From Wikipedia, the free encyclopedia
ଅତିସକ୍ରିୟ ମୂତ୍ରାଶୟ ବା ଓଏବି ବା ଅତିସକ୍ରିୟ ମୂତ୍ରାଶୟ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Overactive bladder ବା OAB ବା overactive bladder syndrome), ଏକ ବେମାରୀ ଯେଉଁଥିରେ ବାରମ୍ବାର ପରିସ୍ରା କରିବାକୁ ଇଚ୍ଛା ହୁଏ ଓ ଜୀବନଧାରାର ପରିବର୍ତ୍ତନ ହୁଏ ।[1] ଦିନରେ, ରାତିରେ ବା ଯେ କୌଣସି ସମୟରେ ଏହି ପରିସ୍ରା କରିବା ଇଚ୍ଛା ହୁଏ ।[2] ଇନକଣ୍ଟିନେନ୍ସ ବା ନିୟନ୍ତ୍ରଣ ବିହୀନ ପରିସ୍ରା ହେଲେ ତାହାକୁ ଅର୍ଜ ଇନକଣ୍ଟିନେନ୍ସ ନାମିତ କରାଯାଏ ।[3] ଅତିସକ୍ରିୟ ମୂତ୍ରାଶୟ ଥିବା ଲୋକଙ୍କ ମଧ୍ୟରୁ ୪୦ % ଲୋକଙ୍କର ନିୟନ୍ତ୍ରଣ ବିହୀନ ପରିସ୍ରା ହୁଏ ।[4] ଅନ୍ୟପକ୍ଷରେ ନିୟନ୍ତ୍ରଣ ବିହୀନ ପରିସ୍ରା ହେଉଥିବା ଲୋକଙ୍କ ମଧ୍ୟରୁ ୪୦ରୁ ୭୦ % ଲୋକଙ୍କର ଅତିସକ୍ରିୟ ମୂତ୍ରାଶୟ ଥାଏ ।[5] ଏହି ରୋଗ ମରଣାନ୍ତକ ନୁହେଁ । ବର୍ଷ ବର୍ଷ ଧରି ବହୁତ ଲୋକଙ୍କର ଏହି ରୋଗ ଥାଏ ।[3]
ଅତିସକ୍ରିୟ ମୂତ୍ରାଶୟ ରୋଗର କାରଣ ଜଣାଯାଇନାହିଁ ।[3] ଏହି ରୋଗର ସଙ୍କଟଦାୟକ ଅବସ୍ଥାମାନଙ୍କ ନାମ:- ମୋଟାପଣ, କେଫିନ ସେବନ ଓ କୋଷ୍ଠକାଠିନ୍ୟ ।[4] କମ୍ ଡାଏବେଟିସ ନିୟନ୍ତ୍ରଣ, ଦୈନନ୍ଦିନ ଚଳପ୍ରଚଳ ଅଭାବ ଓ କ୍ରନିକ ପେଲଭିକ ଯନ୍ତ୍ରଣା ଏହି ରୋଗକୁ ଖରାପ କରିଦେଇପାରେ । ବହୁତ ଦିନ ରୋଗ ହେବାପରେ ଲୋକମାନେ ପରାମର୍ଶ ନିମନ୍ତେ ଯାଆନ୍ତି ଓ ବେଳେ ବେଳେ ସ୍ୱାସ୍ଥ୍ୟକର୍ମୀମାନେ ଏହାକୁ ପ୍ରଥମେ ଚିହ୍ନଟ କରନ୍ତି ।[3] ଚିହ୍ନ ଓ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରିବା ପୂର୍ବରୁ ମୂତ୍ରନଳୀ ସଂକ୍ରମଣ ବା ସ୍ନାୟବିକ ମୂତ୍ରାଶୟ ବେମାରୀ ଇତ୍ୟାଦି ରୋଗମାନଙ୍କର ଅନୁପସ୍ଥିତି ପରୀକ୍ଷା କରିବାକୁ ପଡ଼େ ।[1][3] ପ୍ରତ୍ୟେକ ଥର ପରିସ୍ରା କଲାବେଳେ ଅଳ୍ପ ପରିସ୍ରା ହୁଏ । ପରିସ୍ରା କଲାବେଳେ ଯଦି କଷ୍ଟ ହୁଏ ତାହା ହେଲେ ଅନ୍ୟ କୌଣସି ରୋଗ ଥିବା ସମ୍ଭାବନା ଥାଇପାରେ ।[3]
ନିର୍ଦ୍ଦିଷ୍ଟ ଚିକିତ୍ସା ସବୁବେଳେ ଆବଶ୍ୟକ ହୁଏ ନାହିଁ ।[3] ପେଲଭିକ ଫ୍ଲୋର ବ୍ୟାୟାମ, ମୂତ୍ରାଶୟ ତାଲିମ ଓ ବ୍ୟବହାରିକ ତାଲିମ ଦିଆଯାଏ ।[6] ମୋଟାପା ଥିଲେ ଓଜନ ହ୍ରାସ କରିବା, କେଫିନ ଖାଇବା କମେଇବା, ତରଳ ପଦାର୍ଥ ଅଧିକ ପିଇବା ଇତ୍ୟାଦି ଉପକାରୀ ସାବ୍ୟସ୍ତ ହୁଏ । ଅନ୍ୟ କୌଣସି ଉପଚାର ଉପକାରୀ ନ ହେଲେ ଆଣ୍ଟିମସ୍କାରିନ ଭଳି ଔଷଧ ଦିଆଯାଇପାରେ । ଏହି ଔଷଧ ଅନ୍ୟ ବ୍ୟବହାରିକ ଉପଚାର ଅପେକ୍ଷା ଅଧିକ ଉପକାର ଦିଏନି, ଅନ୍ୟ ପକ୍ଷରେ ଅନେକ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ ।[6][7] ମୂତ୍ରାଶୟରେରେ ବୋଟୁଲିନମ ଟକ୍ସିନ ଇଞ୍ଜେକସନ ଦେବା ଆଉ ଏକ ଚିକିତ୍ସା । ସାଧାରଣତଃ ପରିସ୍ରା ନଳୀ ବା ଅପରେସନ ନିମନ୍ତେ ଉପଦେଶ ଦିଆଯାଏ ନାହିଁ । ଡାଏରିରେ ଚିକିତ୍ସା ପ୍ରଣାଳୀ ଲେଖିଲେ କେଉଁଟି ଉପକାରୀ ବା ଉପକାରୀ ନୁହେଁ ଜଣାପଡ଼େ ।[6]
ଅତିସକ୍ରିୟ ମୂତ୍ରାଶୟ ରୋଗ ଆକଳନ ଅନୁସାରେ ୭-୨୭ % ପୁରୁଷଙ୍କୁ ଓ ୯-୪୩ % ମହିଳାଙ୍କୁ ହୁଏ । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ରୋଗ ଅଧିକ ହୁଏ । କେତେକ ଅନୁଶୀଳନରୁ ଦେଖାଯାଏ ଏହା ମହିଳାଙ୍କୁ ଅଧିକ ହୁଏ ବିଶଷତଃ ମୂତ୍ରାଶୟ ନିୟନ୍ତ୍ରଣ ନ ଥିବା ସମୟରେ ।[3] ସନ ୨୦୦୦ରେ ଆମେରିକାରେ ଏହା ନିମନ୍ତେ ୧୨.୬ ବିଲିଅନ ଆମେରିକିୟ ଡଲାର ଓ ୪.୨ ୟୁରୋ ଖର୍ଚ୍ଚ ହୋଇଥିଲା ।[8]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.