ଅଜଗର ପ୍ରଜାତିର ସର୍ପ From Wikipedia, the free encyclopedia
ଅଜଗର (ଇଂରାଜୀ ଭାଷାରେ Python) ହେଉଛି ପାଇଥନିଡାଏ ପରିବାରର ଏକ ବିଷହୀନ ଓ ବୃହଦାକାର ସର୍ପ ପ୍ରଜାତି । ପ୍ରାଚ୍ୟ ଦେଶମାନଙ୍କ କ୍ରାନ୍ତୀୟ ଓ ଉପ-କ୍ରାନ୍ତୀୟ ଜଳବାୟୁ ଅଞ୍ଚଳରେ ବସବାସ କରୁଥିବା ଏହି ସାପ ପ୍ରଜାତି ନିଜ ଶିକାର ଚାରିପଟେ ଗୁଡ଼ାଇ ହୋଇ ତାକୁ ଚାପି ଶିକାର କରନ୍ତି ।[1]
ଅଜଗର ଅଜଗଳ | |
---|---|
ବ୍ରହ୍ମଦେଶୀୟ ଅଜଗର (ପାଇଥନ୍ ବିଭିଟାଟସ୍) | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଶ୍ରେଣୀ: | ରେପ୍ଟିଲିଆ |
Order: | Squamata |
Suborder: | Serpentes |
Family: | Pythonidae |
Genus: | Python |
ଜାତି: | Python |
ବାଇନୋମିଆଲ ନାମ | |
Python ଫ୍ରାଂକୋୟ ମେରି ଡୌଡିନ୍, ୧୮୦୩ | |
Synonyms | |
ପାଇଥନ୍, ବୋଆ କନ୍ଷ୍ଟ୍ରିକ୍ଟର୍ |
୧୮୦୩ ମସିହାରେ ଫ୍ରାଙ୍କୋୟ ମେରି ଡୌଡିନ୍ ପ୍ରଥମେ ବିଷହୀନ ଓ ଚିତା ଦାଗଯୁକ୍ତ ସାପଙ୍କୁ ଦର୍ଶାଇବା ପାଇଁ ପାଇଥନ୍ (Python) ଶବ୍ଦର ବ୍ୟବହାର କରିଥିଲେ ।[2] ବର୍ତ୍ତମାନ ସୁଦ୍ଧା ୧୦ଟି ଅଜଗର ପ୍ରଜାତି ଚିହ୍ନଟ ହୋଇଛନ୍ତି ।[3] ପୂର୍ବେ ଉପପ୍ରଜାତି ରୂପେ ପରିଗଣିତ ହେଉଥିବା ତିନୋଟି ଅଜଗରଙ୍କୁ ପରେ ପ୍ରଜାତି ମାନ୍ୟତା ମିଳିଥିଲା ।
ଇଂରାଜୀରେ ଅଜଗରକୁ ‘ପାଇଥନ୍’ କୁହନ୍ତି । ସର୍ପ ପାଇଁ ବ୍ୟବହୃତ ଲାଟିନ୍ ଭାଷାର ଶବ୍ଦରୁ ‘ପାଇଥନ୍’ ଶବ୍ଦ ଗୃହୀତ ।[4] ଓଡ଼ିଆ ଭାଷାରେ ଅଜ ଶବ୍ଦର ଅର୍ଥ ହେଲା ଛେଳି ଏବଂ ଗୃ ଧାତୁର ଅର୍ଥ ଗିଳିବା । ତେଣୁ, ଯିଏ ଛେଳିମାନଙ୍କୁ ଗିଳେ ତା’କୁ ଅଜଗର ବୋଲି କୁହାଯାଏ ।[5]
ଆଫ୍ରିକା ମହାଦେଶରେ ସାହାରାର ଦକ୍ଷିଣକୁ ରହିଥିବା କ୍ରାନ୍ତୀୟ ଅଞ୍ଚଳର ସ୍ଥାନୀୟ ସାପ ହେଉଛି ଅଜଗର । କିନ୍ତୁ ଆଫ୍ରିକାର ଦକ୍ଷିଣତମ ଅଂଶ ଓ ମାଡାଗାସ୍କାରରେ ଅଜଗର ସ୍ଥାନୀୟ ଜୀବ ନୁହଁନ୍ତି । ଏସିଆ ମହାଦେଶର ବଙ୍ଗଳାଦେଶ, ନେପାଳ, ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ନିକୋବର ଦ୍ୱୀପପୁଞ୍ଜ, ବ୍ରହ୍ମଦେଶ, ଦକ୍ଷିଣ ଚୀନ, ହଂକଂ, ହାଇନାନ, ମାଲେସିଆ, ଇଣ୍ଡୋନେସିଆ ଓ ଫିଲିପାଇନ୍ସ ପ୍ରଭୃତି ଦେଶରେ ଅଜଗର ସାପ ଦେଖିବାକୁ ମିଳନ୍ତି ।[1]
ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଫ୍ଲୋରିଡ଼ା ଅଞ୍ଚଳରେ ଆଫ୍ରିକୀୟ ଓ ବ୍ରହ୍ମଦେଶୀୟ ଅଜଗର ଏକ ଅନୁପ୍ରବେଶକାରୀ ପ୍ରଜାତି ହେବାର ସମ୍ଭାବନା ରହିଛି ଓ ଏଠାକାର ଲୋକଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି ।[6] ୨୦୧୬ ମସିହାରେ ୧୦୬ ଅଜଗରରୁ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ସହସ୍ରାଧିକ ହେଲାଣି । ଅଜଗରମାନେ ଫ୍ଲୋରିଡ଼ାର ଥଣ୍ଡା ଜଳବାୟୁ ବେଶୀ ଦିନ ସହିପାରିବେ ନାହିଁ ବୋଲି ରହିଥିବା ଧାରଣାକୁ ଅଜଗରମାନେ ଭୁଲ ବୋଲି ପ୍ରମାଣିତ କରିଛନ୍ତି ଓ ବିବିଧ ପରିବେଶରେ ଖାପଖୁଆଇ ଚଳିବା ଏମାନଙ୍କ ପକ୍ଷରେ ସମ୍ଭବପର ବୋଲି ଜଣାପଡ଼ିଛି ।[7]
୧୮୦୩ ମସିହାରେ ଫ୍ରାଙ୍କୋୟ ମେରି ଡୌଡିନ୍ ପ୍ରଥମେ ବିଷହୀନ, ଲମ୍ବା ଦୁଇ ଫାଳିଆ ଜିଭ ଓ ଚିତା ଦାଗଯୁକ୍ତ ସାପଙ୍କୁ ଦର୍ଶାଇବା ପାଇଁ ପାଇଥନ୍ (Python) ଶବ୍ଦର ବ୍ୟବହାର କରିଥିଲେ ।[2]
୧୯୯୩ ମସିହାରେ ୭ଟି ଅଜଗର ପ୍ରଜାତିଙ୍କୁ ବୈଧ ପ୍ରଜାତିର ମାନ୍ୟତା ଦିଆଯାଇଥିଲା । ପଲିଜେନେଟିକ୍ ବିଶ୍ଳେଷଣକୁ ଭିତ୍ତି କରି ୭ରୁ ୧୩ଟି ଅଜଗର ଥିବା କୁହାଯାଏ ।[8][9]
ପ୍ରଜାତି | ଚିତ୍ର | IUCN ତାଲିକାରେ ସ୍ଥିତି ଓ ଭୌଗୋଳିକ ବ୍ୟାପ୍ତି |
---|---|---|
ଭାରତୀୟ ଅଜଗର (Indian rock python, ପାଇଥନ୍ ମୋଲ୍ୟୁରସ୍) (କାର୍ଲ୍ ଲିନାୟସ୍, ୧୭୫୮)[10] | NE (Not Evaluated) - ସଂରକ୍ଷଣ ସ୍ଥିତି ନିର୍ଣ୍ଣିତ ହୋଇନାହିଁ | |
ଆଫ୍ରିକୀୟ ଅଜଗର (African rock python, ପାଇଥନ୍ ସେବେ) (ୟୋହାନ୍ ଫ୍ରେଡ୍ରିଖ୍ ମେଲିନ୍, ୧୭୮୮)[11] ପାଇଥନ୍ ସେବେ ନାଟାଲେନ୍ସିସ୍ (ଆଣ୍ଡ୍ର୍ୟୁ ସ୍ମିଥ୍, ୧୮୪୦) |
NE (Not Evaluated) - ସଂରକ୍ଷଣ ସ୍ଥିତି ନିର୍ଣ୍ଣିତ ହୋଇନାହିଁ | |
ଆଫ୍ରିକୀୟ ବଲ୍ ଅଜଗର (Ball python, ପାଇଥନ୍ ରେଜିୟସ୍) (ଜର୍ଜ୍ ଶ, ୧୮୦୨)[12] | LC (Least Concern) – ସଂରକ୍ଷଣ ପଦକ୍ଷେପ ଅନାବଶ୍ୟକ[13] | |
ବ୍ରହ୍ମଦେଶୀୟ ଅଜଗର (Burmese python, ପାଇଥନ୍ ବିଭିଟାଟସ୍) (ହାଇନ୍ରିଖ୍ କୁଃଲ୍, ୧୮୨୦)[14] | VU (Vulnerable) - ସଙ୍କଟାପନ୍ନ[15] ଦକ୍ଷିଣ ନେପାଳ, ଭାରତ, ବଙ୍ଗଳାଦେଶ, ବ୍ରହ୍ମଦେଶ, ଥାଇଲ୍ୟାଣ୍ଡ, ଲାଓସ୍, କାମ୍ବୋଡ଼ିଆ, ଭିଏତନାମ, ଉତ୍ତର ମାଲେସିଆ, ଦକ୍ଷିଣ ଚୀନ, ହାଇନାନ, ହଂକଂ, ଶିଚୁଆନ ଓ ଇଣ୍ଡୋନେସିଆର ଜାଭା ଓ ବାଲି ଦ୍ୱୀପ[15] | |
ସୁମାତ୍ରା ଛୋଟଲାଙ୍ଗୁଡ଼ିଆ ଅଜଗର (Sumatran short-tailed python, ପାଇଥନ୍ କର୍ଟସ୍) (ହର୍ମାନ୍ ଶ୍ଲେଗେଲ୍, ୧୮୭୨)[16] | LC (Least Concern) – ସଂରକ୍ଷଣ ପଦକ୍ଷେପ ଅନାବଶ୍ୟକ[17] ଦକ୍ଷିଣ-ପୂର୍ବ ଏସିଆର ଦକ୍ଷିଣ ଥାଇଲ୍ୟାଣ୍ଡ, ମାଲେସିଆ, ଇଣ୍ଡୋନେସିଆ (ସୁମାତ୍ରା ଓ ଅନ୍ୟ ଦ୍ୱୀପ)[17] | |
ବୋର୍ଣ୍ଣିଓ ଛୋଟଲାଙ୍ଗୁଡ଼ିଆ ଅଜଗର (Borneo short-tailed python, ପାଇଥନ୍ ବ୍ରାଇଟେନ୍ଷ୍ଟାଇନି) (ଫ୍ରାନ୍ଜ୍ ଷ୍ଟାଇନ୍ଡାଖ୍ନର୍, ୧୮୮୧)[18] | LC (Least Concern) – ସଂରକ୍ଷଣ ପଦକ୍ଷେପ ଅନାବଶ୍ୟକ[19] ବୋର୍ଣ୍ଣିଓ[19] | |
ଅଙ୍ଗୋଲୀୟ ଅଜଗର (Angolan python, ପାଇଥନ୍ ଆନ୍ଚିଏଟେ) (ହୋଜେ ଭିସେଣ୍ଟେ ବୋକାଜେ, ୧୮୮୭) | LC (Least Concern) – ସଂରକ୍ଷଣ ପଦକ୍ଷେପ ଅନାବଶ୍ୟକ[20] | |
ବ୍ରୋଙ୍ଗେରସ୍ମା ଛୋଟଲାଙ୍ଗୁଡ଼ିଆ ଅଜଗର (Brongersma's short-tailed python, ପାଇଥନ୍ ବ୍ରୋଙ୍ଗେରସ୍ମାଇ) (ଅଲିଭ୍ ଗ୍ରିଫିଥ୍ ଷ୍ଟଲ୍, ୧୯୩୮) (ପୂର୍ବେ ଏହାକୁ ପାଇଥନ୍ କର୍ଟସ୍ ବ୍ରୋଙ୍ଗେରସ୍ମାଇ କୁହାଯାଉଥିଲା) | LC (Least Concern) – ସଂରକ୍ଷଣ ପଦକ୍ଷେପ ଅନାବଶ୍ୟକ[21] ମାଲେସିଆ, ସୁମାତ୍ରା, ବଂଗ୍କା ଦ୍ୱୀପ, ଲିଂଗ୍କା ଦ୍ୱୀପ, ରିଆଉ ଦ୍ୱୀପ ଓ ପେନାଂଗ୍[21] | |
ବ୍ରହ୍ମଦେଶୀୟ ଛୋଟଲାଙ୍ଗୁଡ଼ିଆ ଅଜଗର (Myanmar short-tailed python, ପାଇଥନ୍ କ୍ୟାଇକ୍ତିୟୋ) (ଜୁଗ୍, ଗୋଟ୍ଟେ ଓ ଜାକବ୍ସ୍, ୨୦୧୧)[22] | VU (Vulnerable) - ସଙ୍କଟାପନ୍ନ[23] ବ୍ରହ୍ମଦେଶର ଟେଂଗହ୍ୟୋ ପର୍ବତମାଳାର ପଶ୍ଚିମ ପାର୍ଶ୍ୱରେ[23] | |
ପାଇଥନ୍ ୟୁରୋପିୟସ୍ (Python europaeus) (ସିଣ୍ଡଲର୍ ଓ ରେଜ୍, ୨୦୦୩)[24] | EX (Extinct) – ବିଲୁପ୍ତ ମଧ୍ୟନୂତନ ଯୁଗ (Miocene) ସମୟର ଏହି ସାପ ପ୍ରଜାତି ବର୍ତ୍ତମାନ ସମ୍ପୂର୍ଣ୍ଣ ବିଲୁପ୍ତ । ଫ୍ରାନ୍ସରେ ମିଳିଥିବା ଏକ ଜୀବାଶ୍ମ ଅବଶେଷକୁ ଭିତ୍ତି କରି ଏହି ପ୍ରଜାତିର ବର୍ଣ୍ଣନା କରାଯାଇଛି ।[24] |
ଅଜଗରର ଚମଡ଼ାରୁ ବସ୍ତ୍ର, କମର ବନ୍ଧ (ବେଲ୍ଟ୍), ଯୋତା, ମୁଣା ଆଦି ତିଆରି କରାଯାଏ । କିଛି ତାରବିଶିଷ୍ଟ ବାଦ୍ୟଯନ୍ତ୍ର ନିର୍ମାଣରେ ମଧ୍ୟ ଅଜଗର ଚମଡ଼ା ବ୍ୟବହୃତ ହୁଏ ।[25][26]
ଆଫ୍ରିକୀୟ ବଲ୍ ଅଜଗର, ବ୍ରୋଙ୍ଗେରସ୍ମା ଛୋଟଲାଙ୍ଗୁଡ଼ିଆ ଅଜଗର, ବ୍ରହ୍ମଦେଶୀୟ ଅଜଗର ଓ ମାଲେସୀୟ ରେଟିକ୍ୟୁଲେଟେଡ୍ ଅଜଗର (Python reticulatus) ପ୍ରଭୃତିଙ୍କୁ ଲୋକ ପୋଷା ମନାଇ ରଖିବା ପସନ୍ଦ କରନ୍ତି । ଏମାନଙ୍କ ଯତ୍ନ ନେବା ସହଜ, ଏମାନେ ଅଧିକ ଆକ୍ରମଣାତ୍ମକ ନୁହଁନ୍ତି ଓ ଏମାନଙ୍କ ରୂପରଙ୍ଗ ବଦଳୁଥିବାରୁ ଏମାନଙ୍କ ବ୍ୟବସାୟରୁ ବହୁ ଲାଭ ମିଳିଥାଏ । ଗଣମାଧ୍ୟମରେ ପୋଷା ଅଡଗରଙ୍କଠାରୁ ରହିଥିବା ବିପଦ ବିଷୟରେ ଅନେକ ସମୟରେ ରିପୋର୍ଟ ପ୍ରକାଶ ପାଇଥାଏ ।[27] କିନ୍ତୁ ଅନ୍ୟ କିଛି ପୋଷା ଜୀବଙ୍କ (ଯଥା : କେତେକ ନିର୍ଦ୍ଦିଷ୍ଟ ପ୍ରଜାତିର କୁକୁର ଓ ଘୋଡ଼ା) ତୁଳନାରେ ଏମାନଙ୍କଠାରୁ କମ୍ ବିପଦ ଥାଏ ।[26][28]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.