ଅଥାନ ଗର୍ଭ
ଗର୍ଭାଧାନ ଜଟୀଳତା ଯେଉଁଥିରେ ଭୃଣ ଜରାୟୁ ବାହାରେ ସଂଯୁକ୍ତ ହୁଏ । / From Wikipedia, the free encyclopedia
ଅଥାନ ଗର୍ଭ ବା ଏକ୍ଟୋପିକ ପ୍ରେଗନାନସି (ଇଂରାଜୀରେ Ectopic pregnancy, also known as eccyesis or tubal pregnancy) ଏକ ପ୍ରକାର ଗର୍ଭାଧାନ ଜଟୀଳତା ଯେଉଁଥିରେ ଭୃଣ ଜରାୟୁ ବାହାରେ ସଂଯୁକ୍ତ ହୁଏ ।[1] ଏହି ରୋଗର ଲକ୍ଷଣ: ଉଦର ଯନ୍ତ୍ରଣା ଓ ଯୋନୀପଥ ରକ୍ତସ୍ରାବ । ୫୦ %ରୁ କମ ମହିଳାଙ୍କଠାରେ ଉଭୟ ଲକ୍ଷଣ ଦେଖାଯାଏ । ଯନ୍ତ୍ରଣା ତୀବ୍ର, ମାନ୍ଦା ବା କ୍ରାମ୍ପ ଭଳି ହୋଇପାରେ । ପେଟ ଭିତରେ ରକ୍ତସ୍ରାବ ହେଲେ କାନ୍ଧ ଯନ୍ତ୍ରଣା ମଧ୍ୟ ହୋଇପାରେ ।[2] ଅତ୍ୟଧିକ ରକ୍ତସ୍ରାବ ହେଲେ ଦୃତ ହୃଦଗତି, ଚେତାଶୂନ୍ୟ ବା ସକ୍ ହୁଏ ।[1][2] କ୍ୱଚିତ ଏହି ଫିଟସ ବଞ୍ଚିରହେ ।[3]
ଅଥାନ ଗର୍ଭ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Obstetrics and gynecology |
ଆଇସିଡ଼ି-୧୦ | O00. |
ଆଇସିଡ଼ି-୯-ସିଏମ୍ | 633 |
ରୋଗ ଡାଟାବେସ | 4089 |
ମେଡ଼ିସିନ-ପ୍ଲସ | 000895 |
ଇ-ମେଡ଼ିସିନ | med/3212 emerg/478 radio/231 |
Patient UK | ଅଥାନ ଗର୍ଭ |
MeSH | D011271 |
ଏହି ରୋଗ ନିମନ୍ତେ ସଙ୍କଟଦାୟକ ଅବସ୍ଥାମାନଙ୍କର ନାମ: ପେଲଭିକ ପ୍ରଦାହ ରୋଗ ଅଧିକାଂଶ ସମୟରେ କ୍ଲାମିଡିଆ ସଂକ୍ରମଣ ଯୋଗୁ, ଧୂମ୍ରପାନ। ସହାୟତାପୂର୍ଣ୍ଣ ପ୍ରଜନନ ଟେକନୋଲୋଜି]] । ଅଥାନ ଗର୍ଭ ଇତିହାସ ଥିଲେ ସଙ୍କଟ ଅଧିକ ରହେ । ଅଧିକାଂଶ (୯୦ %) କ୍ଷେତ୍ରରେ ଫାଲୋପିଆନ ଟ୍ୟୁବରେ ହୁଏ ଯାହାକୁ ଟ୍ୟୁବାଲ ପ୍ରେଗନାନସି ବା ଟ୍ୟୁବାଲ ଗର୍ଭ କୁହାଯାଏ ।[4] ଏହି ଭୃଣ ସଂଯୋଗ ଜରାୟୁ ମୁଖ (ସର୍ଭିକ୍ସ), ଡିମ୍ବାଶୟ (ଓଭାରି) ଓ ଉଦରରେ (ଆବଡୋମେନ) ମଧ୍ୟ ହୋଇପାରେ ।[2] ରକ୍ତ ପରୀକ୍ଷାରେ ହ୍ୟୁମାନ ଗୋନାଡ଼ୋଟ୍ରୋଫିନ ବା ଏଚସିଜି ଓ ଅଲଟ୍ରାସାଉଣ୍ଡ କରି ଅଥାନ ଗର୍ଭ ନିର୍ଣ୍ଣୟ କରାଯାଏ । ଏହି ପରୀକ୍ଷା ଏକାଧିକ ଥର କରିବା ଆବଶ୍ୟକ ହୋଇପାରେ । ଯୋନୀପଥ ମଧ୍ୟରେ ଅଲଟ୍ରାସାଉଣ୍ଡ କଲେ ଉତ୍ତମ କାମ କରେ । ଏକାଭଳି ଲକ୍ଷଣ ଅନ୍ୟ ରୋଗ ଯଥା ଗର୍ଭପାତ, ଓଭାରିଆନ ଟରସନ, ଆକ୍ୟଟ ଟରସନ ଓ ଆକ୍ୟୁଟ ଆପେଣ୍ଡିସାଇଟିସ ଭଳି ରୋଗମାନଙ୍କରେ ଲକ୍ଷ କରାଯାଏ ।[2]
ଏହି ରୋଗର ପ୍ରତିଷେଧ ସ୍ୱରୁପ ସଙ୍କଟାବସ୍ଥା କ୍ଲାମିଡିଆ ସଂକ୍ରମଣ ଉପସ୍ଥିତି ନିମନ୍ତେ ସ୍କ୍ରିନିଙ୍ଗ ଓ ପରବର୍ତ୍ତୀ ଚିକିତ୍ସା ଆବଶ୍ୟକ ।[5] କେତେକ ଅଥାନ ଗର୍ଭ ଆପେ ଆପେ ବିନା ଚିକିତ୍ସାରେ ଉପଶମ ହୋଇଯାଇପାରେ, କିନ୍ତୁ ୨୦୧୪ ମସିହା ସୁଦ୍ଧା ଏହାର ଉପଯୁକ୍ତ ଅନୁଶୀଳନ ହୋଇନାହିଁ । କେତେକ କେଶରେ ମେଥୋଟ୍ରେକସେଟ ଓ ଅପରେଶନ ଫଳପ୍ରଦ ହୁଏ । ରୋଗୀର ବିଟା-ଏଚ,ସି,ଜି, ସ୍ତର କମ ଥିଲେ ଓ ଫିଟସ ଛୋଟ ଥିଲେ ଏହା ଭଲ କାମ କରେ । ଟ୍ୟୁବ ଫାଟିଯାଇ ଫିଟସର ହୃତ ସ୍ପନ୍ଦନ ଠିକ ଥିଲେ କିମ୍ବା ରୋଗୀର ଭାଇଟାଲ ଚିହ୍ନ ଦୁର୍ବଳ ଥିଲେ ଅପରେଶନ କରାଯାଇପାରେ ।[4] ଲାପାରୋସ୍କୋପି ବା ଲାପାରୋଟୋମି ଅପରେଶନ କରାଯାଇପାରେ ।[1] ଚିକିତ୍ସା କଲେ ଭଲ ଫଳ ମିଳେ ।[4]
ବିକଶିତ ଦେଶମାନଙ୍କରେ ଅଥାନ ଗର୍ଭ ହାର ମୋଟ ଜୀବନ୍ତ ଜନ୍ମର ୧ରୁ ୨ %, ଆସିସ୍ଟେଡ ରିପ୍ରୋଡକ୍ଟିଭ ଟେକନୋଲୋଜିର ସାହାଯ୍ୟ ନେଲେ ଏହା ୪ % ହୁଏ ।[1] ପ୍ରଥମ ତ୍ରୈମାସିକରେ ଗର୍ଭ ମୃତ୍ୟୁର ଏହା ପ୍ରଧାନ କାରଣ ଓ ସମୁଦାୟ ମୃତ୍ୟୁର ୧୦% ।[4] ବିକଶିତ ଦେଶମାନଙ୍କରେ ଏହାର ଫଳାଫଳ ଉନ୍ନତି ଲାଭ କଲାବେଳେ ବିକାଶଶୀଳ ଦେଶମାନଙ୍କରେ ଏହା ଭଲ ନୁହେଁ ।[5] ବିକଶିତ ଦେଶମାନଙ୍କରେ ମୃତ୍ୟୁ ହାର 0.୧ରୁ 0.୩ ଓ ବିକାଶଶୀଳ ଦେଶମାନଙ୍କରେ ୧ରୁ ୩ % ।[6] ଏହି ରୋଗ ବିଷୟରେ ପ୍ରଥମେ ୧୧ଶ ଶତାବ୍ଦୀରେ ଆଲବୁକାସିସ ଉଲ୍ଲେଖ କରିଥିଲେ ।[5]