ଅକ୍ସିଟୋସିନ
From Wikipedia, the free encyclopedia
ଅକ୍ସିଟୋସିନ (ଓଏକ୍ସଟି) ଏକ ଔଷଧ ଓ ହରମୋନ ।[3] ଏହା ଔଷଧ ହିସାବରେ ଜରାୟୁର ସଙ୍କୋଚନ କରେ ଯାହାଦ୍ୱାରା ପ୍ରସବ ଆରମ୍ଭ ହୁଏ ବା ଦୃତ ହୁଏ ଓ ପ୍ରସବୋତ୍ତର ରକ୍ତସ୍ରାବ ବନ୍ଦ ହୁଏ । ଏହା ଅନ୍ତଃପେଶୀ ବା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ ।[3]
Clinical data | |
---|---|
Pronunciation | /ˌɒks[invalid input: 'ɨ']ˈtoʊsɪn/ |
Trade names | Pitocin |
AHFS/Drugs.com | monograph |
Pregnancy category |
|
Routes of administration | Intranasal, IV, IM |
ATC code |
|
Legal status | |
Legal status |
|
Pharmacokinetic data | |
Protein binding | 30% |
Metabolism | liver and other oxytocinases |
Elimination half-life | 1–6 min (IV) ~2 h (intranasal)[1][2] |
Excretion | Biliary and kidney |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.000.045 |
Chemical and physical data | |
Formula | C43H66N12O12S2 |
Molar mass | 1007.19 g/mol |
3D model (JSmol) | |
SMILES
| |
InChI
| |
NY (what is this?) (verify) |
ବେଳେ ବେଳେ ଜରାୟୁର ଅତ୍ୟଧିକ ସଙ୍କୋଚନ ହୁଏ ଯାହା ଯୋଗୁ ଶିଶୁର ଅସୁବିଧା ହୁଏ । ଅଇ ଓ ଅଳ୍ପ ହୃତ୍ପିଣ୍ଡ ହାର ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ । ଅତ୍ୟଧିକ ଅକ୍ସିଟୋସିନ ଡୋଜ ଦେଲେ ଜଳ ବିଷାୟନ (water intoxication) ଓ ଜରାୟୁ ଫାଟିବା ଇତ୍ୟାଦି ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ । ଆଲର୍ଜି ମଧ୍ୟ ହୋଇପାରେ ।[3]
ମସ୍ତିଷ୍କର ଏକ ଅଂଶ ହାଇପୋଥାଲାମସରେ ଏହା ପ୍ରସ୍ତୁତ ହୋଇ ପଛ ପିଟୁଇଟାରି ଗ୍ରନ୍ଥିରେ ସଞ୍ଚିତ ହୋଇରହେ ।[4][5] ଯୌନ ପ୍ରଜନନ, ଜନ୍ମ ସମୟରେ ଓ ଜନ୍ମ ପର ସମୟରେ ଏହାର ଭୂମିକା ଅଛି ।[6] ପ୍ରସବ ବେଳେ ଜରାୟୁ ଓ ଜରାୟୁଗ୍ରୀବା ପ୍ରସାରିତ ହେଲେ, ସ୍ତନ୍ୟପାନ ସମୟରେ ସ୍ତନାଗ୍ର ଉତ୍ତେଜିତ ହେଲେ ଅକ୍ସିଟୋସିନ ନିର୍ଗତ ହୁଏ ।[5] ଏହା ଜନ୍ମରେ ସାହାଯ୍ୟ କରେ, ମାଆ ଓ ଶିଶୁର ବନ୍ଧନ ମଜବୁତ କରେ ଓ କ୍ଷୀର ପ୍ରସ୍ତୁତିରେ ଅଂଶ ଗ୍ରହଣ କରେ ।[5][7]
ଅକ୍ସିଟୋସିନ ସନ ୧୯୫୨ରେ ଆବିଷ୍କୃତ ହୋଇଥିଲା ।[8] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[9] ସନ୨୦୧୪ରେ ଡୋଜ ପ୍ରତି ମୂଲ୍ୟ ୦.୧୦ରୁ ୦.୫୬ ଆମେରିକୀୟ ଡଲାର ଥିଲା ।[10]