭିନ୍ନ ପୁରାଣ ପୃଷ୍ଠାରେ ମିଳେ। ଅପସରାମାନେ ନିଜର ଇଚ୍ଛା ମତେ ରୂପ ବଦଳାଇପାରନ୍ତି। ଦ୍ୟୁତ-କ୍ରୀଡ଼ାରେ ସେମାନେ ‘ଭାଗ୍ୟ’ ଅପସରାଙ୍କର ଆଶୀର୍ବାଦ ନ ମିଳିଲେ ଜୁଆରେ ଜିଣିବା ଅସମ୍ଭବ ବୋଲି ବିଶ୍ୱାସ କରାଯାଏ। ବିଶ୍ୱର ପ୍ରାୟ ସବୁ ସଂସ୍କୃତିରେ ଅପସରା ଭିନ୍ନ ଭିନ୍ନ ନାମରେ ବିଦ୍ୟମାନ। ସଂସ୍କୃତ ଭାଷାରେ ଯାହା ‘ଅପସରା’, ପାଲୀ ଭାଷାରେ ତାହା ‘ଅଛରା’, ଖେମର ଭାଷାରେ ‘ତେପ୍ ଅପ୍ ସର’, ଭିଏତନାମିଜରେ ‘ଏ ବି ସା ଲା ତୁ’, ମାଲୟରେ ‘ବିଦାଦାରି’, ଥାଇରେ ‘ଆସସନ୍’ ଏବଂ ଚାଇନିଜ୍ରେ ‘ତିଆନୁ’ । ଭାରତୀୟ ନାଟ୍ୟଶାସ୍ତ୍ର ଅନୁଯାୟୀ ଇନ୍ଦ୍ରଙ୍କ ରାଜସଭାରେ ନୃତ୍ୟ କରୁଥିବା ଅପସରାଙ୍କ ସଂଖ୍ୟା ଛବିଶ। ସେମାନେ ହେଲେ – ମଞ୍ଜୁକେଶୀ, ସୁକେଶୀ, ମିଶ୍ରକେଶୀ, ସୁଲୋଚନା, ସୌଦାମିନୀ, ଦେବଦତ୍ତା, ଦେବସେନା, ମନୋରମା, ସୁଦତୀ, ସୁନ୍ଦରୀ, ବିଗଗ୍ ଧା, ବିବିଧା, ବୁଦ୍ଧା, ସୁମଳା, ସନ୍ତତି, ସୁନନ୍ଦା, ସୁମୁଖୀ, ମାଗଧୀ, ଅର୍ଜୁନୀ, ସରଳା, କେରଳା, ଧୃତି, ନନ୍ଦା, ସୁପୁଷ୍କଳା, ସୁପୁଷ୍ପମାଳା ଏବଂ କଳଭା। ଏମାନଙ୍କ ଭିନ୍ନ ଇନ୍ଦ୍ରଙ୍କ ଇଙ୍ଗିତରେ ବିଭିନ୍ନ ଅସମ୍ଭବକୁ ସମ୍ଭବ କରୁଥିବା ଅନ୍ୟ ଚାରି ପ୍ରମୁଖ ଓ ପ୍ରସିଦ୍ଧ ଅପସରା ହେଲେ ଉର୍ବଶୀ, ରମ୍ଭା, ମେନକା ଏବଂ ତିଳୋତ୍ତମା । [1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.